ଅପରାଧ ଚୋରି ମୋଟରସାଇକେଲ ଉଦ୍ଧାର – ଦୁଇ ଗିରଫ Angul OnlineAugust 27, 2021August 27, 2021 ଅନୁଗୁଳ -(AO) ଅନୁଗୁଳ ଗୁରୁବାର ହାଟରୁ ଗତକାଲି ଏକ ମୋଟରସାଇକେଲ ଚୋରି ହୋଇଥିବା ବେଳେ ଆଜି ଅନୁଗୁଳ ପୁଲିସ ମୋଟରସାଇକେଲ ଚୋରକୁ ଧରିବା ସହ ଚୋରି ମୋଟରସାଇକେଲ ଉଦ୍ଧାର କରିଛି । ଏହା ସହ ଚୋରା ମୋଟରସାଇକେଲ କିଣିବା ଅଭିଯୋଗରେ ଅନ୍ୟ ଜଣଙ୍କୁ ମଧ୍ୟ ଗିରଫ କରିଛି । ସୂଚନା ଅନୁସାରେ ଗତକାଲି ଅନୁଗୁଳ ଗୁରୁବାର ହାଟରୁ ଜଣେ ବ୍ୟକ୍ତିଙ୍କର ମୋଟରସାଇକେଲ ଚୋରି ହୋଇଥିବା ଅନୁଗୁଳ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ଅନୁଗୁଳ ପୁଲିସ ସବ ଇନ୍ସପେକ୍ଟର ଅବଦୁଲ ୱାସୀମ ଖାନ ଘଟଣାର ତଦନ୍ତ କରି ବଲାସିଂହା ଗ୍ରାମର ଉପେନ୍ଦ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତି ଏହି ମୋଟରସାଇକେଲ ଚୋରି କରିଥିବା ଜାଣିବାକୁ ପାଇଥିଲେ । ଉପେନ୍ଦ୍ରଙ୍କୁ ପୁଲିସ ଆଣି ପଚରାଉଚରା କରିବା ବେଳେ ସେ ମୋଟରସାଇକେଲ ଚୋରି କରିଥିବା ମାନି ଯାଇଥିବା ବେଳେ ବନ୍ତଳା ବଜାରରେ ସ୍କ୍ରାପ ଦୋକାନ ଦେଇଥିବା ଦୁଷ୍ମନ୍ତ ସାହୁକୁ ମୋଟରସାଇକେଲ ବିକ୍ରି କରିଥିବା କହିଥିଲା । ପୁଲିସ ଚୋରି ସାମଗ୍ରୀ କିଣିଥିବା ଦୁଷ୍ମନ୍ତର ଦୋକାନରେ ଚଢ଼ାଉ କରି ଚୋରି ମୋଟରସାଇକେଲ ଉଦ୍ଧାର କରିବା ସହ ଗତ ଜୁଲାଇ ମାସ ୮ ତାରିଖରେ ଚୋରି ଅଭିଯୋଗ ହୋଇଥିବା ଆଉ ଏକ ମୋଟରସାଇକେଲର ସ୍ପେୟାର ପାର୍ଟସ ମଧ୍ୟ ଜବତ କରିଥିଲା । ଏହି ଘଟଣାରେ ପୁଲିସ ଦଫା ୩୭୯ ରେ ଚୋର ଉପେନ୍ଦ୍ର ଓ ଚୋରି ସାମଗ୍ରୀ କିଣିଥିବା ଦୁଷ୍ମନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଅଭିଯୋଗ – ଯୁବକ ଅଟକ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଏକ ଲଜ୍ୟାଜନକ ଘଟଣା ଘଟି ଯାଇଛି । ଅଞ୍ଚଳର ଜଣେ ମହିଳା ଡାକ୍ତରଙ୍କୁ ଜଣେ ଯୁବକ ଦୁଷ୍କର୍ମ…
ଦାମୀ କାରରୁ ୪୦୦ ଲିଟର ଦେଶୀ ମଦ ଜବତ – ୨ ଗିରଫ ଅନୁଗୋଳ – ଅନୁଗୋଳ ଅବକାରୀ ମୋବାଇଲ ସ୍କ୍ବାର୍ଡ ଦ୍ବାରା ଗୁରୁବାର ସକାଳେ ୪୦୦ ଲିଟର ଦେଶୀ ମଦ ସହ ୨ ଯୁବକ ଗିରଫ ଓ କାର ଜବତ…
ଦାଦା ବଟି ମାଗିବା ପଡିଲା ମହଙ୍ଗା – ଯୁବକ ଅଟକ ଅନୁଗୁଳ – ଜାତୀୟ ରାଜପଥରେ ଗାଡି ଅଟକାଇ ଦାଦା ବଟି ମାଗିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ଡ୍ରାଇଭର ମାନେ ଏକାଠି ହୋଇ ଯୁବକଙ୍କୁ କାବୁ…