ଅପରାଧ ଚୋରି ମୋଟରସାଇକେଲ ଉଦ୍ଧାର – ଦୁଇ ଗିରଫ Angul OnlineAugust 27, 2021August 27, 2021 ଅନୁଗୁଳ -(AO) ଅନୁଗୁଳ ଗୁରୁବାର ହାଟରୁ ଗତକାଲି ଏକ ମୋଟରସାଇକେଲ ଚୋରି ହୋଇଥିବା ବେଳେ ଆଜି ଅନୁଗୁଳ ପୁଲିସ ମୋଟରସାଇକେଲ ଚୋରକୁ ଧରିବା ସହ ଚୋରି ମୋଟରସାଇକେଲ ଉଦ୍ଧାର କରିଛି । ଏହା ସହ ଚୋରା ମୋଟରସାଇକେଲ କିଣିବା ଅଭିଯୋଗରେ ଅନ୍ୟ ଜଣଙ୍କୁ ମଧ୍ୟ ଗିରଫ କରିଛି । ସୂଚନା ଅନୁସାରେ ଗତକାଲି ଅନୁଗୁଳ ଗୁରୁବାର ହାଟରୁ ଜଣେ ବ୍ୟକ୍ତିଙ୍କର ମୋଟରସାଇକେଲ ଚୋରି ହୋଇଥିବା ଅନୁଗୁଳ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ଅନୁଗୁଳ ପୁଲିସ ସବ ଇନ୍ସପେକ୍ଟର ଅବଦୁଲ ୱାସୀମ ଖାନ ଘଟଣାର ତଦନ୍ତ କରି ବଲାସିଂହା ଗ୍ରାମର ଉପେନ୍ଦ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତି ଏହି ମୋଟରସାଇକେଲ ଚୋରି କରିଥିବା ଜାଣିବାକୁ ପାଇଥିଲେ । ଉପେନ୍ଦ୍ରଙ୍କୁ ପୁଲିସ ଆଣି ପଚରାଉଚରା କରିବା ବେଳେ ସେ ମୋଟରସାଇକେଲ ଚୋରି କରିଥିବା ମାନି ଯାଇଥିବା ବେଳେ ବନ୍ତଳା ବଜାରରେ ସ୍କ୍ରାପ ଦୋକାନ ଦେଇଥିବା ଦୁଷ୍ମନ୍ତ ସାହୁକୁ ମୋଟରସାଇକେଲ ବିକ୍ରି କରିଥିବା କହିଥିଲା । ପୁଲିସ ଚୋରି ସାମଗ୍ରୀ କିଣିଥିବା ଦୁଷ୍ମନ୍ତର ଦୋକାନରେ ଚଢ଼ାଉ କରି ଚୋରି ମୋଟରସାଇକେଲ ଉଦ୍ଧାର କରିବା ସହ ଗତ ଜୁଲାଇ ମାସ ୮ ତାରିଖରେ ଚୋରି ଅଭିଯୋଗ ହୋଇଥିବା ଆଉ ଏକ ମୋଟରସାଇକେଲର ସ୍ପେୟାର ପାର୍ଟସ ମଧ୍ୟ ଜବତ କରିଥିଲା । ଏହି ଘଟଣାରେ ପୁଲିସ ଦଫା ୩୭୯ ରେ ଚୋର ଉପେନ୍ଦ୍ର ଓ ଚୋରି ସାମଗ୍ରୀ କିଣିଥିବା ଦୁଷ୍ମନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଲାଭ ଆଶାରେ ଟ୍ରେଡିଂ ଆପରେ ଟଙ୍କା ଲଗାଇ ୫୨ ଲକ୍ଷ ଟଙ୍କା ଠକେଇର ଶିକାର ଅନୁଗୁଳ – ଅନୁଗୁଳର ଜଣେ ବ୍ୟବସାୟୀ ଅଧିକ ଲାଭ ଆଶାରେ ଟ୍ରେଡିଂ ଆପ୍ରେ ଟଙ୍କା ଲଗାଇ ଠକାମୀର ଶିକାର ହୋଇଛନ୍ତି । ଲୁଟେରା ମାନେ ତାଙ୍କ ପାଖରୁ ୫୨…
ପ୍ରେମରେ ବିଫଳ ହେଲା ଯୁବକ , ଆଉ ତାପରେ ….. ପାଲଲହଡ଼ା- ପ୍ରେମ ବ୍ୟାପାରକୁ ନେଇ ପାଲଲହଡ଼ା ଥାନା ସମୁଖରେ ଜଣେ ଯୁବକ ଆତ୍ମାହୁତି ଉଦ୍ୟମ କରିଥିବାବେଳେ ତାଙ୍କୁ , ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି…
ଖୁଡୀ ଓ ଝିଆରୀଙ୍କୁ ଛୁରୀ ଲଗାଇ ଟଙ୍କା, ସୁନା ଲୁଟ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗଡସନ୍ତ୍ରୀ ପଞ୍ଚାୟତର ଭାଗବତପୁର ଗ୍ରାମରେ ରାତିରେ ଘରେ ପଶି ଖୁଡୀ ଓ ଝିଆରୀଙ୍କୁ ଛୁରୀ ଲଗାଇ ଟଙ୍କା, ସୁନା…