ମୁଖ୍ୟ ଖବର ଆଜି ରାତିରେ ସ୍ଵଭାବିକ ହୋଇପାରେ ରେଳ ଚଳାଚଳ Angul OnlineSeptember 16, 2021September 16, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ରୋଡ ଷ୍ଟେସନ ନିକଟ ଭୋଗବେରେଣୀ ଠାରେ ଗତ ମଙ୍ଗଳବାର-ବୁଧବାର ରାତିରେ ଏକ ମାଲବାହୀ ଟ୍ରେନ ଦୁଘଟଣାଗ୍ରସ୍ତ ହୋଇଥିଲା । ଟ୍ରେନର ଇଞ୍ଜିନ ସମେତ ପ୍ରାୟ ୧୦ ଟି ବଗି ନଷ୍ଟ ହେବା ସହ ରେଳ ଧାରଣାଟି ସମ୍ପୁର୍ଣ୍ଣ ନଷ୍ଟ ହୋଇ ଯାଇଥିଲା । ଫଳରେ ଏହି ରାସ୍ତା ଦେଇ ଯାଉଥିବା ପ୍ରାୟ ୮ ଟି ଟ୍ରେନକୁ ବାତିଲ କରାଯିବା ସହ ଆଉ କିଛି ଟ୍ରେନର ଗତିପଥ ବଦଳା ଯାଇଥିଲା । ତେବେ ଦୁର୍ଘଟଣା ପରେ ରେଳ ବିଭାଗ ପକ୍ଷରୁ ମରାମତି ପାଇଁ କାମ ଆରମ୍ଭ କରା ଯାଇଥିଲା । ପ୍ରଥମେ ଦୁର୍ଘଟଣାଗ୍ରସ୍ତ ରେଳ ଡବା ଓ ସେଥିରେ ବୋଝେଇ ହୋଇଥିବା ଗହମ ଗୁଡିକୁ ହଟାଇବା ପରେ ପୋଲ ମଝିରେ ଲଟକି ଥିବା ଇଞ୍ଜିଙ୍କୁ ହଟା ଯାଇଛି । ଏହା ପରେ ମାଟି ଧସି ଯାଇଥିବା ସ୍ଥାନକୁ ପଥର , ପାଉଁଶ ଗୁଣ୍ଡ ଆଦି ଦେଇ ପୂରଣ କରାଯିବା ପରେ ରେଳ ଧାରଣାକୁ ଯୁଦ୍ଧକାଳୀନ ଭିତିରେ ମରାମତି କରା ଯାଉଛି । ଏଥିପାଇଁ ଆଜି ରାତି ସୁଧା ମରାମତି କାମ ସଂପୂର୍ଣ୍ଣ ହେବା ସହ ରେଳ ଚଳାଚଳ ସ୍ଵଭାବିକ ହୋଇପାରେ ବୋଲି ଅନୁମାନ କରା ଯାଉଛି । ତେବେ ଏ ନେଇ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । Advertisement
ମହିଳାଙ୍କ ମୃତଦେହ ଉଦ୍ଧାର – ଗଣ ବଳତ୍କାର ପରେ ହତ୍ୟା ଅଭିଯୋଗ ପାଲଲହଡା – ଶୁକ୍ରବାର ସନ୍ଧ୍ୟାରେ ଅର୍ଦ୍ଧ ନିର୍ମିତ ଅଙ୍ଗନବାଡି ଗୃହରୁ ଜଣେ ମହିଳାଙ୍କ ଉଲଗ୍ନ ମୃତ ଦେହ ଉଦ୍ଧାର କରାଯାଇଛି । ଗଣ ବଳାତ୍କାର ପରେ ମହିଳା…
ଭଡାଘରୁ କଲେଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଥାନା ସୁସୁଡା ଗାଁର ଏକ ଭଡା ଘରୁ ଜଣେ କଲେଜ ପଢୁଆ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ…
ମୋଟରସାଇକେଲ ଦୁର୍ଘଟଣାରେ ୨ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲାର ଦୁଇଟ ସ୍ଥାନରେ ଦୁର୍ଘଟଣା ଘଟି ଦୁଇ ଜଣଙ୍କ ଜୀବନ ଯାଇଛି । ଜରପଡା ଥାନା ଓଗୀ-ଅନ୍ତୁଳିଆ ପୂର୍ତ୍ତ ବିଭାଗ ରାସ୍ତାର ଓଗୀ…