ମୁଖ୍ୟ ଖବର ସରକାରୀକା ମାଲ , ଦରିଆ ମେ ଡାଲ !! ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ମିଳିଲା ପେଟି ପେଟି ଏକ୍କ୍ସପାରି ଔଷଧ Angul OnlineSeptember 20, 2021September 20, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ପୁରୁଣା କ୍ୱାର୍ଟର ଭଙ୍ଗା ବେଳେ ଏକ କ୍ଵାଟରରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସରକାରୀ ଏକ୍ସପାରି ଔଷଧ ମିଳିଛି । ସମ୍ପୃକ୍ତ କ୍ଵାଟରଟି ଜଣେ ଅବସରପ୍ରାପ୍ତ ଫର୍ମାସିଷ୍ଟଙ୍କର ଥିଲା ବୋଲି ଜଣା ପଡିଛି । ସୂଚନା ଅନୁସାରେ ଆଜି(ରବିବାର) ସନ୍ଧ୍ୟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କ୍ଵାଟର ପରିସରରେ ଥିବା ଏକ ସରକାରୀ କ୍ଵାଟର ଭଙ୍ଗା ଯାଉଥିଲା । ତେବେ ଏହି କ୍ଵାଟର ଭାଙ୍ଗିବା ବେଳେ ଭିତରୁ ଲକ୍ଷାଧିକ ଟଙ୍କାର ଶିଶୁ ମାନକ ପାଇଁ ଉଦ୍ଦିଷ୍ଟ ଆଇରନ , ଫଲିକ ଏସିଡ ଏବଂ ଭିଟାମିନ ମିଳିଥିଲା । ଯାହାକି ଅନେକ ଦିନୁ ଏକ୍ସପାରି ହୋଇ ସାରିଥିଲା । ଏତେ ପରିମାଣରେ ମେଡ଼ିସିନ କିଏ ଏବଂ କାହିଁକି ଏହି କ୍ଵାଟରରେ ଗଚ୍ଛିତ ରଖିଥିଲା ତାହା ଏବେ ବଡ ପ୍ରଶ୍ନ ସୃଷ୍ଟି କରିଛି । ଅନୁଗୁଳ ଜିଲ୍ଲା ସିକିଲସେଲ ଓ ହେମୋଫିଲିଆ ପ୍ରବଣ ଅଞ୍ଚଳ । ଜିଲ୍ଲାରେ ଅନେକ ଲୋକ ରକ୍ତହୀନତାର ଶିକାର ହୋଇଥାନ୍ତି । ଏଥିପାଇଁ ସରକାର ଆଇରନ , ଫଲିକ ଏସିଡ ଏବଂ ଭିଟାମିନ ମାଗଣା ବାଣ୍ଟିବା ପାଇଁ ଦେଇଥିଲେ । ତେବେ ଆଜି ଏତେ ପରିମାନନର ଏହି ସବୁ ମେଡ଼ିସିନ ମିଳିବା ପରେ ଏହି ସବୁ ଔଷଧ ସ୍ୱାସ୍ଥ୍ୟ ପ୍ରଶାସନ ପକ୍ଷରୁ ସଠିକ ଭାବେ ବଣ୍ଟା ଯାଇ ନଥିବା ସ୍ପଷ୍ଟ ହୋଇଛି । ଆଉ ଜଣେ ଫାର୍ମାସିଷ୍ଟ ନିଜ ଘରେ ଏଭଳି ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଔଷଧ ଗଚ୍ଛିତ ରଖିବା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏତେ ପରିମାଣର ଔଷଧ ଲୋକଙ୍କୁ ଦିଆ ନଯାଇ କ’ଣ ପାଇଁ ଗଚ୍ଛିତ କରି ରଖା ଯାଇଥିଲା ତାହା ତଦନ୍ତ କରି ଅଭିଯୁକ୍ତ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବୀ ହେଉଛି । Advertisement
ଦୁର୍ଘଟଣାରେ ପୂର୍ବତନ ବିଧାୟକ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ,ଝିଅ ଆହତ ଅନୁଗୁଳ –ଅନୁଗୁଳ ସମ୍ବଲପୁର ୫୫ ନଂ ଜାତୀୟ ରାଜପଥର ହଣ୍ଡପା ନିକଟରେ ଏକ ଦୁର୍ଘଟଣା ଘଟିଥିବା ବେଳେ ଦୁର୍ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ସ୍ତ୍ରୀ ଉର୍ମିଳା…
ବନ୍ଧୁକ ମୁନରେ ଠିକା ସଂସ୍ଥା କର୍ମଚାରୀଙ୍କୁ ଅପହରଣ ଘଟଣା- ଝାଡ଼ଖଣ୍ଡରୁ ଉଦ୍ଧାର ହେଲେ ଦୁଇ ସୁପରଭାଇଜର ପାଲଲହଡା – ଗତ ସୋମବାର ବିଳମ୍ବିତ ରାତି ରେ ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଶିଗଡ ପଞ୍ଚାୟତ କମ୍ପରକେଳା ଠାରେ ଥିବା ଏକ ଠିକା ସଂସ୍ଥାର କ୍ୟାମ୍ପରୁ…
ଜବରଦଖଲ ହୋଇଥିବା ହଜାରେ ଏକର ଜମି ଫେରିବ ସରକାରୀ ଖାତାକୁ ଅନୁଗୁଳ – ଜିଲ୍ଲାର ଅଧିକାଂଶ ସରକାରୀ ଜମି ଏବେ ଜବରଦଖଲକାରିଙ୍କ କବଜାରେ । ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାର ମୂଲ୍ୟବାନ ସରକାରୀ ଜମି ମଧ୍ୟରୁ କିଛି ଅଂଶକୁ…