ଅପରାଧ ଅସଭ୍ୟ ଗାଳି ଗୁଲଜ ଯୋଗୁଁ ହତ୍ୟା – ୩ ମହିଳା ସମେତ ୮ ଗିରଫ Angul OnlineSeptember 20, 2021September 20, 2021 ଅନୁଗୁଳ -(AO) ଅନୁଗୁଳ ସଦର ଥାନା ଡେରେଜାଙ୍ଗ ପ୍ରୋଜେକ୍ଟ ହୁଡାରୁ ଗତକାଲି ବିଳମ୍ବିତ ରାତିରେ ରନ୍ତଳେଇ ଗାଁର ଜଗନ୍ନାଥ ସେନାପତି ନାମକ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା । ତାଙ୍କ ମୁଣ୍ଡ ସଂପୂର୍ଣ୍ଣ ଗୁଣ୍ଡା ହୋଇ ଯାଇଥିବା ବେଳେ ଦେହରେ ଅନେକ କ୍ଷତ ଚିହ୍ନ ରହିଥିଲା । ଏହି ଘଟଣାରେ ଅନୁଗୁଳ ସଦର ପୁଲିସ ତଦନ୍ତ କରି ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜାଣିବା ସହ ହତ୍ୟା କାଣ୍ଡରେ ସମ୍ପୃକ୍ତ ୮ ଜଣଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ପୁଲିସ ସୂଚନା ଅନୁସାରେ ମରୁତ ଜଗନ୍ନାଥ ୨ ଦିନ ପୂର୍ବେ ନିଶାଶକ୍ତ ଅବସ୍ଥାରେ ଗାଁର କିଛି ଲୋକଙ୍କ ଘରେ ପଶିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲା । ଯାହାକୁ ସହ୍ୟ କରି ପାରି ନଥିଲେ କିଛି ଲୋକ । ଜଗନ୍ନାଥ ଆଗରୁ ମଧ୍ୟ ଅନେକ ଥର ଏଭଳି କାଣ୍ଡ କରିଥିଲା । ଆଉ ଏଥିପାଇଁ ଜଗନ୍ନାଥକୁ ହତ୍ୟା କରିବାକୁ ଯୋଜନା କରା ଯାଇଥିଲା । ଆଉ ଯୋଜନା ଆନୁସାରେ ୨ ଜଣ ଯୁବକ ଏକ ମୋଟରସାଇକେଲରେ ଆସି ଜଗନ୍ନାଥକୁ ଭୋଜି କରିବା ବାହାନାରେ ଘରୁ ଡାକି ନେଇଥିଲେ । ଆଉ ଡେରେଜାଙ୍ଗ ଡ୍ୟାମ ହୁଡାରେ ପହଞ୍ଚିବା କ୍ଷଣି ଯୋଜନା ଅନୁସାରେ ୩ ଜଣ ମହିଳାଙ୍କ ସମେତ ମୋଟ ୮ ଜଣ ମିଶି ଜଗନ୍ନାଥକୁ ବାଡି , ଖଣ୍ଡା , ଛୁରି ଏବଂ ଲୁହା ରଡରେ ଆକ୍ରମଣ କରିଥିଲେ । ସମସ୍ତଙ୍କ ମିଳିତ ଆକ୍ରମଣରେ ଘଟଣା ସ୍ଥଳରେ ହିନ ଜଗନ୍ନାଥର ମୃତ୍ୟୁ ହୋଇଥିଲା । ପୁଲିସ ତଦନ୍ତ ପରେ ସମସ୍ତ ୮ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ରନ୍ତଲେଇ ଗାଁର ଜିତେନ୍ଦ୍ର ସାହୁ , ସଂଗ୍ରାମ ସାହୁ , ଜିତେନ୍ଦ୍ର ବିଶ୍ଵାଳ , ବିଭୁତି ସାହୁ , ମମତା ସାହୁ , ସୁବାସିନୀ ବେହେରା , ବାସନ୍ତୀ ସାହୁ ଓ ତରଣି ବେହେରା ବୋଲି ଜଣା ପଡିଛି । Advertisement
ଦିନ ଦ୍ଵିପହରରେ ଘରେ ପଶି କଳାକନା ବୁଲାଇଲେ ଚୋର ଅନୁଗୁଳ – ଅନୁଗୁଳ ସହରରେ ପ୍ରତ୍ୟେକ ଦିନ ଲୁଟେରାଙ୍କ ଉତ୍ପାତ କେଉଁଠି ନା କେଉଁଠି ଦେଖିବାକୁ ମିଳୁଛି । ଆଜି(ଶନିବାର) ଅନୁଗୁଳ ଉପକଣ୍ଠ ଗୀତାଗ୍ରାମରେ ଘରେ କେହି…
ପୁଣି ଏକ କଙ୍ଗାରୁ କୋର୍ଟ – ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼ ପାଲଲହଡା – ପରକିୟା ସମ୍ପର୍କକୁ ନେଇ କଙ୍ଗାରୁ କୋର୍ଟ । ପରିବାର ଓ ପଡୋଶୀଙ୍କ ଦ୍ଵାରା ପ୍ରେମିକ ବନ୍ଧା ହୋଇ ନିସ୍ତୁକ ମାଡ । ଆଉ ଏହି…
ତଣ୍ଟି କାଟି ଓ ପଥରରେ ଛେଚି ହତ୍ୟା ପାଲଲହଡା – ତଣ୍ଟି କାଟି ଓ ପଥରରେ ଛେଚି ମହିଳାଙ୍କୁ ଜଘନ୍ୟ ହତ୍ୟା । ମୃତକ ଜଣକ ହେଲେ ସୁସବନାଳି ଗ୍ରାମର ଜନ ମୁଣ୍ଡା । ଏମିତି…