ମୁଖ୍ୟ ଖବର ଠାକୁର ଘରୁ ଦବିଗଲା ୧୦ ଫୁଟ ମାଟି – ଭୟରେ ପରିବାର ଲୋକ Angul OnlineSeptember 28, 2021September 28, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ପୁଣି ଦବିଲା ମାଟି । ତାଳଚେର ସହରର ୧୦ ନମ୍ବର ୱାର୍ଡ ପିତାମ୍ବର ଦାସ ନାମକ ଜଣେ ବ୍ୟକ୍ତିଙ୍କ ଠାକୁର ଘରୁ ମାଟି ଦବିଥିଲା । ପ୍ରାୟ ୨ ଫୁଟରେ ୨ ଫୁଟ ଚଉଡାର ୧୦ ଫୁଟ ଗଭୀର ଗର୍ତ୍ତ ସୃଷ୍ଟି ହୋଇଥିଲା । ଆଜି ପିତାମ୍ବର ଠାକୁର ଘରକୁ ପୂଜା କରିବାକୁ ଯାଇଥିବା ବେଳେ ଏଭଳି ମାଟି ଦବି ଥିବାର ସେ ଦେଖି ଡରି ଯାଇଥିଲେ । ଏପରିକି ପରିବାର ଲୋକ ଆତଙ୍କିତ ଅବସ୍ଥାରେ ଥିବା ବେଳେ କୌଣସି ବଡ଼ ଅଘଟଣ ଘଟିବ ଚିନ୍ତା କରି ନିଜେ ରାଜ ମିସ୍ତ୍ରୀ ଡାକି ବାଲି ଫିଲିଙ୍ଗ କରିବା ସହ ସିମେଣ୍ଟ ଚଟାଣ କରି ଦେଇଥିଲେ । ଭୂତଳ କୋଇଲା ଖଣିରୁ କୋଇଲା ନେଇ ଯିବା ପରେ ସଠିକ ଭାବେ ବାଲି ଭର୍ତ୍ତି ହେଉ ନଥିବାରୁ ଏଭଳି ଘଟଣା ତାଳଚେର ଅଞ୍ଚଳରେ ବାରମ୍ବାର ଘଟୁଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ ଅସନ୍ତୋଷ ଦେଖା ଦେଇଛି । Advertisement
ରେଳ ଧାରଣାରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନାର ଜରପଡା ଷ୍ଟେସନ ନିକଟରେ ରେଳ ଧାରଣାରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କର ମୃତ ଦେହ ଉଦ୍ଧାର । ମୃତ…
ଆଇରନ ବଟିକା ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ଅଭିଯୋଗ ଅନୁଗୁଳ – ଆଇରନ ବଟିକା ଖାଇ ୯ ରୁ ଅଧିକ ଶିଶୁ ଅସୁସ୍ଥ ହୋଇଥିବା ଅଭିଯୋଗ ଆସିଛି । ସୂଚନା ଅନୁସାରେ ଛେଳିଆପଡା ପଞ୍ଚାୟତ ନୂଆଁଗାଁ ପ୍ରାଥମିକ…
ଦୁଇ ହତ୍ୟା ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଅନୁଗୁଳ – ଦୁଇ ହତ୍ୟା ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ । ଦଣ୍ଡାଦେଶ ଦେଲେ ଆଠମଲ୍ଲିକ ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ୧୦/୧୦/୨୦୧୭ ମସିହାରେ ଏହି ଟ୍ରିପଲ ମଡର…