ମୁଖ୍ୟ ଖବର ଠାକୁର ଘରୁ ଦବିଗଲା ୧୦ ଫୁଟ ମାଟି – ଭୟରେ ପରିବାର ଲୋକ Angul OnlineSeptember 28, 2021September 28, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ପୁଣି ଦବିଲା ମାଟି । ତାଳଚେର ସହରର ୧୦ ନମ୍ବର ୱାର୍ଡ ପିତାମ୍ବର ଦାସ ନାମକ ଜଣେ ବ୍ୟକ୍ତିଙ୍କ ଠାକୁର ଘରୁ ମାଟି ଦବିଥିଲା । ପ୍ରାୟ ୨ ଫୁଟରେ ୨ ଫୁଟ ଚଉଡାର ୧୦ ଫୁଟ ଗଭୀର ଗର୍ତ୍ତ ସୃଷ୍ଟି ହୋଇଥିଲା । ଆଜି ପିତାମ୍ବର ଠାକୁର ଘରକୁ ପୂଜା କରିବାକୁ ଯାଇଥିବା ବେଳେ ଏଭଳି ମାଟି ଦବି ଥିବାର ସେ ଦେଖି ଡରି ଯାଇଥିଲେ । ଏପରିକି ପରିବାର ଲୋକ ଆତଙ୍କିତ ଅବସ୍ଥାରେ ଥିବା ବେଳେ କୌଣସି ବଡ଼ ଅଘଟଣ ଘଟିବ ଚିନ୍ତା କରି ନିଜେ ରାଜ ମିସ୍ତ୍ରୀ ଡାକି ବାଲି ଫିଲିଙ୍ଗ କରିବା ସହ ସିମେଣ୍ଟ ଚଟାଣ କରି ଦେଇଥିଲେ । ଭୂତଳ କୋଇଲା ଖଣିରୁ କୋଇଲା ନେଇ ଯିବା ପରେ ସଠିକ ଭାବେ ବାଲି ଭର୍ତ୍ତି ହେଉ ନଥିବାରୁ ଏଭଳି ଘଟଣା ତାଳଚେର ଅଞ୍ଚଳରେ ବାରମ୍ବାର ଘଟୁଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ ଅସନ୍ତୋଷ ଦେଖା ଦେଇଛି । Advertisement
ଆବର୍ଜନା ଗଦା କରିବାରୁ ଦୁଇ ଦୋକାନ ସିଲ କଲା ପ୍ରଶାସନ ଅନୁଗୁଳ – ଦୋକାନ ଆଗରେ ଆବର୍ଜନା କରୁଥିବା ଯୋଗୁଁ ଆଜି ଦୁଇଟି ଦୋକାନକୁ ଅନୁଗୁଳ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ସୂଚନା ଅନୁସାରେ ବସଷ୍ଟାଣ୍ଡରୁ କାଞ୍ଚନ…
ନିଅଁ ଗାତରେ ପଡି ନାବାଳକ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ପେଟ୍ରୋଲ ପମ୍ପ ନିକଟରେ ଏକ ନିଅଁ ଖୋଳା ଯାଇଥିବା ଗାତରେ ପଡି ଜଣେ ୧୨ ବର୍ଷର ବାଳକର…
ଦୁଇ ବଳିଷ୍ଠ ବ୍ଯକ୍ତିତ୍ୱଙ୍କ ବିୟୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ଦୁଇ ଜଣ ବଳିଷ୍ଠ ବ୍ଯକ୍ତିତ୍ୱଙ୍କ ଆଜି ପରଲୋକ ହୋଇଛି । ଏଥିପାଇଁ ଅଞ୍ଚଳରେ ଆଜି ଶୋକର ଛାୟା ଖେଳି…