ମୁଖ୍ୟ ଖବର ୧୨ ଫୁଟ ଅହିରାଜ ଉଦ୍ଧାର Angul OnlineSeptember 29, 2021September 29, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଗଡତରାସ ଗ୍ରାମରୁ ଆଜି ଏକ ୧୨ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରା ଯାଇଛି । ଗଡତରାସ ଗ୍ରାମ ଶିବ ମନ୍ଦିର ନିକଟ ଏକ ଜଳାଶୟ ପାଖରେ ଏକ ବଡ ସାପକୁ କିଛି ଗ୍ରାମବାସୀ ଦେଖି ଭୟଭୀତ ହୋଇଯାଇଥିଲେ । ତୁରନ୍ତ ଗ୍ରାମ ସଭାପତି ସୁବର୍ଣ୍ଣୀ ପ୍ରଧାନ ଏ ସଂମ୍ପର୍କରେ ଅନୁଗୁଳର ସର୍ପମିତ୍ର ଆଦିତ୍ୟ ବେହେରାଙ୍କୁ ଜଣାଇଥିଲେ । ଖବର ପାଇ ଶ୍ରୀ ବେହେରାଙ୍କ ସହ ସର୍ପଉଦ୍ଧାରକାରୀ ଶିବାନୀ ଶଙ୍କର ଦେହୁରୀ ଓ ବିଜୁ ଭୋଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସଫଳତାର ସହ ସାପଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ସାପଟିକୁ ବନ୍ତଳା ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇଥିଲା । ପରେ ବନାଞ୍ଚଳ ଅଧିକାରୀ ମାଧବଚନ୍ଦ୍ର ନାଏକଙ୍କ ନିର୍ଦ୍ଦେଶକ୍ରମେ ବନପାଳ ଗୁଲସନ ବେହେରାଙ୍କ ଉପସ୍ଥିତିରେ ଅହିରାଜକୁ ନିକଟସ୍ଥ ସୁରକ୍ଷିତ ପ୍ରାକୃତିକ ଆବାସସ୍ଥଳୀରେ ଛାଡି ଦିଆଯାଇଥିଲା । ଗତ ଦୁଇ ବର୍ଷ ମଧ୍ୟରେ ଗଡ଼ତରାସ ଗ୍ରାମରୁ ୩ ଟି ଅହିରାଜ ସାପ ଉଦ୍ଧାର ହୋଇଥିବା ସର୍ପମିତ୍ର ଆଦିତ୍ୟଙ୍କଠାରୁ ଜଣାଯାଇଛି । Advertisement
ଟ୍ରକ ଓଲଟି ପାଣିରେ ଭାସିଗଲା ୪୦୦ ବସ୍ତା ଧାନ ତାଳଚେର – ଟ୍ରକ ଓଲଟି ପାଣିରେ ଭାସିଗଲା ଧାନବସ୍ତା । ଏଭଳି ଘଟଣା ଅନୁଗୋଳ ଜିଲ୍ଲା ସମଲ -ପବିତ୍ରନଗର ରାସ୍ତାରେ ଦେଖିବାକୁ ମିଳିଛି । ସମାକୋଇ ପୋଲରେ…
ଫିତା କାଟିବାକୁ ପ୍ରତିଯୋଗୀତା – ବିଧାୟକ ଓ ସାଂସଦ ମୁହାଁ ମୁହିଁ ପାଳଲହଡା – ଅନେକ ଦିନ ଧରି ସାଂସଦ ଓ ବିଧାୟକଙ୍କ ଭିତରେ ଭିତରେ ଲାଗିଥିବା ଛକାପଞ୍ଝା ଏବେ ବିସ୍ଫୋରଣର ରୂପ ନେଇଛି । ଦୁଇ ଲୋକ ପ୍ରତିନିଧ୍ଧି…
କୋଭିଡ କଟକଣା ଉଲ୍ଲଘଂନ କରି ଅଟକ ରହିଲେ ୪ ପୂଜକ ତାଳଚେର – କୋଭିଡ କଟକଣା ନ ମାନିବା ମନ୍ଦିର ପୂଜକଙ୍କୁ ମହଙ୍ଗା ପଡିଛି । ମନ୍ଦିରରେ ଭିଡ଼ କରିବା ଯୋଗୁଁ ୪ ପୂଜକଙ୍କୁ ଥାନାରେ ଅଟକ ରଖିଲା…