ମୁଖ୍ୟ ଖବର ଭସାଣି ବେଳେ ଦୁର୍ଘଟଣା – ୫ ଆହତ Angul OnlineOctober 23, 2021October 23, 2021 କଣିହାଁ – ଭସାଣି ବେଳେ ଦୁର୍ଘଟଣା । ଭସାଣିରେ ଯାଉଥିବା ଟ୍ରାକ୍ଟର ଧକ୍କାରେ ୫ ଗୁରୁତର । ଅନୁଗୁଳ ଜିଲ୍ଲା କଣିହାଁ , ଗଣ୍ତମାଳା ଗ୍ରାମରେ ଏଭଳି ଘଟଣା ଘଟିଯାଇଛି । ସୂଚନା ଅନୁସାରେ ଗତକାଲି ରାତିରେ ଗ୍ରାମରେ ଲକ୍ଷ୍ମୀପୂଜା ଭସାଣି ଚାଲିଥିବା ବେଳେ ହଠାତ ଟ୍ରାକ୍ଟର ଧକ୍କା ଦେବାରୁ ୫ଜଣ ଗୁରୁତର ଆହତ ହୋଇଛନ୍ତି । ଟ୍ରାକ୍ଟର ଡ୍ରାଇଭର ଭସାଣି ସମୟରେ ଗାଡି ଛାଡି ତଳକୁ ଓହ୍ଲାଇଥିବା ବେଳେ ସେ ଅଞ୍ଚଳର ଜୈନେକ ନିଶା ଶକ୍ତ ଯୁବକ ହଠାତ୍ ଟ୍ରାକ୍ଟରଟିକୁ ଦୃତଗତିରେ ଆଗକୁ ନେଇ ଯାଇଥିଲେ । ଫଳରେ ଭସାଣିରେ ଯାଉଥିବା ଲୋକମାନଙ୍କ ଉପରେ ଟ୍ରାକ୍ଟରଟି ମାଡି ଯାଇଥିଲା । ଫଳରେ ପାଞ୍ଚ ଜଣ ଗୁରୁତର ହୋଇଥିଲେ । ଗଣ୍ତମାଳା ଗ୍ରାମପଞ୍ଚାୟତର ସରପଞ୍ଚ କୁନି ଦେହୁରୀ ଆହତ ବ୍ୟକ୍ତିମାନଙ୍କୁ ଖମାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ସେଠାରେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଜଣକୁ କଟକ ବଡ ଡାକ୍ତରଖାନା ଓ ଅନ୍ୟ ତିନିଜଣଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ରେଙ୍ଗାଳି ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । Advertisement
ନାବାଳିକା ଦୁଷ୍କର୍ମକାରୀଙ୍କୁ ୧୦ ବର୍ଷ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଫାଷ୍ଟ ଟ୍ରାକ୍ କୋର୍ଟରେ ଶନିବାର ଜଣେ ୧୬ ବର୍ଷର ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ…
ଜାତୀୟ ରାଜପଥ ର ସୁରକ୍ଷା ପାଇଁ ଯଜ୍ଞ ଅନୁଗୁଳ – ଜାତୀୟ ରାଜପଥ ୫୫ ପାଇଁ ହୋମଯଜ୍ଞର ଆୟୋଜନ କଲେ ଅନୁଗୁଳ ସଚେତନ ନାଗରିକ । ରାଜପଥର ଦୁରାବସ୍ଥା ଯୋଗୁଁ ନିରୀହ ଜନସାଧାରଣଙ୍କ ଜୀବନ ଯାଉଛି…
ଏସ.ପି. ଅଫିସ ସମ୍ମୁଖରୁ ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଆଜି ସକାଳୁ ଏକ ମୃତଦେହ ଉଦ୍ଧାର ହୋଇଛି । ଜାତୀୟ ରାଜପଥ ୫୫ କଡରେ ଥିବା…