ଆଞ୍ଚଳିକ ଉଦ୍ୟମ ଫାଉଣ୍ଡେସନର ପ୍ରଥମ କାର୍ଯ୍ୟକାରିଣୀ ବୈଠକ Angul OnlineOctober 24, 2021October 24, 2021 ଅନୁଗୁଳ – ଅନୁଗୁଳର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଉଦ୍ୟମ ଫାଉଣ୍ଡେସନର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ମନ୍ଦରଗିରି ମଠ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ସଭାରେ ସଂଗଠନର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହେବା ସହିତ ସଂଗଠନର ବିଭିନ୍ନ ପଦ ଘୋଷିତ ହୋଇଥିଲା । ସଂଗଠନର ସଭାପତି ଭାବେ ବାପୁଜୀ ପ୍ରଧାନ ଚୟନ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ପିନାକୀ ପ୍ରସାଦ ସିଂ ନିର୍ବାଚିତ ହୋଇଛନ୍ତି । ଆଗାମୀ ଦିନରେ ଉଦ୍ୟମ ଫାଉଣ୍ଡେସନ ପକ୍ଷରୁ ବୃକ୍ଷରୋପଣ ଓ ସଂରକ୍ଷଣ , ପଶୁ ପକ୍ଷୀ ସେବା , ଶିକ୍ଷା ଓ ସ୍ବାସ୍ଥ ସଚେତନତା ଓ ସେବା , ଅସହାୟଙ୍କୁ ବସ୍ତ୍ର ଦାନ , ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ଓ ସ୍ବେଚ୍ଛାକୃତ ରକ୍ତ ଦାନ ସେବା ଆଦି ଜନ କଲ୍ୟାଣ କାର୍ଯ୍ୟ ପ୍ରତି ଗୁରୁତ୍ଵ ଦିଆଯିବ ବୋଲି ସଂଗଠନର ସଭାପତି ସୁଚନା ଦେଇଛନ୍ତି । Advertisement
ଅଷ୍ଟପ୍ରହର ନାମ ଯଜ୍ଞର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଅନୁଗୋଳ – ଅନୁଗୋଳ ଜିଲ୍ଲା ତଳମୂଳ ନୂଆସାହିରେ ଅନୁଷ୍ଠିତ ହୋଇଆସୁଥିବା ଅଷ୍ଟପ୍ରହର ଅଖଣ୍ଡ ନାମଯଜ୍ଞର ପଚାଶ ବର୍ଷ ପୂର୍ତ୍ତି ଉପଲକ୍ଷେ ଚଳିତ ବର୍ଷ ୨୪ ତାରିଖ ଠାରୁ…
ଗାଡିଆରେ ଭାସୁଛି ଅଜଣା ଶବ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପଳାସବଣିଆ ଗ୍ରାମ ନିକଟସ୍ଥ ବରନାଳ ଚେକଡ୍ୟାମର ଏକ ଗାଡିଆରେ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ…
ଜାତୀୟ ରାଜପଥ ୫୫ କାଦୁଅ ପଚପଚ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ବର୍ତ୍ତମାନ ମରଣ ଯନ୍ତା ସାଜିଛି । ମୁଖ୍ୟତଃ ବଅଁରପାଳ ଠାରେ ରାସ୍ତାର ଅବସ୍ଥା ଦେଖିଲେ…