ଆଞ୍ଚଳିକ ହାଇସ୍କୁଲରେ ନିମ୍ନମାନର କାର୍ଯ୍ୟ – ଯନ୍ତ୍ରୀଙ୍କୁ ଘେରିଲେ ଗ୍ରାମବାସୀ Angul OnlineNovember 15, 2021November 15, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ଅନ୍ତର୍ଗତ ନିଶା ଗ୍ରାମର ସରକାରୀ ଉଚ୍ଚବିଦ୍ୟାଳୟରେ ସ୍ମାର୍ଟ ସ୍କୁଲ ଯୋଜନାରେ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ କରି ସୋମବାର ଗ୍ରାମବାସୀ ବିଭାଗୀୟ ଯନ୍ତ୍ରୀଙ୍କୁ ଘେରିଥିଲେ । ସୂଚନା ଅନୁସାରେ , ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୫୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଏହି ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲ ଯୋଜନାରେ ସରକାର ସାମିଲ କରିଛନ୍ତି । ତେବେ ସ୍ମାର୍ଟ ସ୍କୁଲ ନିର୍ମାଣ ହେଉଥିବା ବେଳେ ଘର ଛାତରୁ ପାଣି ପଡୁଛି । ସେହିଭଳି ପୁରୁଣା ପାଚେରୀରେ ରଙ୍ଗ କରିଥିବା ବେଳେ ପାଚେରୀକୁ ହାତରେ ଧରିଲେ ପ୍ଲାଷ୍ଟର ଉଠିଯାଉଥିବା ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ ଲାଇବ୍ରେରୀ ଏବଂ ଚଟାଣ ଗୁଡିକରେ ଟାଇଲସ ବସା ଯାଉଥିବାବେଳେ ସିମେଣ୍ଟ ବଦଳରେ ବାଲି ଦ୍ୱାରା ଟାଇଲସ ଲଗାଯାଉଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ତେବେ ବିଭାଗୀୟ ଯନ୍ତ୍ରୀ ଆଜି ସ୍କୁଲକୁ ଆସିଥିବାବେଳେ ତାଙ୍କୁ ଗ୍ରାମବାସୀ ୩ ଘଣ୍ଟା ଘେରି ରହିଥିଲେ । ଖବର ପାଇ ଛେଣ୍ଡିପଦା ବିଡିଓ ଘଟଣା ସ୍ଥଳରେ ପହଞ୍ଚି ସମସ୍ୟା ସମାଧାନ କରିବା ପାଇଁ ପ୍ରତିଶୃତି ଦେବା ସହ ଗ୍ରାମବାସୀଙ୍କୁ ଏକ ଲିଖିତ ଅଭିଯୋଗ କରିବା ପାଇଁ କହିଥିଲେ । ଫଳରେ ଅଭିଭାବକ ଓ ଗ୍ରାମବାସୀ ମାନେ ଏହି ଅଭିଯୋଗକୁ ନେଇ ଜିଲ୍ଲାପାଳଙ୍କୁ ଭେଟିବେ ବୋଲି ପ୍ରକାଶ କରିଛନ୍ତି । Advertisement
ହାତ ଛାଡିଲେ ସୁବୋଧ – ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଅନୁଗୁଳରେ ବିଜେପିର ମିଶ୍ରଣ ପର୍ବ ଅନୁଗୁଳ – ଆଜି କେନ୍ଦ୍ର ପେଟ୍ରୋଲିୟମ ଓ ଗ୍ୟାସ , ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଗସ୍ତରେ ଆସି ବିଜେପି ମିଶ୍ରଣ ପର୍ବର ଯୋଗ ଦେଇ…
ଏମ.ବି.ଏ. ଓ ଏମ.ଏଫ.ସି. ବିଭାଗ ତରଫରୁ ” ଉପଭୋକ୍ତା ଶିକ୍ଷା ଅଧିକାର” ଉପରେ ଆଲୋଚନା ଚକ୍ର ଅନୁଗୁଳ – ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟ ରେ ଏମ.ବି .ଏ ଏବଂ ଏ ଏଫ ସି ବିଭାଗ ତରଫରୁ “ଉପଭୋକ୍ତା ଶିକ୍ଷା ଅଧିକାର” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ…
ଧାନବିଡା ବୋଝେଇ ଚଳନ୍ତା ମାଲବାହୀ ଅଟୋ ଜଳିଗଲା ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ଆମ୍ବପାଳ ଗ୍ରାମରେ ଆଜି ଏକ ଚଳନ୍ତା ମାଲବାହୀ ଅଟୋରେ ଅଗ୍ନିକାଣ୍ଡ ଘଟିବା ଫଳରେ ସେଥିରେ ବୋଝେଇ ହୋଇଥିବା…