ଅପରାଧ ପାଞ୍ଚ ଜଣଙ୍କ ନାମରେ ଲଟକା ଜାରି କଲା ପୁଲିସ Angul OnlineDecember 9, 2021December 9, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ସାପୋଇନାଳି ଗ୍ରାମରେ ଗଞ୍ଜେଇ କାରବାରରୁ ବେଆଇନ ସମ୍ପତି ଜବତ ଘଟଣାରେ ପୁଲିସ ଚିତରଞ୍ଜନଙ୍କ ଘରେ ୫ ଜଣଙ୍କ ନାମରେ ଲଟକା ଜାରୀ କରିଛି । ସୂଚନା ଅନୁସାରେ , ଛେଣ୍ଡିପଦା ଥାନା କେସ ନଂ ୩୯୦ / ୨୧ରେ ଅଗଷ୍ଟ ୨୩ ତାରିଖରେ ପୁଲିସ ୭୦ କିମ୍ବା ୩୦୦ ଗ୍ରାମ ଗଞ୍ଜେଇ ଚାଲାଣ ବେଳେ ପୁଲିସ ଏକ କାର ସହିତ ଜଣକୁ ଗିରଫ କରିଥିବା ବେଳେ ଚିତରଞ୍ଜନ @ପିଣ୍ଟୁ ସାହୁ ଫେରାର ଥିଲା । ଏନେଇ ପୁଲିସ ପିଣ୍ଟୁଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରି ବିଫଳ ହୋଇଥିଲା । ତେବେ ଏହି ଗଞ୍ଜେଇ ବେପାରରୁ ପିଣ୍ଟୁ କୋଟିକୋଟି ଟଙ୍କା ରୋଜଗାର କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରିଥିଲା । ଏଥିପାଇଁ ଅନୁଗୁଳ ଏସପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶରେ ନଭେମ୍ବର ୨୬ ତାରିଖ ଶୁକ୍ରବାର ପୁଲିସ ପିଣ୍ଟୁଙ୍କ ଘରେ ଛନଭିନ କରିଥିଲା । ଏହି ଯାଞ୍ଚ ବେଳେ ପିଣ୍ଟୁର ଘରୁ ନଗଦ ୨୦ଲକ୍ଷ ଟଙ୍କା ଜବତ କରିଥିଲା । ଏହି ନଗଦ ଟଙ୍କା ସହ ସ୍ଥାବର ଅସ୍ଥାବର ସମ୍ପତି , ବ୍ୟାଙ୍କ ପାସବୁକ ଜମି ପଟା ମିଶାଇ ପୋଲିସ ୨ କୋଟି ୩ ଲକ୍ଷ ୪୦ ହଜାରରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତି ଜବତ କରିଛି । ଏହା ପରେ ୧୯୮୫ NDPS ଆକ୍ଟର ଧାରା ୬୮ F ଅନୁଯାୟୀ କୋଲକାତା ଠାରେ ଥିବା ଭାରତ ସରକାରଙ୍କର ଅର୍ଥ ମନ୍ତ୍ରଣାଳୟର କମ୍ପିଟାଣ୍ଟ ଅଥରିଟି ଆଣ୍ଡ ଆଡମିନିଷ୍ଟ୍ରେଟରଙ୍କୁ ଛେଣ୍ଡିପଦା ଥାନା ପକ୍ଷରୁ ଅବଗତ କରାଯାଇଥିଲା । ଅବଗତ ପରେ କମ୍ପିଣ୍ଟାଟ ଅଥରିଟ ଆଣ୍ଡ ଆଡମିନିଷ୍ଟ୍ରେଟରଙ୍କ ଚିଠି ଅନୁଯାୟୀ ଛେଣ୍ଡିପଦା ଥାନା ଅଧିକାରୀ ଧିରେନ କୁମାର ବେହେରାଙ୍କ ସମେତ ପୁଲିସ କର୍ମଚାରୀ ମାନେ ପିଣ୍ଟୁଙ୍କ ବାସ ଭବନରେ ପହଞ୍ଚି ପୁଲିସ ଜବତ କରିଥିବା ଆୟ ବହିର୍ଭୂତ ସମ୍ପତ୍ତିର ପକ୍ଷ ରଖିବା ନିମନ୍ତେ ପୁଲିସ ପିଣ୍ଟୁଙ୍କ ପରିବାରର ମା ,ସ୍ତ୍ରୀ ଓ ଝିଅଙ୍କୁ ସାକ୍ଷୀମାନଙ୍କ ଉପସ୍ଥିତିରେ ସମନ ପ୍ରଦାନ କରିଥିବା ବେଳେ ପିଣ୍ଟୁ ଓ ତାଙ୍କ ଭାଇ ଦୀପକ ସାହୁ ଘରେ ନଥିବାରୁ ସ୍ଥାନୀୟ ସାକ୍ଷୀ ମାନଙ୍କ ଉପସ୍ଥିତିରେ ଘର କାନ୍ଥରେ ଲଟକା ଜାରୀ କରିଛି । କମ୍ପିଟାଣ୍ଟ ଅଥରିଟ ଆଣ୍ଡ ଆଡମିନିଷ୍ଟ୍ରେଟର ଚିଠି ଅନୁଯାୟୀ ଆସନ୍ତା ୧୬ ତାରିଖରେ କୋଲକାତା କାର୍ଯ୍ୟାଳୟରେ ଉପସ୍ଥିତ ରହି ପକ୍ଷ ଦେଇ ପାରିବେ ନଚେତ ୧୭ ତାରିଖରେ ଶୁକ୍ରବାର ମଧ୍ୟାହ୍ନ ୧୨ଟାରେ ଛେଣ୍ଡିପଦା ଥାନାରେ ଉପସ୍ଥିତ ରହି ଭି ସି ମାଧ୍ୟମରେ ନିଜର ପକ୍ଷ ରଖିବା ପାଇଁ ଥାନା ଅଧିକାରୀ ପିଣ୍ଟୁର ପରିବାରଜୁ ଅବଗତ କରାଇଛନ୍ତି । Advertisement
ଝାଡ଼ଖଣ୍ଡରୁ ଗିରଫ ହେଲା ସାଇବର ଲୁଟେରା ଅନୁଗୁଳ – ସମଗ୍ର ରାଜ୍ୟରେ ସାଇବର କ୍ରାଇମ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଚାଲିଛି । ସାଇବର କ୍ରାଇମକୁ ଚିହ୍ନଟ କରିବା ପାଇଁ ଅନୁଗୁଳ ଜିଲ୍ଲାରେ ସ୍ୱତନ୍ତ୍ର…
ସୁନାଗହଣା ଦୋକାନରେ ଅନିୟମିତତା – ୭ ଦୋକାନକୁ ୨୭ ହଜାର ଜୋରିମାନା ଅନୁଗୁଳ – ଅନୁଗୁଳ ସହରର ବିଭିନ୍ନ ସୁନାଗହଣା ଦୋକାନ ଗୁଡିକରେ ଏନଫୋର୍ସମେଣ୍ଟ ସ୍କ୍ବାଡ ଚଢାଉ କରି ଲାଇସେନ୍ସ , ଓଜନମାପ ଓ ଦରଦାମରେ ଅନିୟମିତତା ଅଭିଯୋଗ ନେଇ…
ସିବିଆଇ ପଞ୍ଝାରେ ଖଣି ସୁରକ୍ଷା ଅଧିକାରୀ ଇଂନଚାର୍ଜ ତାଳଚେର – ସିବିଆଇ ପଞ୍ଝାରେ ତାଳଚେର ଏମସିଏଲର ଖଣି ସୁରକ୍ଷା ଅଧିକାରୀ ଇଂନଚାର୍ଜ ଜୟନ୍ତ ବାରିକ । ତାଳଚେର ଏମସିଏଲର ବଳରାମ କୋଇଲା ଖଣି ସୁରକ୍ଷା ଅଧିକାରୀ…