ମୁଖ୍ୟ ଖବର ନିଜ ଦେହରେ ପେଟ୍ରୋଲ ଢାଳି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ Angul OnlineDecember 15, 2021December 15, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୋଡାପଡା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାରିବାରିକ କଳହକୁ ନେଇ ପୋଡାପଡା ଗ୍ରାମର ବାପୁଜୀ ସାହୁ ନାମକ ଜଣେ ଯୁବକ ନିଜ ଦେହରେ ପେଟ୍ରୋଲ ଢାଳିବା ସହିତ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣା ପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଓ ସମ୍ପର୍କିୟ ମାନେ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ବାପୁଜୀଙ୍କର ଦେହ ୭୦ ଭାଗ ପୋଡିଯାଇଛି । ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ଡାକ୍ତର ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି । ସୂଚନା ଅନୁସାରେ ଗତ କିଛି ମାସ ପୂର୍ବେ ବଜ୍ରାଘାତରେ ତାଙ୍କ ବାପା ଧୀରେନ ସାହୁଙ୍କର ମୃତ୍ୟୁ ହୋଇଥିଲା । ବାପୁଜୀଙ୍କ ବାପାଙ୍କ ଏହି ମୃତ୍ୟୁ ପାଇଁ ସରକାରୀ ସହାୟତା ମିଳିଛି । ଏହି ସହାୟତା ଟଙ୍କାରୁ କିଛି ଟଙ୍କା ସେ ଘର ଲୋକକୁ ମାଗିଥିଲେ । ପରିବାର ଲୋକ ମନା କରିବାକୁ ସେ କୁଆଡେ ଏଭଳି ଉଦ୍ୟମ କରିଥିବା ଜଣା ପଡିଛି । ତେବେ ଏ ନେଇ ପୁଲିସ ପାଖରେ କୌଣସି ସୂଚନା ନଥିବା ଜଣା ପଡିଛି । Advertisement
ପଞ୍ଚାୟତ ସ୍ତରରେ ହେବ ଜନ ଶୁଣାଣି – ଜିଲ୍ଲାପାଳ ଦେଲେ ନିର୍ଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲାର ସମସ୍ତ ବ୍ଲକରେ ଥିବା ପଞ୍ଚାୟତରେ ଏବେ ଲୋକ ନିଜ ଅଭିଯୋଗ କରି ପାରିବେ । ଏଥିପାଇଁ ସପ୍ତାହର ସୋମବାର ଦିନ ସ୍ଥାନୀୟ…
ହାତୀ ଆକ୍ରମଣରେ ଜଣେ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ସାନହିଂସର ଗାଁରେ ହାତୀ ଆକ୍ରମଣରେ ପୁଣି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତ ବ୍ଯକ୍ତି ଜଣଙ୍କ ସାନହିଂସର ଗାଁର ହାଡିବନ୍ଧୁ…
ଆମ୍ବ ଗୋଟାଇବା ହେଲା କାଳ – ବଜ୍ରପାତରେ ନାବାଳକ ସମେତ ଦୁଇ ମୃତ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଜ୍ରକୋଟ ପଞ୍ଚାୟତ ଗୁଣ୍ଡୁରୀ ଗ୍ରାମରେ ଅଘଟଣ ଘଟିଯାଇଛି l ଗୁରୁବାର ଅପରାହ୍ନରେ ଝଡ଼ତୋଫାନ ବେଳେ ଗ୍ରାମର ତିନି ଜଣ…