ମୁଖ୍ୟ ଖବର ୧ ତାରିଖରୁ ଚାଲିବ ମେମୁ ଟ୍ରେନ୍ – ଏସ୍.ୟୁ.ସି.ଆଇ ଦାବି ଆଗରେ ନଇଁଲା ରେଳ ବିଭାଗ Angul OnlineDecember 17, 2021December 17, 2021 ଅନୁଗୁଳ – ୧ ଜାନୁୟାରୀ ୨୦୨୨ ଠାରୁ ଅନୁଗୁଳ-ପୁରୀ ମେମୁ ଟ୍ରେନ ଅନୁଗୁଳରୁ ଚଳାଚଳ କରିବ । ସପ୍ତାହକୁ ତିନି ଦିନ ଦୁଇ ସପ୍ତାହ ଚାଲିବା ପରେ ମେମୁ ଟ୍ରେନ୍ ସ୍ୱାଭାବିକ ଦୈନିକ ଚଳାଚଳ କରିବ ବୋଲି ଆଜି ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ପକ୍ଷରୁ ଆନ୍ଦୋଳନ ପରେ ରେଳ ବିଭାଗ ସୂଚନା ଦେଇଛି । ଅନୁଗୁଳ-ପୁରୀ ମେମୁ ଟ୍ରେନ୍ ଅନୁଗୁଳ ଠାରୁ ଚଳାଚଳ କରାଇବା , ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବା ସହିତ ସମସ୍ତ ପ୍ରକାର ଯାତ୍ରୀବାହୀ ଟ୍ରେନ୍ ସ୍ୱାଭାବିକ ଚଳାଚଳ କରାଇବା , ଅନୁଗୁଳ-ତାଳଚେର ଲୁପ୍ ଲାଇନ୍କୁ କାର୍ଯ୍ୟକ୍ଷମ କରିବା ପ୍ରଭୃତି ଦାବିରେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ ଆଜି(ଶୁକ୍ରବାର) ଅନୁଗୁଳ ରେଳ ଷ୍ଟେସନରେ ଅର୍ଥନୈତିକ ଅବରୋଧ ଆନ୍ଦୋଳନ ଡାକରା ଦିଆଯାଇଥିଲା । ସେଥିପାଇଁ ଆଜି ସକଳ ୯ ଟା ବେଳେ ଆନ୍ଦୋଳନକାରୀମାନେ ଶିକ୍ଷକପଡାସ୍ଥ ଦଳୀୟ କାର୍ଯ୍ୟାଳୟଠାରୁ ଏକ ଶୋଭାଯାତ୍ରାରେ ବାହାରି “ମେମୁ ଟ୍ରେନ୍ ଅନୁଗୁଳ ଠାରୁ ଚଳାଚଳ ଆମର ଦାବି, ଅନୁଗୁଳ ପ୍ରତି ରେଳ ବିଭାଗର ବୈମାତୃକ ମନୋଭାବ ମୁର୍ଦ୍ଦାବାଦ୍” ପ୍ରଭୃତି ସ୍ଲୋଗାନ୍ ମାନ ଦେଇ ରେଳ ଷ୍ଟେସନ ଠାରେ ପହଞ୍ଚିଥିଲେ । ସେଠାରେ ଉପସ୍ଥିତ ଥିବା ରେଳସୁରକ୍ଷା ବଳ ଓ ପୁଲିସ ବାହିନୀ ଆନ୍ଦୋଳନକାରୀମାନଙ୍କୁ ରେଳ ଷ୍ଟେସନ ଭିତରକୁ ଯିବାକୁ ଦେଇନଥିଲେ । ଆନ୍ଦୋଳନକାରୀ ମାନେ ସେଠାରୁ ଶୋଭାଯାତ୍ରାରେ ବାହାରି ଲୋକୋସେଡ୍ ରାସ୍ତାରେ ଯାଇ ଲେଭେଲ୍ କ୍ରସିଂଠାରେ ରେଳ ଲାଇନ୍ ଉପରେ ଆନ୍ଦୋଳନ ପାଇଁ ଗଲାବେଳେ ସେଠାରେ ମଧ୍ୟ ଉପସ୍ଥିତ ପୁଲିସ ବାହିନୀ ଆନ୍ଦୋଳନକାରୀଙ୍କୁ ଅଟକାଇଥିଲେ । ଫଳରେ ସେହି ସ୍ଥାନରେ ପୁଲିସ୍ ଓ ଆନ୍ଦୋଳନକାରୀ ମଧ୍ୟରେ କିଛି ସମୟ ଉତ୍ତେଜନା ଦେଖାଦେଇଥିଲା । ରାସ୍ତା ଉପରେ ଆନ୍ଦୋଳନକାରୀମାନେ ବସିରହିବା ସହିତ ଗଣତାନ୍ତ୍ରିକ ଆନ୍ଦୋଳନ ଉପରେ ପୋଲିସର ହସ୍ତକ୍ଷେପକୁ ଦୃଢ଼ ନିନ୍ଦା କରିଥିଲେ । ଆନ୍ଦୋଳନସ୍ଥଳକୁ ଅତିରିକ୍ତ ଡି.ଆର୍.ଏମ୍. ଆସି ଦାବି ସମ୍ପର୍କରେ ଆନ୍ଦୋଳନକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ଅନୁଗୁଳ-ପୁରୀ ମେମୁ ଟ୍ରେନ୍କୁ ଅନୁଗୁଳ ଠାରୁ ତୁରନ୍ତ ଚଳାଚଳ ପାଇଁ ଆନ୍ଦୋଳନକାରୀମାନେ ଦୃଢ଼ ଦାବି କରିବା ସହିତ ଜିଦ୍ ଧରି ବସିରହିଥିଲେ । ୧ ଜାନୁୟାରୀ ୨୦୨୨ ଠାରୁ ଅନୁଗୁଳ-ପୁରୀ ମେମୁ ଅନୁଗୁଳ ଠାରୁ ସପ୍ତାହକୁ ତିନି ଦିନ ଦୁଇ ସପ୍ତାହ ଚାଲିବା ପରେ ମେମୁ ଟ୍ରେନ୍ ସ୍ୱାଭାବିକ ଦୈନିକ ଚଳାଚଳ କରିବ ବୋଲି ଘୋଷଣା କରିବା ସହିତ ଅନ୍ୟ ଦାବିଗୁଡିକ ସମ୍ପର୍କରେ ରେଳ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଆଜି ଆନ୍ଦୋଳନରେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ଜିଲ୍ଲା କମିଟି ସଭ୍ୟ ନବକିଶୋର ପ୍ରଧାନ, ପ୍ରହଲ୍ଲାଦ ଚନ୍ଦ୍ର ସାହୁ, ବ୍ରଜବନ୍ଧୁ ସାହୁ, ସୁବାସ ପ୍ରଧାନ, ତୀର୍ଥବାସୀ ଭୋଇ, ମାନସ ପାଳ, ରଣଜିତ୍ ପ୍ରଧାନ, ମାନସୀ ସ୍ୱାଇଁ, ମନ୍ଦୋଦରୀ ରାଉଳ, ସରୋଜିନୀ ନାୟକ, କୈଳାସ ସାହୁ, ଟୁନା ନାଏକ, ପରମାନନ୍ଦ ସାହୁ, ଅନୁଗୁଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟିର ଅନ୍ୟତମ ଆବାହକ ଅଭିମନ୍ୟୁ ସ୍ୱାଇଁ, ରମେଶ ସାହୁ, ଦାମୋଦର ଦାସ, ନିରୋଦ ପାଳ, ତ୍ରିଲୋଚନ ଜେନା, ପ୍ରମୋଦ ବେହେରାଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ, ଛାତ୍ର, ଯୁବକ, ମହିଳା ଅଂଶ ଗ୍ରହଣ କରିଥିଲେ । Advertisement
ପାରିବାରିକ କଳହରୁ ସ୍ୱାମୀର ଯୌନାଙ୍ଗ କାଟିଦେଲା ସ୍ତ୍ରୀ ଅନୁଗୁଳ – ସ୍ୱାମୀ – ସ୍ତ୍ରୀ ଝଗଡାରେ ସ୍ୱାମୀର ଯୌନାଙ୍ଗ କାଟିଦେଲା ସ୍ତ୍ରୀ । ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗ୍ରାମର ଦାଣ୍ଡିଆ ସାହିରେ…
୩୬ ମାସ ରେ ହେଲା ନାହିଁ ସମ୍ପୁର୍ଣ୍ଣ – ସାର କାରଖାନା ଆରମ୍ଭ ହେବାକୁ ଲାଗିବ ଆହୁରି ୩୬ ମାସ ଅନୁଗୁଳ – ଠିକ୍ ୩ ବର୍ଷ ପୂର୍ବେ ତାଳଚେର ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଉ ତାଳଚେର ସାର କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରି ,…
କରୋନା ତଥ୍ୟକୁ ନେଇ ସନ୍ଦେହ – ରହୁନି ତାଳମେଳ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନାର ସ୍ଥିତି କଣ ? ଆକ୍ରାନ୍ତ ଏବଂ ସୁସ୍ଥଙ୍କ ସଂଖ୍ୟା କେତେ ? ଏହାକୁ ନେଇ ବର୍ତ୍ତମାନ ଜିଲ୍ଲାବାସୀଙ୍କ ମଧ୍ୟରେ ସନ୍ଦେହ…