ଅପରାଧ ମଦ ଦୋକାନ ଡକାୟତି ଘଟଣାରେ ତିନି ଗିରଫ Angul OnlineJanuary 16, 2022January 16, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଟିଟିପିଏସ ଠାରେ ଥିବା ଏକ ମଦ ଦୋକାନରୁ ବନ୍ଧୁକ ଓ ଭୁଜାଲି ଦେଖାଇ ଟଙ୍କା ଲୁଟ ଘଟଣାରେ ତାଳଚେର ପୁଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ଗତ ବର୍ଷ ନଭେମ୍ବର ମାସ ୨ ତାରିଖ ରାତିରେ ୩ ଜଣ ଦୁର୍ବୃତ୍ତ ୨ ଟି ମୋଟରସାଇକେଲରେ ଆସି ଟିଟିପିଏସ ଠାରେ ଥିବା ଏକ ବିଦେଶୀ ମଦ ଦୋକାନ ଭିତରକୁ ଧସେଇ ପଶିଥିଲେ । ସେମାନେ ସେଠାରେ ଥିବା କର୍ମଚାରୀଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭୀତ କରିବା ସହ ସେମାନଙ୍କ ଠାରୁ ୯୦ ହଜାର ଟଙ୍କା ନଗଦ ଟଙ୍କା ସମେତ ଦୁଇଟି ମୋବାଇଲ ଫୋନ , ୪ ଟି ମଦ ବୋତଲ ନେଇ ପଳାଇ ଯାଇଥିଲେ । ଯିବା ପୂର୍ବରୁ କର୍ମଚାରୀ ମାନଙ୍କୁ ମାଡ ମାରିବା ସହ ସିସି ଟିଭିର ତାର କାଟିଦେଇ ପଳାଇ ଥିଲେ । ତେବେ ଏ ନେଇ ସେହିଦିନ ମଦ ଦୋକାନ କର୍ମଚାରୀ କୁମୁଦ ରଞ୍ଜନ ସାମଲ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏହି ଘଟଣାର ତଦନ୍ତ କରି ତିନି ଜଣଙ୍କୁ ଗିରଫ କରିଛି । ଗିରଫ ତିନି ଜଣଙ୍କ ମଧ୍ୟରୁ ଜଣେ ତାଳଚେର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ପରଜଙ୍ଗ ଅଞ୍ଚଳର ବୋଲି ଜଣା ପଡିଛି । ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ , ୧୦ ହଜାର ୫୦୦ ଟଙ୍କା ଓ ଗୋଟିଏ ମୋଟରସାଇକେଲ ଜବତ କରା ଯାଇଛି । Advertisement
ଚାକିରୀ ପାଇଁ ଦେଇଥିବା ଟଙ୍କା ମାଗିବାରୁ ଯୁବକଙ୍କୁ ପଥରରେ ଛେଚି ହତ୍ୟା ଛେଣ୍ଡିପଦା – ଟଙ୍କା ଦେଲେ ଚାକିରୀ କାରାଇ ଦେବାକୁ କହି ଘରୁ ଡାକି ଆଣିଲେ । ଚାକିରୀ କରାଇ ଦେବେ କଣ , ବଂର ଟଙ୍କା ନେଇ…
ନକଲି କାଗଜପତ୍ରରେ ତାଳଚେରରୁ ଚୋରା କୋଇଲା ଚାଲାଣ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ଶୁକ୍ରବାର ଜାତୀୟ ରାଜପଥ ୫୫ ର ସନ୍ତ୍ରୀ ଛକଠାରେ ଏକ ଚୋରା କୋଇଲା ବୋଝେଇ ଟ୍ରକକୁ ଜବତ କରିଛି…
ଭେଣ୍ଡି ଜୋନରୁ ୨ ଲକ୍ଷ ୧୭ ହଜାର ଟଙ୍କା ସହ ବ୍ରାଉନସୁଗାର ଜବତ ଅନୁଗୁଳ – ଅନୁଗୁଳ ଟାଉନ ହାଇସ୍କୁଲ ସମ୍ମୁଖ ଭେଣ୍ଡି ଜୋନରେ ଚଢାଉ କରି ଅନୁଗୁଳ ସ୍ପେଶିଆଳ ସ୍କ୍ବାର୍ଡ ବ୍ରାଉନସୁଗାର ଜବତ କରିଥିବା ବେଳେ ଜଣେ ମହିଳା ସମେତ…