ଅପରାଧ ବ୍ରାଉନସୁଗାର ଜବତ – ମହିଳାଙ୍କ ସମେତ ୨ ଗିରଫ Angul OnlineJanuary 24, 2022January 24, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ହାତରେ ଦୁଇ ଧଳା ଜହର ବେପାରୀ । ତାଙ୍କ ନିକଟରୁ ୧୮ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଦୁଇଟି ମୋବାଇଲ ଫୋନ ଓ ଗୋଟିଏ ସ୍କୁଟି ଜବତ କରିଛି ପୋଲିସ । ସୂଚନା ଅନୁଯାୟୀ ବ୍ରାଉନ ସୁଗାର କାରବାର ହେଉଥିବା ଖବର ପାଇ ତାଳଚେର ବାଘୁଆବୋଲ ଅଞ୍ଚଳର ଏକ ରାସନ ଦୋକାନ ଉପରେ ପୁଲିସ ଚଢ଼ାଉ କରି ଜଣେ ମହିଳାଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣଙ୍କୁ ସେଣ୍ଟ୍ରାଲ ହସ୍ପିଟାଲ କଲୋନୀରୁ ଗିରଫ କରିଛି । ଗିରଫ ଦୁଇଜଣ ହେଲେ ବାଘୁଆବୋଲ ଅଞ୍ଚଳର ସସ୍ମିତା ଦାସ ଓ ଦେବାଶିସ ମହାରଣା । ଦୀର୍ଘ ଦିନ ହେବ ସେମାନେ ବ୍ରାଉନ ସୁଗାର କାରବାରରେ ଲିପ୍ତ ଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । Advertisement
ନେତାଙ୍କ ଆପତ୍ତିଜନକ ଫଟୋ ଭାଇରାଲ ପାଲଲହଡା – ବିଜେପି ମଣ୍ଡଳ ଯୁବ ସଭାପତିଙ୍କ ଆପତ୍ତି ଜନକ ଫୋଟୋ ଭାଇରାଲ । ଅଞ୍ଚଳର ଜଣେ ଵିବାହିତା ମହିଳାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ମୋବାଇଲରୁ…
ପୁଅର ମୁଥ ମାଡରେ ମା’ର ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ନିଶା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ସାମାନ୍ୟ କିଛି ଟଙ୍କା ପାଇଁ ନିଜ ଜନ୍ମ…
ବାରମ୍ବାର କଇଁଚି ଭୂଷି ଟେଲରଙ୍କୁ ହତ୍ୟା ଅନୁଗୁଳ – ସାମାନ୍ୟ ବଚସାରୁ ଟେଲରଙ୍କୁ ବାରମ୍ବାର କଇଁଚିରେ ଭୂଷି ହତ୍ୟା କଲା ଯୁବକ । ଏଭଳି ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଧିନରେ…