ମୁଖ୍ୟ ଖବର ନଦୀରେ ଭାସିଗଲେ ଦୁଇ ସାଙ୍ଗ – ଜଣେ ଉଦ୍ଧାର , ଜଣେ ମୃତ Angul OnlineJanuary 25, 2022January 25, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କଙ୍କିଳି ଗାଁ ନିକଟ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀରେ ଅଘଟଣ । ଭୋଜି କରିବାକୁ ନଦୀ ଘାଟକୁ ଆସିଥିବା ବେଳେ ଗାଧୋଉଥିବା ସମୟରେ ନଦୀରେ ଭାସିଗଲେ ଦୁଇ ସାଙ୍ଗ । ଜଣଙ୍କୁ ଅନ୍ୟ ସାଙ୍ଗ ମାନେ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣଙ୍କୁ ମୃତ ଅବସ୍ଥାରେ ସ୍ଥାନୀୟ ଗ୍ରାମବାସୀ ଉଦ୍ଧାର କରିଥିଲେ । ମୃତକ ଜଣକ ହେଲେ ବିହାର ପାଟନା ଅଞ୍ଚଳର ଅଭିଷେକ ଆନନ୍ଦ । ସୂଚନା ଅନୁଯାୟୀ ଆଜି ତାଳଚେର କଙ୍କିଳି ଗ୍ରାମ ନଦୀ ଘାଟ ନିକଟକୁ ୭ ଜଣ ସାଙ୍ଗ ଭୋଜି କରିବାକୁ ଆସିଥିଲେ । ତାଙ୍କ ଭିତରୁ ଦୁଇ ଜଣ ଗାଧୋଇବାକୁ ଯାଇଥିବା ବେଳେ ଗଭୀର ପାଣିରେ ଭାସି ଯାଇଥିଲେ । ସେଥି ମଧ୍ୟରୁ ଜଣଙ୍କୁ ସାଙ୍ଗମାନେ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ପାଣିର ପ୍ରଖର ସ୍ରୋତରେ ଭାସି ବୁଡି ଯାଇଥିଲେ । ବହୁ ସମୟ ଖୋଜାଖୋଜି ପରେ ଗ୍ରାମବାସୀ ମାନେ ମୃତ ଅବସ୍ଥାରେ ନିଖୋଜ ଛାତ୍ରଙ୍କୁ ଉଦ୍ଧାର କରିଥିଲେ । ମୃତକ ଜଣକ ଅନୁଗୁଳର ଏକ ଘରୋଇ ଇଂଜିନିୟରିଂ କଲେଜର ବିଟେକ ମାଇନିଂ ଦ୍ଵିତୀୟ ବର୍ଷର ଛାତ୍ର ଥିଲେ । ସେ ତାଳଚେର ରେମୁଆଁ ଠାରେ ଭଡାରେ ରହି ପାଠ ପଢୁଥିଲେ । ଘଟଣା ସ୍ଥଳରେ ତାଳଚେର ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛି । Advertisement
ଜିଲ୍ଲାରେ ଛାତ୍ରୀଙ୍କ ତୁଳନାରେ ଅଧିକ ଛାତ୍ର ପାସ ଅନୁଗୋଳ – ମାଧ୍ୟମିକ ଶିକ୍ଷା ପରିଷଦ ( ବୋର୍ଡ଼ ) ପକ୍ଷରୁ ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ ଗୁରୁବାର ପୂର୍ବାହ୍ନରେ ପ୍ରକାଶ ପାଇଛି । ତେବେ ଏହି…
ହାତୀ ଆକ୍ରମଣରେ ଜଣେ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଅଣଓଡ଼ିଆ ହୋଇଥିବା ବେଳେ ମାନସିକ ବିକାରଗ୍ରସ୍ତ ଥିଲେ ବୋଲି…
ଉଦଘାଟନର ଘଣ୍ଟାଏ ପରେ ସିଲ ହେଲା ଦୋକାନ ଅନୁଗୁଳ – ଅନୁଗୁଳ ସହରରେ ଆଜି ଏକ ବଡ ସପିଂ ମଲ ଉଦଘାଟନ ହୋଇଥିବା ବେଳେ ଉଦଘାଟନର ଘଣ୍ଟାଏ ପରେ ପ୍ରଶାସନ ତାହାକୁ ସିଲ କରିଛି ।…