ବାଣିଜ୍ୟ ଲକ୍ଷ୍ମୀ ହୋଣ୍ଡା ପକ୍ଷରୁ ସଡକ ସୁରକ୍ଷା ସଚେତନତା Angul OnlineFebruary 25, 2022February 25, 2022 ଅନୁଗୁଳ – ଅନୁଗୁଳ ଲକ୍ଷ୍ମୀ ହୋଣ୍ଡା ଠାରେ ଶୁକ୍ରବାର ଏକ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ହୋଣ୍ଡା କମ୍ପାନୀର ଜୋନାଲ ମ୍ୟାନେଜର ସେଲସ ଅଜିତ ପଣ୍ଡା ଏବଂ ଜୋନାଲ ମ୍ୟାନେଜର କଷ୍ଟମର ସର୍ଭିସ ପ୍ରତାପ ସିଂହ ଯୋଗ ଦେଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଗ୍ରାହକ ମାନଙ୍କୁ ସଡକ ସୁରକ୍ଷା ସମ୍ପର୍କରେ ଅବଗତ କରା ଯାଇଥିଲା । ସଠିକ ଗାଡି ଚାଳନା , ଟ୍ରାଫିକ ନିୟମ ମାନିବା , ବିଭିନ୍ନ ପ୍ରକାର ଟ୍ରାଫିକ ସିଗନାଲ ସମ୍ପର୍କରେ ଜାଣିବା , ହେଲମେଟର ଉପକାରିତା ସହିତ ପୋଷାକ ପିନ୍ଧିବା , ଗାଡିର ସଠିକ ଗତି ବ୍ୟବହାର କରିବା ଆଦି ବିଷୟରେ ସଚେତନ କରା ଯାଇଥିଲା । ଲକ୍ଷ୍ମୀ ହୋଣ୍ଡା କେବଳ ଯେ ଗାଡି କିମ୍ବା ଏହାର ସ୍ପେୟର ପାର୍ଟ୍ସ ବିକ୍ରି କ୍ଷେତ୍ର ଉପରେ ଗୁରୁତ୍ଵ ଦେଇଥାଏ ତାହା ନୁହେଁ , ବଂର ଗ୍ରାହକ ମାନେ କିଭଳି ସୁରକ୍ଷିତ ରହି ଗାଡି ଚଳାଇବେ ତାକୁ ମଧ୍ୟ ପ୍ରାଧାନ୍ୟ ଦେଇଥାଏ । ଏଥିପାଇଁ ଲକ୍ଷ୍ମୀହୋଣ୍ଡାର ସ୍ଵତନ୍ତ୍ର ଟିମ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ , କୋର୍ପୋରେଟ କମ୍ପାନୀ ଆଦିରେ ସଚେତନତା ଶିବିର ଆୟୋଜନ କରିଥାଏ ବୋଲି ଲକ୍ଷ୍ମୀ ହୋଣ୍ଡାର ସତ୍ତ୍ଵାଧିକାରୀ ବିକ୍ରମ ଅଗ୍ରୱାଲ କହିଥିଲେ । Advertisement
ଶ୍ରେଷ୍ଠ ସିଏସଆର ଇମ୍ପାକ୍ଟ ଇନିସିଏଟିଭ୍ ପାଇଁ ଜିନ୍ଦଲ ଷ୍ଟିଲ୍ ଏବଂ ପାୱାର୍ ସମ୍ମାନିତ ଭୁବନେଶ୍ୱର – କର୍ପୋରେଟ୍ ସାମାଜିକ ଦାୟିତ୍ଵ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ସମ୍ମାନିତ କରାଯାଇଛି । କୋଲକାତାରେ ୦୮ ସେପ୍ଟେମ୍ବରରେ ଆୟୋଜିତ…
ବାଜାଜ ଚେତକ ୦% ସୁଧ ଯୋଜନାରେ ଉପଲବ୍ଧ ଅନୁଗୁଳ – ଅନୁଗୁଳ ସହରର ଯମୁନା ଅଟୋ ବର୍ଷ ଶେଷରେ ଏକ ସେଲ ଅଫର ଆଣିଛି । ଏହି ଅଫର ଅନୁଯାୟୀ ଏବେ ବାଜାଜ ଚେତକ ୦%…
ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ସର୍ବଭାରତୀୟ ସିଏସ୍ଆର୍ ଉତ୍କର୍ଷ ସମ୍ମାନ adv- ଭୁବନେଶ୍ୱର – କୋଭିଡ-୧୯ ମହାମାରୀର ମୁକାବିଲା ନିମନ୍ତେ ବହୁମୁଖୀ ପଦକ୍ଷେପ ପାଇଁ ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) କୁ ସିଏସଆର ଉତ୍କର୍ଷ ପୁରସ୍କାରରେ ସମ୍ମାନିତ…