ରାଜନୀତି ପୌରାଧ୍ୟକ୍ଷ ପାଇଁ ନାମାଙ୍କନ କଲେ ସର୍ବ କନିଷ୍ଠ ପ୍ରାର୍ଥୀ Angul OnlineMarch 7, 2022March 7, 2022 ଅନୁଗୁଳ – ପୌର ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇ ଉଠିଛି । ଆଜି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଥିବା ବେଳେ ଅନୁଗୁଳ ପୌରପାଳିକାରେ ପୌରାଧ୍ୟକ୍ଷ ସୋମବାର ଦିନ ପଦବୀ ପାଇଁ ୫ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୫୮ ଜଣ କାଉନସିଲର ପଦବୀ ପାଇଁ ନାମଙ୍କନ ଦାଖଲ କରିଛନ୍ତି । ପୌରାଧ୍ୟକ୍ଷ ପାଇଁ ସର୍ବମୋଟ ୧୧ ଟି ପ୍ରାର୍ଥୀପତ୍ର ଦାଖଲ ହୋଇଛି । ତେବେ ଏହି ୧୧ ଟି ପ୍ରାର୍ଥୀପତ୍ର ଭିତରେ ଜିଲ୍ଲାର ଜଣେ ସର୍ବ କନିଷ୍ଠ ପ୍ରାର୍ଥୀ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀ ଜଣଙ୍କ ହେଲେ ଅନୁଗୁଳ ଶିକ୍ଷକପଡାରେ ରହୁଥିବା ବାପୁଜୀ ପ୍ରଧାନ । ବାପୁଜୀ ବି-ଟେକ ଇଞ୍ଜିନିୟର ପାଠ ପଢିଥିବା ବେଳେ ସେ ଜିଲ୍ଲାର ଜଣେ ଜଣାଶୁଣା ସମାଜସେବୀ । କଲେଜ ସମୟରୁ ହିଁ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଉଦ୍ଧେଶ୍ୟରେ ଲଢ଼ି ଆସୁଛନ୍ତି ବାପୁଜି । ଧୀରେ ଧୀରେ ସମାଜ ସେବା ଉଦ୍ଧେଶ୍ୟରେ ରାଜନୀତିରେ ପାଦ ଥାପି ଥିଲେ । ଗରିବ ଅସହାୟଙ୍କ ଦୁଃଖ ସୁଖର ସେ ସାଥି ହେବାକୁ ଲାଗିଲେ । ବିପର୍ଯ୍ୟୟ ସମୟରେ ବଡ଼ ବଡ଼ ଲୋକଙ୍କ ଦେଖା ମିଳୁ ନଥିବା ବେଳେ ସମସ୍ତଙ୍କ ସାହାରା ହୋଇ ଛିଡା ହେବାକୁ ସେ ଚେଷ୍ଟା କରନ୍ତି । କାହାର ରକ୍ତ ଅଭାବ ହେଉ କି ଘରପୋଡି , ପ୍ରାକୃତିକ ବିପର୍ଯ୍ୟୟ ବେଳେ ଅସହାୟ ଲୋକଙ୍କ ପାଖରେ ସେ ଅବିଳମ୍ବେ ଛିଡା ହୁଅନ୍ତି । ଜିଲ୍ଲା ଓ ଜିଲ୍ଲାବାସୀଙ୍କ ସ୍ୱାର୍ଥ ଉଦେଶ୍ୟରେ ସଦା ସର୍ବଦା ସ୍ୱର ଉଠାନ୍ତି । ରୋଗୀଙ୍କର ଡାକ୍ତରଖାନାରେ ହେଉ ଅବା ଦୁଃଖୀରଙ୍କିଙ୍କ ରାସ୍ତାକଡରେ ସେବା କରିବାକୁ ସଦା ସର୍ବଦା ଆଗେଇ ଆସନ୍ତି । ଯେତେବେଳେ ସାରା ଦେଶରେ ଅଦୃଶ୍ୟ ଭୂତାଣୁ ପାଇଁ ଅଚାନକ ଲକଡାଉନ ହେଇଥିଲା ପ୍ରବାସୀ ସବୁ ଘରକୁ ଫେରୁଥିଲେ । କଥା କୁହାଳିଆ ତେଲ ମରା ନେତା ସବୁ ଘରେ ଶୋଇଥିବା ବେଳେ ବାପୁଜୀ ପ୍ରଧାନ ଓ ତାଙ୍କ ବନ୍ଧୁ ମାନେ ଏମାନଙ୍କୁ ବଢାଉ ଥିଲେ ସହାୟତାର ହାତ । ସେମାନଙ୍କ ଖାଇବା ପିଇବା ସହ ଯିବା ପାଇଁ ବନ୍ଦୋବସ୍ତ କରୁଥିଲେ । ରାତି ଦିନ ଏକ କରି ୩ ମାସ ଯାଏ ଶୁଖିଲା ରନ୍ଧା ଖାଦ୍ୟ ବାଣ୍ଟିଥିଲେ ଜିଲ୍ଲା ଓ ଜିଲ୍ଲାର ସମସ୍ତ ଗାଁ ଗଣ୍ଡାରେ ବୁଲିବୁଲି । ବାପୁଜୀ ୧୯୯୬ ମସିହା ଜାନୁୟାରୀ ମାସ ୨୬ ତାରିଖରେ ଜନ୍ମ ଗ୍ରହଣ କରିଛନ୍ତି । ତେବେ ବର୍ତ୍ତମାନ ତାଙ୍କୁ ୨୬ ବର୍ଷ ବୟସ ହୋଇଥିବା ବେଳେ ସମାଜ ପାଇଁ ଅଧିକ କିଛି କରି ପାରିବାର ଆଶା ନେଇ ପ୍ରାର୍ଥୀ ହୋଇଛନ୍ତି । ଜନତା ତାଙ୍କୁ ନିର୍ବାଚିତ କରି ପୌରାଧକ୍ଷ କରିଲେ ସେ ଅନୁଗୁଳର ଉଠା ଦୋକାନୀଙ୍କ ସମସ୍ୟା ଭେଣ୍ଡି ଜୋନ ନିର୍ମାଣ , ରାସ୍ତାଘାଟ ସହ ପରିମଳ ସମସ୍ୟାକୁ ଗୁରୁତ୍ଵ ଦେବେ ବୋଲି କହିଛନ୍ତି । ତେବେ ଏତେ କମ ବୟସରୁ ସେ ପ୍ରାର୍ଥୀ ହୋଇଥିବା ଅନୁଗୁଳ ଇତିହାସରେ ପ୍ରଥମ । Advertisement
ପଞ୍ଚାୟତ ନିର୍ବାଚନରେ ଓବିସି ସଂରକ୍ଷଣ ଉଚ୍ଛେଦ ପ୍ରତିବାଦ – ବିଜେପି ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର ଅନୁଗୁଳ – ସମଗ୍ର ରାଜ୍ୟରେ ୫୪ପ୍ରତିଶତରୁ ଉର୍ଦ୍ଧ ଓବିସି ଥିବାବେଳେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଉଚ୍ଚ ନ୍ୟାୟାଳୟରେ ଠିକ୍ ଭାବେ ସରକାର ପକ୍ଷ ନ ରଖିପରିବାରୁ ଓବିସି…
ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଧାୟକଙ୍କ ନୋମିନୀ ନିଲମ୍ବିତ ଭୁବନେଶ୍ଵର – ବିଜୁ ଜନତା ଦଳରୁ ନିଲମ୍ବିତ ହେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ନୋମିନୀ ତଥା ବରିଷ୍ଠ ନେତା କ୍ଷୀରୋଦ ବାଘାର । ଦଳ ବିରୋଧୀ…
ରାଜ୍ୟରେ ମହିଳା ମାନେ ଅସୁରକ୍ଷିତ – ଦୀପ୍ତି ରାୱତ୍, ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ଅନୁଗୁଳ – ବିଜେପି ମହିଳା ମୋର୍ଚ୍ଚାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦୁଇଦିନିଆ ଅନୁଗୁଳ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ…