ରାଜନୀତି ଶେଷ ଦିନରେ ପୌରାଧ୍ୟକ୍ଷ ପଦ ପାଇଁ ୫ ଜଣଙ୍କ ନାମାଙ୍କନ Angul OnlineMarch 7, 2022March 7, 2022 ଅନୁଗୁଳ – ଅନୁଗୁଳ ପୌରପାଳିକାର ସୋମବାର ଦିନ ପୌରାଧକ୍ଷ ପଦବୀ ପାଇଁ ୫ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୫୮ ଜଣ କାଉନସିଲର ପଦବୀ ପାଇଁ ନାମଙ୍କନ ଦାଖଲ କରିଛନ୍ତି । ବିଜେପି ଦଳ ତରଫରୁ ଦିଲ୍ଲୀପ କୁମାର ପ୍ରଧାନ ପୌରାଧକ୍ଷ ପଦ ପାଇଁ ନାମଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେଡି ଦଳରୁ ଅକ୍ଷୟ କୁମାର ସାମନ୍ତ ପୌରାଧକ୍ଷ ପଦବୀ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ଆମ ଆଦମୀ ପାର୍ଟିରୁ ବାପୁଜି ପ୍ରଧାନ, ସ୍ୱାଧୀନ ଭାବେ ପାର୍ଥି ଗୁରୁ ଚରଣ ପ୍ରଧାନ ଏବଂ ସିପିଆଇ(ଏମ) ଦଳରୁ ପ୍ରାପ ପ୍ରସାଦ ନନ୍ଦ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅପର ପକ୍ଷରେ ବିଭିନ୍ନ ଦଳରୁ କାଉନସିଲର ପ୍ରାର୍ଥୀ ପାଇଁ ସୋମବାର ଦିନ ୫୮ ଜଣ ନାମାଙ୍କନ ଦାଖଲ କରିଛନ୍ତି । ବିଜେଡି ଓ ବିଜେପି ଦଳ ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ବୁଢ଼ୀ ଠାକୁରାଣୀ ମନ୍ଦିର ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ବଜାର ଛକ ହୋଇ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସେହିଭଳି ତାଳଚେର ପୌରପରିଷଦ ନିର୍ବାଚନ ପାଇଁ ପ୍ରାଥି ପତ୍ର ଦାଖଲର ଆଜି ଶେଷ ଦିନରେ ତିନି ପ୍ରମୁଖ ଦଳ ପକ୍ଷରୁ ପୌରାଧ୍ୟକ୍ଷଙ୍କ ସହିତ ସମସ୍ତ କାଉନସିଲର ନାମାଙ୍କନ ପତ୍ର ଦାଖଲ କରିଥିଲେ । ନିଜ ସମର୍ଥକ ମାନଙ୍କ ସହ ଏକ ବିଶାଳ ରାଲିରେ ସହର ପରିକ୍ରମା କରି ତାଳଚେର ଉପଜିଲ୍ଲାପାଳଙ୍କୁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତାଳଚେର ପୌରନିର୍ବାଚନରେ ତ୍ରିମୁଖୀ ଲଢେଇ ହେବା ନେଇ ଆଶା କରାଯାଉଛି । ତାଳଚେର ପୌରାଞ୍ଚଳର ମୋଟ ୨୧ଟି ୱାର୍ଡର ୨୮ ହଜାର ଚାରି ଶହ ଏକାଅଶି ଜଣ ଭୋଟର ନିଜର ମତ ସାବ୍ୟସ୍ତ କରିବେ । Advertisement
ମୋଦୀ-ଶାହା-ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ, ଡବଲ ଇଞ୍ଜିନ ସରକାର ବିରୋଧରେ ଗର୍ଜିଲା କଂଗ୍ରେସ ଅନୁଗୋଳ – ଦିଲ୍ଲୀ ଓ ଭୁବନେଶ୍ୱରରେ କଂଗ୍ରେସର ଆନ୍ଦୋଳନରତ ନେତା ଓ କର୍ମୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ କଡ଼ା ବିରୋଧ କରି ଅନୁଗୋଳ ଜିଲ୍ଲା କଂଗ୍ରେସ ବୁଧବାର…
ଜଳ ସଂରକ୍ଷଣ ଆନିକଟ ପାଇଁ ୨୨୧ କୋଟି ଟଙ୍କା ମଞ୍ଜୁର – ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ଜିଲ୍ଲା ବିଜେଡ଼ି ଅନୁଗୁଳ – ଜଳ ସଂରକ୍ଷଣ ଆନିକଟ ପାଇଁ ୨୨୧ ତାଙ୍କ ମଞ୍ଜୁର କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଜିଲ୍ଲାର ସମସ୍ତ ବିଧାୟକ । ବିନା ବିସ୍ଥାପନରେ ସୀମିତ…
ଜିଲ୍ଲା ଯୋଜନା କମିଟି ନିର୍ବାଚନରେ ବିଜୟ ପରେ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ଅନୁଗୋଳ ବିଜେଡିର ବିଜୟୀ ପ୍ରାର୍ଥୀ ଅନୁଗୋଳ – ଅନୁଗୋଳ ଜିଲ୍ଲା ଯୋଜନା କମିଟି (DPC) ନିର୍ବାଚନରେ ବିଜୁ ଜନତା ଦଳ ୧୦ଟି ଆସନରେ ବିଜୟୀ ହେବା ପରେ ବୁଧବାର ଦଳର ବିଜୟୀ ପ୍ରାର୍ଥୀମାନେ…