ରାଜନୀତି ଶେଷ ଦିନରେ ପୌରାଧ୍ୟକ୍ଷ ପଦ ପାଇଁ ୫ ଜଣଙ୍କ ନାମାଙ୍କନ Angul OnlineMarch 7, 2022March 7, 2022 ଅନୁଗୁଳ – ଅନୁଗୁଳ ପୌରପାଳିକାର ସୋମବାର ଦିନ ପୌରାଧକ୍ଷ ପଦବୀ ପାଇଁ ୫ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୫୮ ଜଣ କାଉନସିଲର ପଦବୀ ପାଇଁ ନାମଙ୍କନ ଦାଖଲ କରିଛନ୍ତି । ବିଜେପି ଦଳ ତରଫରୁ ଦିଲ୍ଲୀପ କୁମାର ପ୍ରଧାନ ପୌରାଧକ୍ଷ ପଦ ପାଇଁ ନାମଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେଡି ଦଳରୁ ଅକ୍ଷୟ କୁମାର ସାମନ୍ତ ପୌରାଧକ୍ଷ ପଦବୀ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ଆମ ଆଦମୀ ପାର୍ଟିରୁ ବାପୁଜି ପ୍ରଧାନ, ସ୍ୱାଧୀନ ଭାବେ ପାର୍ଥି ଗୁରୁ ଚରଣ ପ୍ରଧାନ ଏବଂ ସିପିଆଇ(ଏମ) ଦଳରୁ ପ୍ରାପ ପ୍ରସାଦ ନନ୍ଦ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅପର ପକ୍ଷରେ ବିଭିନ୍ନ ଦଳରୁ କାଉନସିଲର ପ୍ରାର୍ଥୀ ପାଇଁ ସୋମବାର ଦିନ ୫୮ ଜଣ ନାମାଙ୍କନ ଦାଖଲ କରିଛନ୍ତି । ବିଜେଡି ଓ ବିଜେପି ଦଳ ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ବୁଢ଼ୀ ଠାକୁରାଣୀ ମନ୍ଦିର ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ବଜାର ଛକ ହୋଇ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସେହିଭଳି ତାଳଚେର ପୌରପରିଷଦ ନିର୍ବାଚନ ପାଇଁ ପ୍ରାଥି ପତ୍ର ଦାଖଲର ଆଜି ଶେଷ ଦିନରେ ତିନି ପ୍ରମୁଖ ଦଳ ପକ୍ଷରୁ ପୌରାଧ୍ୟକ୍ଷଙ୍କ ସହିତ ସମସ୍ତ କାଉନସିଲର ନାମାଙ୍କନ ପତ୍ର ଦାଖଲ କରିଥିଲେ । ନିଜ ସମର୍ଥକ ମାନଙ୍କ ସହ ଏକ ବିଶାଳ ରାଲିରେ ସହର ପରିକ୍ରମା କରି ତାଳଚେର ଉପଜିଲ୍ଲାପାଳଙ୍କୁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତାଳଚେର ପୌରନିର୍ବାଚନରେ ତ୍ରିମୁଖୀ ଲଢେଇ ହେବା ନେଇ ଆଶା କରାଯାଉଛି । ତାଳଚେର ପୌରାଞ୍ଚଳର ମୋଟ ୨୧ଟି ୱାର୍ଡର ୨୮ ହଜାର ଚାରି ଶହ ଏକାଅଶି ଜଣ ଭୋଟର ନିଜର ମତ ସାବ୍ୟସ୍ତ କରିବେ । Advertisement
ସରପଞ୍ଚ ହରାଇଲେ ପଦ – ସମସ୍ତ ୱାର୍ଡ ମେମ୍ବର ଆଣିଲେ ଅନାସ୍ଥା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ କୁଶକିଳା ପଞ୍ଚାୟତର ସରପଞ୍ଚ ସୁଶାନ୍ତ କୁମାର ସାହୁ ଅନାସ୍ଥା ଭୋଟ୍ ପରେ ନିଜ ପଦ ହରାଇଛନ୍ତି ।…
ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗସ୍ତ ବେଳେ କଳା ପତାକା ପ୍ରଦର୍ଶନ – ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ଅଟକ ଅନୁଗୁଳ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁଗୁଳ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଅନୁଗୁଳରେ ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ।…
ଚର୍ଚ୍ଚାରେ ପୂର୍ଣ୍ଣେଛେଦ ଟାଣିଲେ ସଞ୍ଜୀବ – ଖୁବ ଶୀଘ୍ର ବସିବେ ନୂଆଁ ନାଆରେ ଅନୁଗୁଳ – ବିରମହାରାଜପୁର ଓ ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ବିଜେଡିରୁ ଇସ୍ତଫା ଦେବା ପରେ ଜିଲ୍ଲା ରାଜନୀତି…