ରାଜନୀତି ପୌରାଧକ୍ଷ ମଇଦାନରେ ଆଠ ଯୋଦ୍ଧା Angul OnlineMarch 9, 2022March 9, 2022 ଅନୁଗୁଳ – ପୌର ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇ ଉଠିଛି । ଗତକାଲି (ମଙ୍ଗଳବାର) ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଥିବା ବେଳେ ଆଜି ପ୍ରାର୍ଥୀପତ୍ର ଜାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । ଏହି ଜାଞ୍ଚ ବେଳେ ସମସ୍ତ ପୌରାଧକ୍ଷ ଓ କାଉନସିଲର ପାଇଁ ଦାଖଲ କରାଯାଇଥିବା ନାମାଙ୍କନ କାଏମ ରହିଛି । ଅନୁଗୁଳ ପୌରପାଳିକାର ୨୩ ଟି ୱାର୍ଡ ପାଇଁ ଅନେକ କାଉନସିଲର ପ୍ରାର୍ଥୀ ହୋଇଥିବା ବେଳେ ୮ ଜଣ ପୌରାଧକ୍ଷ ପ୍ରାର୍ଥୀ ରହିଛନ୍ତି । ଆଉ ଚଳିତ ନିର୍ବାଚନରେ ସମସ୍ତଙ୍କ ନଜର ପରାଧ୍ୟକ୍ଷ ପ୍ରାର୍ଥୀ ମାନଙ୍କ ଉପରେ ରହିଛି । କାରଣ ଚଳିତ ଥର ଜନତା ସିଧାସଳଖ ପୌରାଧକ୍ଷ ପ୍ରାର୍ଥୀଙ୍କୁ ଭୋଟ ଦେଇ ଚୟନ କରିବେ । ଆଉ ଏଥିପାଇଁ ଚଳିତ ଥର ପ୍ରାର୍ଥୀ ଚୟନ କରିବାକୁ ତିନି ପ୍ରମୁଖ ଦଳ କଂଗ୍ରେସ , ବିଜେଡ଼ି ଓ ବିଜେପିକୁ ବହୁ କସରତ କରିବାକୁ ପଡିଥିଲା । ଅନେକ ହିସାବ ନିକାସ ପରେ ଏହି ତିନି ପ୍ରମୁଖ ଦଳର ଅଙ୍କ ଛିଣ୍ଡିଥିଲା । କଂଗ୍ରେସ ବଲବୀର ସିଂହଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ଦିଲୀପ ପ୍ରଧାନ ଓ ବିଜେଡ଼ି ଅକ୍ଷୟ ସାମନ୍ତଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଥିଲା । ତେବେ ଏହି ତିନି ଜଣଙ୍କୁ ଟକ୍କର ଦେବା ପାଇଁ ମଇଦାନକୁ ଆଉ ୫ ଜଣ ପ୍ରାର୍ଥୀ ମଧ୍ୟ ଓଲ୍ହାଇଛନ୍ତି । ସେମାନଙ୍କ ମଧ୍ୟରେ ଆମ ଆଦମୀ ପାର୍ଟି ପକ୍ଷରୁ ବାପୁଜୀ ପ୍ରଧାନ , ସିପିଆଇ (ଏମ) ପକ୍ଷରୁ ପ୍ରାପା ପ୍ରସାଦ ନନ୍ଦ , ସ୍ଵାଧୀନ ଭାବେ ଅନିରୁଦ୍ଧ ଦାସ , ଗୁରୁ ଚରଣ ପ୍ରଧାନ , ପ୍ରଶାନ୍ତ ନାୟକ ମଧ୍ୟ ପୌରାଧକ୍ଷ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । Advertisement
ବାହାଘରରେ ମିଳିଲା କି ଟିକଟ ଉପହାର ଅନୁଗୋଳ – ଅନୁଗୋଳ ଜିଲ୍ଲା ପାଲଲହଡାର ବିଧାୟକ ମୁକେଶ ପାଲ ଗତ ୧୨ ତାରିଖରେ ବଣିଆବାହାଳ ନିବାସୀ ମଧୁସୂଦନ ପଟ୍ଟନାୟକଙ୍କ ଝିଅ ଅବଲିସାଙ୍କୁ ବିବାହ କରିଥିଲେ ।…
ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ , ଶୁଭାରମ୍ଭ କଲେ ୧୧୭୬ କୋଟ ଟଙ୍କାର ପ୍ରକଳ୍ପ ଅନୁଗୁଳ – ଅନୁଗୁଳରେ ବିକାଶର ସ୍ୱର୍ଣ୍ଣିମ ଅଧ୍ୟାୟ ଆରମ୍ଭ ହୋଇଛି । ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ଆଜି ଠାରୁ ଅନୁଗୁଳ ଜିଲ୍ଲା ଯୋଡିହୋଇଛି । ଆଜି…
କର୍ଣ୍ଣପାଳ ସରପଞ୍ଚ ଭାବେ ହୃଷିକେଶ ବିଜୟୀ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ବ୍ଲକର କର୍ଣ୍ଣପାଳ ପଞ୍ଚାୟତର ସରପଞ୍ଚ ଭାବେ ହୃଷିକେଶ ସାମଲ ବିଜୟୀ ହୋଇଛନ୍ତି । ହୃଷିକେଶ ସlମଲ ୧୫୫୨…