ରାଜନୀତି କାଉନସିଲର ପଦବୀ ପାଇଁ ବାପା – ପୁଅ ଲଢେଇ Angul OnlineMarch 9, 2022March 10, 2022 ଅନୁଗୁଳ – ଚଳିତ ପୌର ନିର୍ବାଚନରେ ଅନୁଗୁଳ ପୌରପାଳିକା ରାଜନୀତି ଜଟିଳ ହୋଇ ପଡିଛି । ଦଳ ଡିଆଁ ସାଙ୍ଗଙ୍କୁ କିଏ କେଉଁ ୱାର୍ଡରୁ ଲଢିବ , କିଏ ପୌରାଧ୍ୟକ୍ଷ ଟିକେଟ ହାତେଇବ , ଏଥିପାଇଁ ବହୁ ବାଦବିବାଦ ଲାଗି ରହିଥିଲା । ତେବେ ନାମାଙ୍କନ ପତ୍ର ଦାଖଲ ପରେ ଆଉ ଏକ ଜଟିଳ ପରିସ୍ଥିତି ସାମନାକୁ ଆସିଛି । ଅନୁଗୁଳ ପୌରପାଳିକାର ୫ ନମ୍ବର ୱାର୍ଡରେ କାଉନସିଲର ପାଇଁ ବାପା, ପୁଅ ନିର୍ବାଚନ ମଇଦାନକୁ ଓଲ୍ହାଇଛନ୍ତି । ବାପା ବିରୁଦ୍ଧରେ ପୁଅ ଛିଡା ହୋଇଛି । ରାଜନୀତିର ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ସହରରେ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ ୫ ନମ୍ବର ୱାର୍ଡ କାଉନସିଲର ପାଇଁ ବାପା ଭୀମସେନ ମାଣ୍ଡୋଠିଆ ବିଜେପି ଟିକେଟରୁ ନିର୍ବାଚନ ଲଢୁଥିବା ବେଳେ ପୁଅ ରଣଜିତ୍ ମାଣ୍ଡୋଠିଆ ବିଜେଡି ଟିକେଟରୁ ମଇଦାନକୁ ଓହ୍ଳାଇଛନ୍ତି । ନିଜ ଉପରେ ବିଶ୍ୱାସ ରଖିବା ସହ ନିର୍ବଚାନରେ ଉଭୟ ବାପା, ପୁଅ ନିଶ୍ଚିତ ବିଜୟ ଲାଭ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଭୀମସେନ ପୂର୍ବରୁ କାଉନସିଲର ଭାବେ ନିର୍ବାଚିତ ହୋଇଥିବା ବେଳେ ଏଥର ଉଭୟ ବାପା ଏବଂ ପୁଅ ବିଜେଡି ଟିକେଟ୍ ପାଇଁ ଲବି କରୁଥିଲେ । ଶେଷ ମୂହୁର୍ତ୍ତରେ ଦଳ ପୁଅ ରଣଜିତଙ୍କୁ ଟିକେଟ ଦେବାକୁ ସ୍ଥିର କରିବାରୁ ଭୀମସେନ ବିଜେପିରେ ଯୋଗଦେଇଥିଲେ । ଏବେ ବାପା, ପୁଅଙ୍କ ନେଇ ବିଭିନ୍ନ ଚର୍ଚ୍ଚା ହେଉଥିବା ବେଳେ ବାପାଙ୍କ ବିରୋଧରେ ଅପପ୍ରଚାର ନ କରି ନିର୍ବାଚନ ମଇଦାନରେ ପରାସ୍ତ କରିବାକୁ ରଣଜିତ୍ ଲକ୍ଷ ରଖିଛନ୍ତି । Advertisement
ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ପରିବାର ବର୍ଗଙ୍କୁ ଭେଟିଲେ ବିଜେପିର ବିଧାୟକ ଟିମ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ଚାରି ଦିନ ପୂର୍ବରୁ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ବିଜେପି ପକ୍ଷରୁ ବୁଧବାର ବିରୋଧୀ…
ବିଜେଡ଼ି ଆଭ୍ୟନ୍ତରୀଣ ବିବାଦ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡିଲାଣି ଅନୁଗୁଳ – ସାଧାରଣ ନିର୍ବାଚନ ପାଖେଇ ଆସୁଥିଉବା ବେଳ ବିଭିନ୍ନ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । କିନ୍ତୁ ଏହି ସମୟରେ ଜିଲ୍ଲାରେ ବାହାରିଛି…
ବିଜେଡି ଟିକେଟରେ ଲଢ଼ିବେ କି ତଥାଗତ ଶତପଥୀ !! ଭୁବନେଶ୍ୱର – ଢେଙ୍କାନାଳ ଲୋକସଭା ଆସନରୁ ପୁଣି ବିଜେଡି ଟିକେଟରେ ଲଢ଼ିବେ କି ତଥାଗତ ଶତପଥୀ ? ନା କୌଣସି ବିଧାନସଭା ଆସନରୁ ବିଧାୟକ ପ୍ରାର୍ଥୀ ହେବେ…