ମୁଖ୍ୟ ଖବର ରାମନବମୀରୁ ଗଡିବ ପୁରୀ-ସମ୍ବଲପୁର ଇଣ୍ଟରସିଟି Angul OnlineApril 3, 2022April 3, 2022 ଅନୁଗୁଳ – ରାମନବମୀରୁ ପୁଣି ଗଡ଼ିବ ସମ୍ବଲପୁର-ପୁରୀ ଇଣ୍ଟରସିଟି । ଏ ନେଇ ରେଳ ମନ୍ତ୍ରୀ ଶ୍ରୀଯୁକ୍ତ ବୈଷ୍ଣବ ନିଷ୍ପତ୍ତି ନେଇତଥିବା ବେଳେ ଏ ସମ୍ପର୍କରେ ଯଥା ଶୀଘ୍ର ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସୂଚନା ଅନୁସାରେ ସମ୍ବଲପୁର ବିଧାୟକ ଶ୍ରୀଯୁକ୍ତ ଜୟ ନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାଉରି ନାୟକ ଅଞ୍ଚଳର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରେ ଆଲୋଚନା କରିବା ସହିତ କେତେକ ନ୍ୟାର୍ଯ୍ୟ ଦାବୀ ମଧ୍ୟ କରିଛନ୍ତି । ଏହି ସବୁ ଦାବୀ ଭିତରେ ସମ୍ବଲପୁର ପୁରୀ ଇଣ୍ଟରସିଟିକୁ ଶୀଘ୍ର ଚାଲୁ କରିବା ପାଇଁ ଦାବୀ କରିଥିଲେ । ରେଳ ମନ୍ତ୍ରୀ ଶ୍ରୀଯୁକ୍ତ ବୈଷ୍ଣବ ସଙ୍ଗେ ସଙ୍ଗେ ଦାବୀକୁ ସମ୍ମାନ ଜଣାଇ ଆଗାମୀ ୧୦ ତାରିଖ ପବିତ୍ର ରାମନବମୀ ତିଥିରେ ସମ୍ବଲପୁର ପୁରୀ ଇଣ୍ଟରସିଟି ଚାଲୁ କରିବା ପାଇଁ ନିଷ୍ପତ୍ତି ନେଲେ ଓ ଏ ସମ୍ପର୍କରେ ଯଥା ଶୀଘ୍ର ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କରୋନା ସଂକ୍ରମଣ ଯୋଗୁ ଦେଶର ଅନେକ ଯାତ୍ରୀବାହୀ ଟ୍ରେନ ବନ୍ଦ ରହିଥିଲା । ଏବେ ସଂକ୍ରମଣ କମିବା ପରେ ଆଂଶିକ ଭାବେ କେତେକ ଟ୍ରେନ ଗଡୁଛି । ପଶ୍ଚିମାଞ୍ଚଳର ଲୋକେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ଭୁବନେଶ୍ବର ଓ ବିଶାଖାପାଟଣା ଉପରେ ଅଧିକ ନିର୍ଭର କରୁଥିବାରୁ ସମ୍ବଲପୁରରୁ ବିଶାଖାପାଟଣାକୁ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ୍ ଚଳାଚଳ କରିବା ପାଇଁ ଏ ଅବସରରେ ଦାବି କରାଯାଇଛି । ଏବେ ବିଶାଖାପାଟଣା ଅମୃତସର ଏକ୍ସପ୍ରେସ ସପ୍ତାହକୁ ତିନି ଦିନ ଚାଲୁଛି । ଏହି ଟ୍ରେନ୍କୁ ପ୍ରତିଦିନ ଚଲାଇବା ପାଇଁ ମଧ୍ୟ ଦାବି ହୋଇଛି । ବିଧାୟକଙ୍କ ସମସ୍ତ ଦାବିକୁ ଗୁରୁତ୍ୱର ସହ ନେଇ ବିଚାର କରିବାକୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରତିଶ୍ରୁତି ଦେଇଥିବା ନେଇ ସମ୍ବଲପୁର ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ସୂଚନା ଦେଇଛନ୍ତି । Advertisement
କଣିହାଁ NTPC ରେ ଭୟାବହ ଅଗ୍ନିକାଣ୍ଡ ଅନୁଗୁଳ – ତାଳଚେର କଣିହାଁସ୍ଥିତ NTPC ରେ ଅଗ୍ନିକାଣ୍ଡ । ପ୍ଲାଣ୍ଟ ଭିତରେ ଥିବା କନଭେୟର ବେଲ୍ଟରେ ନିଆଁ ଲାଗିଥିବା ସୂଚନା । କୋଇଲା ଡିପୋରୁ ପ୍ଲାଣ୍ଟ…
ମହନୀୟ ଦୃଷ୍ଟାନ୍ତ – ଅବସରପ୍ରାପ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ନିର୍ବାହୀ ଅଧିକାରୀ ମାନବିକତାର ମହନୀୟ ଦୃଷ୍ଟାନ୍ତ । ଉଚ୍ଚପଦସ୍ଥ ଅଧିକାରୀ ହୋଇ ବି ନାହିଁ ବାଛ ବିଚାର । ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଅବସର ପରେ ମାନପତ୍ର ସହ ଟ୍ରଫି…
୨୦୨୭ ମସିହା ସେପ୍ଟେମ୍ବର ମାସ ସୁଦ୍ଧା କାର୍ଯ୍ୟକ୍ଷମ ହେବ NTPC TTPS ଅନୁଗୁଳ – ୨୦୨୭ ମସିହା ସେପ୍ଟେମ୍ବର ମାସ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବନ୍ଦ ହୋଇ ଯାଇଥିବା NTPC TTPS ର ପ୍ରଥମ ୟୁନିଟ । ଏଥିପାଇଁ ପ୍ଲାଣ୍ଟର…