ଖେଳ ଓ ଖେଳାଳି କଳାହାଣ୍ଡି କପ – ୧୫ ଜଣିଆ ଅନୁଗୁଳ ଦଳ ଘୋଷଣା Angul OnlineApril 16, 2022April 16, 2022 ଅନୁଗୁଳ – କଳାହାଣ୍ଡି କପ୍ ପାଇଁ ଅନୁଗୁଳ କ୍ରିକେଟ ଦଳ ଘୋଷଣା ହୋଇଛି । ୧୫ ଜଣିଆ ଅନୁଗୁଳ ଦଳର ଅଧିନାୟକ ଭାବେ ଶୁଭ୍ରଜ୍ୟୋତି ମିଶ୍ରଙ୍କୁ ଚୟନ କରାଯାଇ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ନିର୍ନିମେଶ ଜେନା , ସୋହମରାଜ ମହାପାତ୍ର , ମିଲନ ସାମଲ , ରାକେଶ ବିଶ୍ଵାଳ , ଚନ୍ଦନ ସାହୁ , ଦୀପକ ତିୱାରୀ , ରାକେଶ ଗୋଛାୟତ (ୱିକେଟ କିପର) , କ୍ରାନ୍ତିରଞ୍ଜନ ଅମାନ୍ତ , ସତ୍ୟବ୍ରତ ସିଂହ , ସନ୍ଦିପ ସିଂହ , ବିକାଶ ସାହୁ , ଆଶୁତୋଷ ମହାରଣା , ହରପ୍ରୀତ ସିଂହ ଓ ଚିନ୍ମୟ ନସ୍କର ସ୍ଥାନ ପାଇଛନ୍ତି । ଏହି ଦଳ ପାଇଁ ମିଲନ୍ ସାହୁ କୋଚ୍ ନିଯୁକ୍ତ ହୋଇଥିବା ବେଳେ ସଞ୍ଜୀବ ପାତ୍ର ଶାରୀରିକ ପ୍ରଶିକ୍ଷକ ସହିତ ଦଳର ପରିଚାଳକ ଦାୟିତ୍ଵ ତୁଲାଇବେ । ଦଳରେ ବହୁ ଅଭିଜ୍ଞ ଖେଳାଳି ରହିଥିବାରୁ ଦଳ ସୁପର୍-୬ରେ ପହଞ୍ଚିବା ନେଇ କୋଚ୍ ଓ ପରିଚାଳକ ଆଶାବ୍ୟକ୍ତ କରିଛନ୍ତି । ଅନୁଗୁଳ ଦଳ ତା’ର ଅଭିଯାନ ୧୮ ତାରିଖରୁ ଆରମ୍ଭ କରିବ । ଦଳ ପ୍ରଥମ ମ୍ୟାଚ୍ ୧୮ ତାରିଖରେ ବରଗଡ଼ , ୧୯ ତାରିଖରେ ବୌଦ୍ଧ , ୨୦ରେ ଭଦ୍ରକ , ୨୨ରେ କିଟ୍ ଓ ୨୩ରେ ଗଞ୍ଜାମ ବିପକ୍ଷରେ ଖେଳିବ ବୋଲି ଅନୁଗୁଳ ଜିଲ୍ଲା କ୍ରିକେଟ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । Advertisement
ଆମିଟି ଇଣ୍ଟର ଇଣ୍ଡଷ୍ଟ୍ରି ଟି-୨୦ କ୍ରିକେଟ ଟୁର୍ନାମେଣ୍ଟ – ଜେଏସପିଏଲ ଚମ୍ପିୟାନ ଅନୁଗୁଳ – ସ୍ଥାନୀୟ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ର ଜିନ୍ଦଲ ନଗର ପରିସରର କ୍ରୀଡାଙ୍ଗନ ଠାରେ ଆମିଟି କପ, ଇଣ୍ଟର ଇଣ୍ଡଷ୍ଟ୍ରି ଟି-୨୦ କ୍ରିକେଟ…
ହେମସୁରପଡା କପ ଫୁଟବଲ – କୁଚିଣ୍ଡା ବିଜୟୀ ଅନୁଗୁଳ – ଅନୁଗୁଳ ହେମସୁରପଡା ଫୁଟବଲ କପ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଛି । ଫାଇନାଲ ମ୍ୟାଚ୍ ବି.ଏଫ୍.ସି. କୁଚିଣ୍ଡା ସହିତ ଝାଡେଶ୍ବର ଫୁଟବଲ୍ କ୍ଲବ ,…
ଗଣପତ କପ୍ କ୍ରିକେଟ୍ – ମୁନ୍ ଏକାଦଶ ବିଜୟୀ ଅନୁଗୋଳ – ସ୍ଥାନୀୟ ଅମଲାପଡ଼ା ଦୁର୍ଗାପୂଜା ପଡ଼ିଆରେ ଦ୍ବିତୀୟ ରାଜ୍ୟସ୍ତରୀୟ ଗଣପତ କପ୍ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ ହୋଇ ଯାଇଛି । ଅନୁଗୋଳ ଫାଇଟର୍ସକୁ ହରାଇ ମୁନ୍…