ମୁଖ୍ୟ ଖବର ଚଳନ୍ତା ଅଟୋ ଉପରେ ପଡିଲା ଗଛ – ଗର୍ଭବତୀଙ୍କ ସମେତ ଦୁଇ ମୃତ Angul OnlineMay 27, 2022May 27, 2022 ପାଲଲହଡା – ଅନଗୁଳ ଜିଲ୍ଲା ପାଲଲହଡା ଦେଇ ଯାଇଥିବା ଜାତୀୟ ରାଜପଥ ୧୪୯ର ବାଲିପଶି ଗ୍ରାମ ନିକଟରେ ଏକ ଚଳନ୍ତା ଅଟୋ ଉପରେ ଏକ ବଡ ଗଛ ଭାଙ୍ଗି ପଡିଯିବା ଫଳରେ ଅଟୋରେ ଥିବା ଜଣେ ଗର୍ଭବର୍ତୀ ମହିଳା ସମେତ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଅନ୍ୟ ଜଣେ ଗୁରୁତର ଥିବା ଜଣା ପଡିଛି । ଗୁରୁତରଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ପାଲଲହଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ସୂଚନା ଅନୁସାରେ ତିଳେଇପଶି ଗ୍ରାମର ଗର୍ଭବତୀ ଅନିମା ସାହୁଙ୍କୁ ନେଇ ଜେମା ପରିଡା ଓ ତାଙ୍କ ସ୍ଵାମୀ କୁନା ପରିଡା ଏକ ଅଟୋରେ ପାଲଲହଡା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସି ନିଜ ଗାଁ କୁ ଫେରୁଥିଲେ । ତେବେ ବାଟରେ ହଠାତ ତାଙ୍କ ଅଟୋ ଉପରେ ଏକ ଶୁଖିଲା ଗଛ ଭାଙ୍ଗି ପଡି ଯାଇଥିଲା । ଫଳରେ ଅଟୋ ଭିତରେ ଚାପି ହୋଇ ଜେମା ପରିଡାଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକ ଅନିମା ଓ କୁନା ପରିଡାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଅନିମାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେବା ବାଟରେ ଗର୍ଭବତୀ ଅଣିମାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । କୁନା ଏବେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଅନ୍ୟପଟେ ଅଟୋ ଚାଳକ ସତ୍ୟାନନ୍ଦ ବିଶ୍ୱାଳ ସୁରକ୍ଷିତ ଥିବା ଜଣାପଡିଛି । ମୃତହତ ମାନେ ସମସ୍ତେ ଗୋଟିଏ ପରିବାରର ବୋଲି ଜଣା ପଡିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରିଛି । ଏଭଳି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଖେଳାଇ ଦେଇଛି । Advertisement
ସଚ୍ଚୋଟପଣିଆ ଦେଖାଇଲେ ଅଟୋଚାଳକ – ଫେରାଇଲେ ପାଇଥିବା ଟଙ୍କା ବ୍ୟାଗ ତାଳଚେର – ସାଂପ୍ରତିକ ସମାଜରେ ମାନବିକତା ହଜି ହଜି ଯାଉଥିବାବେଳେ କିଛି ବ୍ୟକ୍ତିଙ୍କ ପାଖରେ ମଣିଷପଣିଆ ଏବେ ବି ବଞ୍ଚିଛି । ଏହାର ଏକ ଉଦାହରଣ ଦେଖିବାକୁ…
ଦୂର୍ଘଟଣାରେ ଅଙ୍ଗନୱାଡି କର୍ମୀଙ୍କ ମୃତ୍ଯୁ ତାଳଚେର -ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ହରିହରପୁର ପଞ୍ଚାୟତ ବଲାଙ୍ଗୀ ଗ୍ରାମର ଅଙ୍ଗନୱାଡି କର୍ମୀ ଅନଙ୍ଗମଞ୍ଜରୀ ସିଂଙ୍କର ରବିବାର ଏକ ସଡକ ଦୁର୍ଘଟଣା ମୃତ୍ଯୁ ହୋଇଛି ।…
ବ୍ରାଉନ୍ସୁଗାର ଜବତ ମାମଲାରେ ଅଭିଯୁକ୍ତ ମହିଳାକୁ ୫ ବର୍ଷ ଜେଲ ଅନୁଗୋଳ – ଦେଢ଼ ବର୍ଷ ତଳେ ନାଲ୍କୋ ଥାନା ଇଲାକା ଗିରାଙ୍ଗ ଅଞ୍ଚଳରୁ ଏକ ଟ୍ରାଉନ୍ସୁଗର ଜବତ ମାମଲାର ରାୟ ଶୁକ୍ରବାର ଅତିରିକ୍ତ ସ୍ଵତନ୍ତ୍ର ଜିଲ୍ଲା ଓ…