ମୁଖ୍ୟ ଖବର ଚଳନ୍ତା ଅଟୋ ଉପରେ ପଡିଲା ଗଛ – ଗର୍ଭବତୀଙ୍କ ସମେତ ଦୁଇ ମୃତ Angul OnlineMay 27, 2022May 27, 2022 ପାଲଲହଡା – ଅନଗୁଳ ଜିଲ୍ଲା ପାଲଲହଡା ଦେଇ ଯାଇଥିବା ଜାତୀୟ ରାଜପଥ ୧୪୯ର ବାଲିପଶି ଗ୍ରାମ ନିକଟରେ ଏକ ଚଳନ୍ତା ଅଟୋ ଉପରେ ଏକ ବଡ ଗଛ ଭାଙ୍ଗି ପଡିଯିବା ଫଳରେ ଅଟୋରେ ଥିବା ଜଣେ ଗର୍ଭବର୍ତୀ ମହିଳା ସମେତ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଅନ୍ୟ ଜଣେ ଗୁରୁତର ଥିବା ଜଣା ପଡିଛି । ଗୁରୁତରଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ପାଲଲହଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ସୂଚନା ଅନୁସାରେ ତିଳେଇପଶି ଗ୍ରାମର ଗର୍ଭବତୀ ଅନିମା ସାହୁଙ୍କୁ ନେଇ ଜେମା ପରିଡା ଓ ତାଙ୍କ ସ୍ଵାମୀ କୁନା ପରିଡା ଏକ ଅଟୋରେ ପାଲଲହଡା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସି ନିଜ ଗାଁ କୁ ଫେରୁଥିଲେ । ତେବେ ବାଟରେ ହଠାତ ତାଙ୍କ ଅଟୋ ଉପରେ ଏକ ଶୁଖିଲା ଗଛ ଭାଙ୍ଗି ପଡି ଯାଇଥିଲା । ଫଳରେ ଅଟୋ ଭିତରେ ଚାପି ହୋଇ ଜେମା ପରିଡାଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକ ଅନିମା ଓ କୁନା ପରିଡାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଅନିମାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେବା ବାଟରେ ଗର୍ଭବତୀ ଅଣିମାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । କୁନା ଏବେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଅନ୍ୟପଟେ ଅଟୋ ଚାଳକ ସତ୍ୟାନନ୍ଦ ବିଶ୍ୱାଳ ସୁରକ୍ଷିତ ଥିବା ଜଣାପଡିଛି । ମୃତହତ ମାନେ ସମସ୍ତେ ଗୋଟିଏ ପରିବାରର ବୋଲି ଜଣା ପଡିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରିଛି । ଏଭଳି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଖେଳାଇ ଦେଇଛି । Advertisement
(ଭିଡିଓ)ୟୁକ୍ରେନରେ ଫସି ରହିଛନ୍ତି ଅନୁଗୁଳର ଛାତ୍ର – ଭିଡିଓ କଲରେ ଆମକୁ ଦେଲେ ସ୍ଥିତି ସମ୍ପର୍କରେ ସୂଚନା ଅନୁଗୁଳ – ଋଷିଆ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଧିରେ ଧିରେ ପରିସ୍ଥିତି ସାଙ୍ଘାତିକ ରୂପ ନେଉଛି । ୟୁକ୍ରେନରେ ଫସିଛନ୍ତି ଓଡ଼ିଆ ଯୁବକ…
ଗୋଟିଏ ଜୀବନ ଉଦୟ ପାଇଁ ଆସି ଦୁର୍ଘଟଣାରେ ଜୀବନ ହାରିଲେ ଆଶା ଅନୁଗୁଳ – ଗୋଟିଏ ଶିଶୁକୁ ସୁସ୍ଥ ଜୀବନ ଦେବା ପାଇଁ ଆସି ଜୀବନ ଚାଲିଗଲା ଆଶକର୍ମୀଙ୍କର । ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଫେରୁଥିବା ବେଳେ…
ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ , ଶୁଭାରମ୍ଭ କଲେ ୧୧୭୬ କୋଟ ଟଙ୍କାର ପ୍ରକଳ୍ପ ଅନୁଗୁଳ – ଅନୁଗୁଳରେ ବିକାଶର ସ୍ୱର୍ଣ୍ଣିମ ଅଧ୍ୟାୟ ଆରମ୍ଭ ହୋଇଛି । ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ଆଜି ଠାରୁ ଅନୁଗୁଳ ଜିଲ୍ଲା ଯୋଡିହୋଇଛି । ଆଜି…