ଅପରାଧ ଚାନ୍ଦା ମାଗି ବନ୍ଧା ହେଲେ ନକଲି ସାମ୍ବାଦିକ Angul OnlineJune 9, 2022June 9, 2022 ଅନୁଗୁଳ – ଚାନ୍ଦା ମାଗି ପୁଣି ବନ୍ଧା ହେଲେ ଜଣେ ୱେବ ପୋର୍ଟାଲର ନକଲି ସାମ୍ବାଦିକ । ଜଣେ ବ୍ରେଡ଼ ଫ୍ୟାକ୍ଟେରି ମାଲିକଙ୍କ ଠାରୁ ୧୦ ହଜାର ଟଙ୍କା ଚାନ୍ଦା ମାଗୁଥିବା ବେଳେ ଫ୍ୟାକ୍ଟେରି ମାଲିକଙ୍କ ଅଭିଯୋଗ ପରେ ସାମ୍ବାଦିକଙ୍କୁ ଗିରଫ କରିଛି ତାଳଚେର କୋଲିୟରୀ ପୁଲିସ । ଗିରଫ ସାମ୍ବାଦିକ ଜଣଙ୍କ ତାଳଚେର ରେମୁଁଆ ଅଞ୍ଚଳର ବ୍ରଜବନ୍ଧୁ ବେହେରା । ସେ ନିଉଜ-୧୯ ନାମକ ଏକ ୱେବ ପୋର୍ଟାଲର ସାମ୍ବାଦିକ ବୋଲି ନିଜକୁ କହୁଥିବା ବେଳେ ତାଳଚେର ହାଣ୍ଡିଧୂଆଁ ଅଞ୍ଚଳରେ ସୁମନ୍ତ ବାରାଦ ନାମକ ଜଣେ ବ୍ୟକ୍ତିଙ୍କ ବ୍ରେଡ଼ ଫ୍ୟାକ୍ଟେରିକୁ ଯାଇ କିଛି ଚିତ୍ର ସଂଗ୍ରହ କରିଵା ପରେ ସୁମନ୍ତଙ୍କୁ ୧୦ ହଜାର ଟଙ୍କା ଚାନ୍ଦା ମାଗୁଥିଲେ ବୋଲି ପୁଲିସ କହିଛି । ତେବେ ସୁମନ୍ତ ଏ ନେଇ ତାଳଚେର କୋଲିୟାରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରି ଆଜି ବ୍ରଜବନ୍ଧୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ବଡ ଧରଣର ନକଲି କାଗଜପତ୍ର ରାକେଟ ପର୍ଦାଫାସ – ଡି.ଏଲ. , ପ୍ୟାନ କାର୍ଡ , ଆଧାର କାର୍ଡ ଜବତ ତାଳଚେର – ଅନୁଗୁଳ ଜିଲ୍ଲାରେ ସକ୍ରିୟ ହୋଇ ଉଠିଥିବା ଏକ ନକଲି ଜରୁରୀ କାଗଜପତ୍ର ରାକେଟର ପର୍ଦାଫାସ କରିଛି ପୁଲିସ । ନକଲି ଡ୍ରାଇଭିଙ୍ଗ ଲାଇସେନସ ,…
ନବ ନିର୍ବାଚିତ ସରପଞ୍ଚଙ୍କ ସମେତ ପରିବାରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ରଜଡଙ୍ଗ ଗ୍ରାମ ରେ ନବ-ନିର୍ବାଚିତ ସରପଞ୍ଚଙ୍କ ସମେତ ପରିବାରର ୪ ଜଣଙ୍କୁ ଆକ୍ରମଣ ହୋଇଛି…
ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ସାଇବର ଠକ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ସାଇବର ଠକଙ୍କ ଉତ୍ପାତ ବୃଦ୍ଧି ପାଇବାର ଲାଗିଛି । କେତେବେଳେ ଅନଲାଇନ ଟ୍ରାଞ୍ଜାକସନ ସମସ୍ୟା ତ କେତେବେଳେ ବ୍ୟାଙ୍କିଙ୍ଗ ସମସ୍ୟା ,…