ଆଞ୍ଚଳିକ ଜଙ୍ଗଲରେ ପଡିଛି ନିଶାଗ୍ରସ୍ତ ହାତୀ ! Angul OnlineJune 9, 2022June 9, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଭିତରେ ପଡି ରହିଛି ଅସୁସ୍ଥ ହାତୀ । ଅଭୟାରଣ୍ୟର ବଦଜୁକୁବୁ ଜଙ୍ଗଲରେ ଏହି ହାତୀଟି ଦୁଇ ଦିନ ହେଲା ପଡି ରହିଛି । ଗୋଡ଼ ଶୁଣ୍ଢ ହଲାଉ ଥିବା ବେଳେ ପଡି ରହିଥିବାରୁ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ହାତୀର ସ୍ୱାସ୍ଥ୍ୟ ଅବସ୍ଥା ପରଖି ଦେଖିଛି । ହାତୀ ଦେହରେ କୌଣସି କ୍ଷତ ନଥିବା ବେଳେ କେଉଁଠାରୁ ମହୁଲ ପୋଚ ଖାଇ ଦେଇଥିବା ସନ୍ଦେହ କରୁଛି ବନ ବିଭାଗ । ପୋଚ ଖାଇ ନିଶାଗ୍ରସ୍ତ ହୋଇ ପଡି ରହିଥିବା ଅନୁମାନ କରା ଯାଉଛି । ହାତୀ ନିକଟରେ ବନ ବିଭାଗ ଓ ପଶୁ ଚିକିତ୍ସକ ରହି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ନଜର ରଖିଛନ୍ତି । Advertisement
ଜିଲ୍ଲା କାର୍ଯ୍ୟାଳୟର ଉପ-ବିଭାଗ ଅଧିକାରୀଙ୍କ ବିୟୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟର ନିର୍ବାଚନ ତଥା ବିବିଧ ଉପ-ବିଭାଗରେ କାର୍ଯ୍ୟରତ ଅଧିକାରୀ ଅଶୋକ କୁମାର ପାଣିଗ୍ରାହୀ ଗତକାଲି ସନ୍ଧ୍ୟାରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି…
ମୋଟରସାଇକେଲ ଉପରେ ପଡିଲା ଗଛ – ୩ ଗୁରୁତର ଛେଣ୍ଡିପଦା – ଅନୁଗୁଳ-ଛେଣ୍ତିପଦା ରାସ୍ତାରେ କୋଶଳା ରିସର୍ଚ୍ଚ ନର୍ସରୀ ସମ୍ମୁଖରେ ଗଛ ଭାଙ୍ଗି ମୋଟରସାଇକେଲରେ ଯାଉଥିବା ୩ ଜଣ ଆହତ ହୋଇଛନ୍ତି । ଆହତମାନେ ହେଲେ କରଡାବାହାଳି…
ଆମ ଜଙ୍ଗଲ ଯୋଜନା ’ ଉପଦେଷ୍ଟାଙ୍କର ବନଖଣ୍ଡ ପରିଦର୍ଶନ ଅନୁଗୋଳ – ରାଜ୍ୟ ସରକାରଙ୍କ ‘ ଆମ ଜଙ୍ଗଲ ଯୋଜନା’ରେ ନୂତନ ଭାବେ ଅବସ୍ଥାପିତ ଉପଦେଷ୍ଟା ନାରାୟଣ ପଟ୍ଟନାୟକ , ଦୁଇଦିନିଆ ଅନୁଗୁଳ ଜିଲ୍ଲା ପରିଦର୍ଶନରେ ଆସିଥିଲେ…