ଆଞ୍ଚଳିକ ଜଙ୍ଗଲରେ ପଡିଛି ନିଶାଗ୍ରସ୍ତ ହାତୀ ! Angul OnlineJune 9, 2022June 9, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଭିତରେ ପଡି ରହିଛି ଅସୁସ୍ଥ ହାତୀ । ଅଭୟାରଣ୍ୟର ବଦଜୁକୁବୁ ଜଙ୍ଗଲରେ ଏହି ହାତୀଟି ଦୁଇ ଦିନ ହେଲା ପଡି ରହିଛି । ଗୋଡ଼ ଶୁଣ୍ଢ ହଲାଉ ଥିବା ବେଳେ ପଡି ରହିଥିବାରୁ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ହାତୀର ସ୍ୱାସ୍ଥ୍ୟ ଅବସ୍ଥା ପରଖି ଦେଖିଛି । ହାତୀ ଦେହରେ କୌଣସି କ୍ଷତ ନଥିବା ବେଳେ କେଉଁଠାରୁ ମହୁଲ ପୋଚ ଖାଇ ଦେଇଥିବା ସନ୍ଦେହ କରୁଛି ବନ ବିଭାଗ । ପୋଚ ଖାଇ ନିଶାଗ୍ରସ୍ତ ହୋଇ ପଡି ରହିଥିବା ଅନୁମାନ କରା ଯାଉଛି । ହାତୀ ନିକଟରେ ବନ ବିଭାଗ ଓ ପଶୁ ଚିକିତ୍ସକ ରହି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ନଜର ରଖିଛନ୍ତି । Advertisement
ବଦଳିଲେ ୫ ବିଡିଓ ଅନୁଗୁଳ – ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀଯ ଜଳ ବିଭାଗ ପକ୍ଷରୁ ଓ.ଏ.ଏସ. ସ୍ତରରେ ଅଦଳବଦଳ ହୋଇଛି । ଏ ନେଇ ଏକ ନିର୍ଦେଶନାମା ଜାରି…
ମହିଳା ଏବଂ ବାଳିକାମାନଙ୍କର ଶିକ୍ଷା ଏବଂ ଦକ୍ଷତା ବିକାଶ ପାଇଁ ଜିନ୍ଦଲ ସ୍ଵୟଂସମ୍ପର୍ଣ୍ଣା ନାରୀ କାର୍ଯ୍ୟକ୍ରମ ଆରମ୍ଭ ଆର୍ଥିକ ଦୁର୍ବଳ ବର୍ଗର ମହିଳା ଏବଂ ଯୁବତୀ ମାନଙ୍କ ଦକ୍ଷତା ବିକାଶ ଓ ଶିକ୍ଷା ନିମନ୍ତେ ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ସହାୟତା ପ୍ରଦାନ କରାଯିବ ସହାୟତା ପାଇଁ ଇଚ୍ଚୁକ ମହିଳା ଏବଂ ଯୁବତୀ ମାନେ ଫାଉଣ୍ଡେସନର ୱେବସାଇଟ୍ ଯାଇ ଆବେଦନ କରିପାରିବେ ଭୁବନେଶ୍ୱର – ଆନ୍ତର୍ଜାତୀୟ…
ସୁଭଦ୍ରା ହତ୍ୟାକାରୀକୁ ଗିରଫ ଦାବିରେ ଗଣଧାରଣା ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଜଣେ ଯୁବତୀକୁ ଗଣଦୁଷ୍କର୍ମରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ଦାବୀରେ ଅନୁଗୁଳ ଜିଲ୍ଲାର ସଚେତନ ନାଗରିକ…