ଅପରାଧ ଭଡାଘର ମାଲିକଙ୍କ ପୁଅକୁ ଅପହରଣ ଅଭିଯୋଗରେ ଜଣେ ଗିରଫ Angul OnlineJuly 13, 2022July 13, 2022 ଅନୁଗୁଳ – ଘରେ ଭଡାରେ ରହୁଥିବା ଜଣେ ରାଜମିସ୍ତ୍ରୀ ଘର ମାଲିକଙ୍କ ନାବାଳକ ପୁଅକୁ ଅପହରଣ କରିବା ଅଭିଯୋଗରେ ଗିରଫ ହୋଇଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ରମେଶ ଦଳେଇ ବୋଲି ଜଣା ପଡିଛି । ସୂଚନା ଅନୁସାରେ, ଅନୁଗୁଳରେ ରାଜମିସ୍ତ୍ରୀ କାମ କରୁଥିବା ବରୀ ଅଞ୍ଚଳର ରମେଶ ଦଳେଇ ନାମକ ଜଣେ ବ୍ୟକ୍ତି ଅନୁଗୁଳ ସହର ଉପକଣ୍ଠ ପରତରାରେ ବିଜୁଳି ନାୟକଙ୍କ ଘରେ ଭଡ଼ାରେ ରହୁଥିଲା । କିଛି ଦିନ ତଳେ ସେ ବିଜୁଳି ନାୟକଙ୍କ ପାଖରୁ ୨୧ ହଜାର ଟଙ୍କା ଉଧାର ଆକାରରେ ନେଇଥିଲା । ଏହି ଟଙ୍କା ଫେରାଇବାକୁ ବିଜୁଳି କହିବାରୁ ଉଭୟଙ୍କ ଭିତରେ ଝଗଡ଼ା ହୋଇଥିଲା । ଏହା ପରେ ରମେଶ ବିଜୁଳିଙ୍କ ୯ ବର୍ଷର ପୁଅକୁ ନେଇ ଫେରାର ହୋଇ ଯାଇଥିଲା । ଏନେଇ ବିଜୁଳି ଅନୁଗୁଳ ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ ୫୧୮/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା । ତଦନ୍ତ ବେଳେ ରମେଶ ନାବାଳକକୁ ନେଇ କଟକ ଧବଳେଶ୍ଵର ପାଖରେ ଥିବା ଖବର ପାଇ ପୁଲିସ ଚଢାଉ କରି ରମେଶକୁ ଗିରଫ କରିବା ସହ ନାବାଳକକୁ ଉଦ୍ଧାର କରିଛି । Advertisement
ପୂଜା ପୁର୍ବରୁ ପୁଲିସକୁ ବଡ ସଫଳତା – ଆଠ ଜଣିଆ ଲୁଟେରା ଗ୍ଯାଙ୍ଗ ଗିରଫ ଅନୁଗୁଳ – (ଅନୁଗୁଳ ଅନଲାଇନ) – ୧୯/୦୯ – ପାର୍ବଣ ଋତୁ ପୂର୍ବରୁ ଅନୁଗୁଳ ପୁଲିସକୁ ବଡ ସଫଳତା ମିଳିଛି । ମାସେ ଭିତରେ ୧୦ ରୁ…
ପ୍ରେମରେ ବିଫଳ ହେଲା ଯୁବକ , ଆଉ ତାପରେ ….. ପାଲଲହଡ଼ା- ପ୍ରେମ ବ୍ୟାପାରକୁ ନେଇ ପାଲଲହଡ଼ା ଥାନା ସମୁଖରେ ଜଣେ ଯୁବକ ଆତ୍ମାହୁତି ଉଦ୍ୟମ କରିଥିବାବେଳେ ତାଙ୍କୁ , ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି…
ସାମାନ୍ୟ ବଚସାରୁ ପିଟିପିଟି ମାରିଦେଲେ ଅନୁଗୁଳ – ଅନୁଗୁଳ ଜିଲ୍ଳା ଶିଳ୍ପାଞ୍ଚଳ ନିଶା ଥାନା ଅନ୍ତର୍ଗତ ଗୋଳାବନ୍ଧ ଗାଁରେ ବିହାର ରାଜ୍ୟର ଜଣେ ଯୁବକଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି ।…