ଅପରାଧ ଯୌତୁକଜନିତ ବଧୂହତ୍ୟା ଅଭିଯୋଗ – ସ୍ଵାମୀ ଶଶୁର ଗିରଫ Angul OnlineJuly 14, 2022July 14, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଲାଛବନ୍ଧ ଗ୍ରାମରେ ଯୌତୁକ ଦାବିରେ ଜଣେ ବଧୂକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପୁଲିସ ଅଭିଯୋଗ ପାଇବା ପରେ ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ସ୍ଵାମୀ ଓ ଶଶୁରକୁ ଗିରଫ କରିଛି । ସୂଚନା ଅନୁସାରେ ଅନୁଗୁଳ ବ୍ଲକ ଖିଣ୍ଡା ଗ୍ରାମର ସରୋଜିନୀ ସାହୁଙ୍କ ସହିତ ଲାଛବନ୍ଧ ଗ୍ରାମର ଚୈତନ୍ୟ ସାହୁଙ୍କର ୨ ବର୍ଷ ତଳେ ବୈଦିକ ରୀତିରେ ବିବାହ ହୋଇଥିଲା । ତେବେ ବାହାଘର ପରଠାରୁ ଅଧିକ ଯୌତୁକ ଦାବିରେ ସରୋଜିନୀଙ୍କୁ ତାଙ୍କ ସ୍ଵାମୀ ଚୈତନ୍ୟ ସାହୁ ଓ ଶଶୁର ଜୀବନ ସାହୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଏପରିକି ପାଟିତୁଣ୍ଡ ହେବା ପରେ ସରୋଜିନୀ ଶାଶୂଘର ଛାଡ଼ି ବାପଘର ଖିଣ୍ଡା ଗ୍ରାମରେ ରହୁଥିଲେ । ତେବେ ବହୁ ବୁଝାସୁଝା ପରେ ସେ ପୁଣି ଥରେ ନିଜ ଶାଶୂଘରକୁ ୪ ଦିନ ହେଲା ଫେରିଥିଲେ । ଆଜି ସକାଳୁ ଘର ଭିତରୁ ତାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଯୌତୁକ ପାଇଁ ତାଙ୍କୁ ଶାଶୂଘର ଲୋକେ ହତ୍ୟା କରିଥିବା ଭିଣୋଇ ଚନ୍ଦ୍ରମଣି ଦେହୁରୀ ବନ୍ତଳା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ମୃତ୍ୟୁଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ କରିଥିଲା । ଆଉ ପ୍ରାଥମିକ ତଦନ୍ତ ଆଧାରରେ ସ୍ଵାମୀ ଚୈତନ୍ୟ ସାହୁ ଓ ଶଶୁର ଜୀବନ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଡକାୟତି ମାମଲାରେ ୪ ଗିରଫ – ମୋଟରସାଇକେଲ ଓ ମୋବାଇଲ ଜବତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର ଠାରେ ୨୦୨୦ ମସିହା ଡିସେମ୍ବର ୨୦ ତାରିଖରେ ଜଣେ ବ୍ୟବସାୟୀଙ୍କ ଠାରୁ ଟଙ୍କା ଓ ମୋବାଇଲ ଲୁଟ…
ଲୁଟ ବାହାନାରେ ଟଙ୍କା ହଡ଼ପ – ନିଜ ଜାଲରେ ଫସିଲେ ଯୁବକ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ବାଙ୍କଧରା ଛକ ନିକଟରେ ପିସ୍ତଲ ଦେଖାଇ ବିଦ୍ୟୁତ ବିଲ ସଂଗ୍ରହକାରୀଙ୍କ ଠାରୁ ଦୁର୍ବୁତ୍ତ ମାନେ ୮୨ ହଜାର ଟଙ୍କା ଲୁଟିନେଇଥିବା…
ଦୁଷ୍କର୍ମ ଓ ସାମାଜିକ ଗଣମାଧ୍ୟମରେ ନଗ୍ନ ଫଟୋ ଛାଡିବା ଅଭିଯୋଗରେ ଯୁବକ ଗିରଫ ଅନୁଗୁଳ – ଜୋରଜବରଦସ୍ତ ଯୁବତୀଙ୍କ ପ୍ରେମ ସମ୍ପର୍କ ପରେ ଶାରୀରିକ ସମ୍ପର୍କ ଏବଂ ପରେ ସାମାଜିକ ଗଣମାଧ୍ୟମରେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଛାଡିବା ଅଭିଯୋଗରେ ଅନୁଗୁଳ ଟାଉନ…