ମୁଖ୍ୟ ଖବର ପରୀକ୍ଷା ବେଳେ ମହାବିଦ୍ୟାଳୟରେ ଅବ୍ୟବସ୍ଥା Angul OnlineAugust 19, 2022August 19, 2022 ଅନୁଗୁଳ – ଅନୁଗୁଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟଳୟରେ ପରୀକ୍ଷା ସମୟରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି ।ଆଉ ଏଥିପାଇଁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖା ଦେଇଛି । ସୂଚନା ଅନୁସାରେ ମହାବିଦ୍ୟାଳୟରେ ଶୁକ୍ରବାର ଓଡିଶା ଓପନ ୟୁନିଭରସିଟିର ପିଜି ଛାତ୍ରୀଛାତ୍ରଙ୍କ ପରୀକ୍ଷା ଚାଲିଥିଲା । ତେବେ ପରୀକ୍ଷା ଚାଲିଥିବା ସମୟରେ ପରୀକ୍ଷା କେନ୍ଦ୍ରରେ ବିଦ୍ୟୁତ କଟି ଯାଇଥିଲା । ବିଦ୍ୟୁତ କଟିଯିବାରୁ ପରୀକ୍ଷା ହଲଟି ଅନ୍ଧାର ହୋଇ ଯାଇଥିବା ବେଳେ ପରୀକ୍ଷାର୍ଥୀଙ୍କର ପ୍ରଶ୍ନପତ୍ର ପଢିବା ଏବଂ ଉତ୍ତର ଖାତା ଲେଖିବାରେ ସମସ୍ୟା ଦେଖାଯାଇଥିଲା । ତେଣୁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏଭଳି କି ଅନ୍ଧାର ଘରେ ପରୀକ୍ଷାର୍ଥୀଙ୍କ ସମସ୍ୟା ହେବାରୁ ପରୀକ୍ଷା କେନ୍ଦ୍ରରେ ହୋ ହାଲ୍ଲା କରିଥିଲେ । ଏଭଳି ସ୍ଥିତିରେ ପରୀକ୍ଷାର୍ଥୀଙ୍କୁ ବୁଝାଇବା ବଦଳରେ ପରୀକ୍ଷା କେନ୍ଦ୍ର ପରିଚାଳନା ଦାୟିତ୍ବରେ ଥିବା ପରିଚାଳକ ପରୀକ୍ଷାର୍ଥୀଙ୍କୁ କୁଆଡେ କେନ୍ଦ୍ର ଛାଡିଯିବାକୁ କହିଥିଲେ । ଏହାପରେ ସ୍ଥିତି ବିଗିଡିଥିଲା । ପରେ ପରୀକ୍ଷାର୍ଥୀଙ୍କୁ ଆସି ବୁଝାସୁଝା କରିଵା ପରେ ସ୍ଥିତି ଆୟତକୁ ଆସିଥିବା ଜଣେ ପରିକ୍ଷାର୍ଥୀ କହିଛନ୍ତି । ତେବେ ଏ ସମ୍ପର୍କରେ ଆମେ ଅନୁଗୁଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟଳୟର ଅଧ୍ୟକ୍ଷଙ୍କୁ ପଚାରିବାରୁ ସେ କହିଥିଲେ ଯେ ତାଙ୍କୁ କେହି ଜଣେ ଏ ସମ୍ପର୍କରେ ଫୋନ କରି ଜଣାଇଥିଲେ । ସେ ସେଣ୍ଟର ସୁପରିଟେଡେଣ୍ଡ ଡ.ଅଭିମନ୍ୟୁ ଦାସଙ୍କୁ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିବାକୁ କହିଥିଲେ । ଆଉ ଛାତ୍ରଛାତ୍ରୀମାନେ ତାଙ୍କୁ ଅ ପର୍ଯ୍ୟନ୍ତ ଲିଖିତ ଅଭିଯୋଗ କରି ନାହାନ୍ତି । ଆଉ ସେ ଏ ସମ୍ପର୍କରେ ସେଣ୍ଟର ସୁପରିଟେଡେଣ୍ଡ ଡ.ଅଭିମନ୍ୟୁ ଦାସଙ୍କୁ ପଚାରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଏହି ଅସୁବିଧା ଯୋଗୁଁ ଆଉ କିଛି ଅଧିକ ସମୟ ପରୀକ୍ଷା ପାଇଁ ଦିଆ ଯାଇଥିଲା ବୋଲି କହିଥିଲେ । ତେବେ ଅନୁଗୁଳ ସରକାରୀ ସ୍ବୟଂଶାସିତ ଭଳି ମହାବିଦ୍ୟଳୟରେ ବିଦ୍ୟୁତ ବ୍ୟାଘାତ ଯୋଗୁଁ ଅନ୍ଧାରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀ । Advertisement
ଜଳିଗଲା ଚଳନ୍ତା ବସ ଅନୁଗୁଳ – ହୁତୁହୁତୁ ହୋଇ ଜଳିଗଲା ବସ । ସୌଭାଗ୍ୟ ବଶତଃ ଏଥିରେ ଯାତ୍ରୀ କେହି ନଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ଓ ଖଳାସୀ…
ହାତୀ ଆକ୍ରମଣରେ ମହିଳା ମୃତ ତାଳଚେର – ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ହେଲେ ହିଲୋଇ ଗାଁର ବଚନ ବେହେରା…
ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ – ଦୁଇ ଆହତ ତାଳଚେର – ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅନ୍ୟ ଗୋଷ୍ଠୀର ଦୁଇଜଣ…