ରାଜନୀତି ଚତୁର୍ଥ ଥର ପାଇଁ ରାଜୀବ ଛାତ୍ର ବିଜେଡି ସଭାପତି Angul OnlineAugust 23, 2022August 23, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛାତ୍ର ବିଜେଡି ସଭାପତି ଭାବେ ରାଜୀବ ଲୋଚନ ଦାସ ପୁଣିଥରେ ମନୋନୀତ ହୋଇଛନ୍ତି । ଦଳର ସୁପ୍ରିମୋ ଚତୁର୍ଥ ଥର ପାଇଁ ତାଙ୍କ ଉପରେ ଆସ୍ଥା ରାଖୀ ଏହି ଦାୟିତ୍ଵ ଦେଇଥିବା ବେଳେ ଏଥପାଇନ ସେ ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ସହ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀରଞ୍ଜନ ତ୍ରିପାଠୀ , ବିଧାୟକ ତଥା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ , ସାଂସଦ ମହେଶ ସାହୁ , ସମ୍ବଲପୁର ଓ ଦେବଗଡ ଜିଲ୍ଲାର ପର୍ଯ୍ୟବେକ୍ଷକ ନଳିନୀକାନ୍ତ ପ୍ରଧାନ ଜିଲ୍ଲାର ସମସ୍ତ ବିଧାୟକ ଏବଂ ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ ଦଳର କାର୍ଯ୍ୟଶୈଳୀକୁ ଅନୁସରଣ କରି ଛାତ୍ର ସଙ୍ଗଠନକୁ ଅଧିକ କ୍ରିୟାଶୀଳ କରାଯିବ ବୋଲି ରାଜୀବ କହିଛନ୍ତି । ସୂଚନା ଅନୁସାରେ ରାଜୀବ ୨୦୦୮ରୁ ୨୦୧୨ ଯାଏଁ ମ୍ୟୁନିସିପାଲଟିର ସଭାପତି , ୨୦୧୨ରୁ ଜିଲ୍ଲା ସଭାପତି , ୨ ଥର ସମିତି ସଭ୍ୟ ଭାବେ କାର୍ଯ୍ୟ କରିଛନ୍ତି । Advertisement
ପଞ୍ଚାୟତ ନିର୍ବାଚନରେ ଓବିସି ସଂରକ୍ଷଣ ଉଚ୍ଛେଦ ପ୍ରତିବାଦ – ବିଜେପି ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର ଅନୁଗୁଳ – ସମଗ୍ର ରାଜ୍ୟରେ ୫୪ପ୍ରତିଶତରୁ ଉର୍ଦ୍ଧ ଓବିସି ଥିବାବେଳେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଉଚ୍ଚ ନ୍ୟାୟାଳୟରେ ଠିକ୍ ଭାବେ ସରକାର ପକ୍ଷ ନ ରଖିପରିବାରୁ ଓବିସି…
ଅବନୀକାନ୍ତ ସାହୁ ହେଲେ ରାଜ୍ୟ ଖାଦ୍ୟ କମିଶନ୍ର ଅଧ୍ୟକ୍ଷ ଅନୁଗୋଳ – ଅନୁଗୋଳ ଜିଲ୍ଲାର ସମାଜ ସେବୀ ତଥା ବିଜେଡ଼ି ନେତା ତଥା ବର୍ତ୍ତମାନର ତାଳଚେର ଅନୁଗୁଳ ମେରାମଣ୍ଡଳୀ ଉର୍ଣ୍ଣୟନ ପରିଷଦ, ଟାମଡ଼ା)ର ଅଧକ୍ଷ ଅବନିକାନ୍ତ ସାହୁଙ୍କୁ…
ଆଠମଲ୍ଲିକ ଓ ତାଳଚେରରେ ବିଜେଡ଼ି , ଅନୁଗୁଳରେ ବିଜେପି ହାତେଇଲା ଉପାଧ୍ୟକ୍ଷ ପଦବୀ ଅନୁଗୁଳ – ଅନୁଗୁଳ ପୌରପାଳିକା ପାଇଁ ଉପାଧ୍ୟକ୍ଷ ଭାବେ ବିଜେପିର ଅନୁପମା ସାହୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ୪ ନମ୍ବର ୱାର୍ଡ କାଉନସିଲର ଅନୁପମା ସାହୁଙ୍କ…