ଅପରାଧ ଯୁବତୀଙ୍କୁ ଦୁଷ୍କର୍ମ – ଜଣେ ଅଟକ Angul OnlineAugust 28, 2022August 28, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଶିମିଳିପାଳ ଅଞ୍ଚଳରେ ଛେଳି ଚରାଇବାକୁ ଯାଇଥିବା ବେଳେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଘଟଣାରେ ଛେଣ୍ଡିପଦା ପୁଲିସ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ଅଟକ ଯୁବକ ଜଣକ ହେଲେ ସେହି ଅଞ୍ଚଳର ଧନେଶ୍ବର ମାଝି ବୋଲି ଜଣାପଡିଛି । ସୂଚନା ଅନୁସାରେ ଯୁବତୀ ଜଣକ ତାଙ୍କର ଜଣେ ୧୧ବର୍ଷର ପୁତୁରା ସହିତ ଗାଁ ପାଖ ପଡିଆକୁ ଛେଳି ଚରାଇବାକୁ ଯାଇଥିଲେ । ତେବେ ଧନେଶ୍ବର ମାଝୀ ସେହିଠାରେ ରାଶିପଦାରେ ରାଶି ଫସଲ ଜଗୁଥିବା ବେଳେ ଯୁବତୀଙ୍କୁ ଏକୁଟିଆ ଦେଖି ଜୋରଜବରଦସ୍ତ ଟେକି ନେବା ସହିତ ଦୁଷ୍କର୍ମ କରିଥିଲେ । ଏହା ଦେଖି ପାଖରେ ପୁତୁରା ଏ ସମ୍ପର୍କରେ ଆସି ପରିବାର ଲୋକଙ୍କୁ ଖବର ଦେଇଥିଲା । ଖବରପାଇ ପରିବାର ଲୋକ ଘଟଣାସ୍ଥଳକୁ ପହଁଚିଥିଲେ । ଧନେଶ୍ବର ଯୁବତୀଙ୍କ ପରିବାର ଲୋକଙ୍କୁ ଦେଖି ଫେରାର ହୋଇଯାଇଥିଲା । ଏ ନେଇ ଯୁବତୀଙ୍କ ପରିବାର ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୁଲିସ ଛେଣ୍ଡିପଦା ଥାନା କେସ ନଂ-୪୧୧/୨୨ରେ ଏକ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତକରି ଦୁଷ୍କର୍ମ କରିଥିବା ଯୁବକ ଧନେଶ୍ବର ମାଝୀକୁ ଥାନାକୁ ଆଣି ପଚାରାଉଚରା ଚଳାଇଛି । ଅପରପକ୍ଷେ ପୋଲିସ ସାଇଣ୍ଟିଫିକ ଟିମ ସହିତ ଘଟଣାସ୍ଥଳକୁ ଯାଇ ନମୁନା ସଂଗ୍ରହ କରିଥିବା ବେଳେ ଗିରଫ ଯୁବକଙ୍କୁ ଡାକ୍ତରୀ ମାଇନା କରିବାପରେ ସୋମବାର କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି । Advertisement
ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହେଲେ ଲାଞ୍ଚୁଆ କିରାଣୀ ଅନୁଗୋଳ – ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହେଲେ ଜିଲ୍ଲାପାଳ କାର୍ଯ୍ୟାଳୟର ଜୁନିଅର କ୍ଲର୍କ ପଙ୍କଜିନି ବିଶ୍ୱାଳ । ପଙ୍କଜିନି ୨୦୧୭ ମସିହାରେ ଅନୁଗୋଳ ତହସିଲ ଅଫିସରେ କାର୍ଯ୍ୟରତ…
ସାଇବର ଠକ ଲୁଟିନେଲେ ୫ ଲକ୍ଷ ଟଙ୍କା ଅନୁଗୁଳ – ସାଇବର ଠକେଇର ଶିକାର ହୋଇଛନ୍ତି ତ୍ରିମୂର୍ତ୍ତୀ ଅଫସେଟ ପ୍ରେସର ମାଲିକ ଚଣ୍ଡିକା ପ୍ରସାଦ ନନ୍ଦ । ଲିଙ୍କ ପଠାଇ ସାଇବର ଠକ ଲୁଟିନେଲେ ୫…
୯ ଜଣ ଡକାୟତକୁ ଗିରଫ କଲା ପୁଲିସ ଛେଣ୍ଡିପଦା- ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା କଙ୍କୁରପାଳ ଗ୍ରାମ ନିକଟରେ ଡକାୟତ ଯୋଜନା କରୁଥିବା ବେଳେ ବିସ୍ୱସ୍ତ ସୁତ୍ରରୁ ଖବର ପାଇ ପୁଲିସ ୯ ଜଣ ଡକାୟତଙ୍କୁ…