ମୁଖ୍ୟ ଖବର ଭଡାଘରୁ କଲେଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର Angul OnlineAugust 28, 2022August 28, 2022 ଅନୁଗୁଳ – ଅନୁଗୁଳ ଥାନା ସୁସୁଡା ଗାଁର ଏକ ଭଡା ଘରୁ ଜଣେ କଲେଜ ପଢୁଆ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ହେଲେ ବଇଣ୍ଡା ଅଞ୍ଚଳ ଗରୁଡ଼ ଗାଁର ସନତ କୁମାର ପ୍ରଧାନଙ୍କ ପୁଅ ଅସିତ ପ୍ରଧାନ । ସୂଚନା ଅନୁସାରେ ଅସିତ ଅନୁଗୁଳ ସରକାରୀ ମହାବିଦ୍ୟାଳୟର ପିଜି ପ୍ରଥମ ବର୍ଷର ଛାତ୍ର । ସେ ସୁସୁଡାରେ ବଉଳିଗଡ଼ ଗାଁ ସତ୍ୟବାନ ଗଡନାୟକ ନାମକ ଆଉ ଜଣେ ଯୁବକଙ୍କ ସହ ମିଶି ଏକ ଭଡା ଘରେ ରହୁଥିଲେ । ଗତ କାଲି ଅସିତ ଆସିଷ୍ଟାଣ୍ଡ ସେକ୍ସନ ଅଫିସର ପରୀକ୍ଷା ମଧ୍ୟ ଦେଇଥିଲେ । ତେବେ ଆଜି ସତ୍ୟବାନ ପିଜି ପରୀକ୍ଷା ଦେବାକୁ ଯାଇଥିବା ବେଳେ ଅସିତ ଭଡା ଘରେ ଏକୁଟିଆ ଥିଲେ । ଅପରାହ୍ନ ୩ ଟା ବେଳେ ସତ୍ୟବାନ ପରୀକ୍ଷା ଦେଇ ଭଡା ଘରକୁ ଫେରିବା ପରେ ଘରର କବାଟ ଆଉଜା ହୋଇଥିବା ଦେଖି ଭିତରକୁ ଯାଇଥିଲେ । ଭିତରକୁ ଯିବା ପରେ ଗୋଟିଏ ରୁମର ଫ୍ୟାନ ପାଇଁ ଲାଗିଥିବା କଡିରେ ଅସିତଙ୍କ ଝୁଲନ୍ତା ମୃତଦେହ ଦେଖି ପ୍ରଥମେ ଘର ମାଲିକ ଶୋଭିତ ଆଚାର୍ଯ୍ୟଙ୍କୁ ଖବର ଦେଇଥିଲେ । ପରେ ଏ ନେଇ ପୁଲିସକୁ ସୂଚନା ଦେବା ପରେ ଅନୁଗୁଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ କରୁଛି । ତେବେ ଆସିଷ୍ଟାଣ୍ଡ ସେକ୍ସନ ଅଫିସର ପରୀକ୍ଷାରେ ଭଲ କରି ନଥିବାରୁ ସେ ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ସନ୍ଦେହ କରା ଯାଉଛି । Advertisement
ବିବାହ ନାଁରେ ମହିଳାଙ୍କୁ ଠକେଇ । ରସିକିଆ ଧୂର୍ତ୍ତକୁ ବାନ୍ଧିଲା ପୁଲିସ ଅନୁଗୁଳ – ବିବାହ ବାହାନାରେ ଠକେଇ ଅଭିଯୋଗରେ ଅଭିଯୁକ୍ତ , ରସିକିଆ ଧୂର୍ତ୍ତ ବିରଞ୍ଜି ନାରାୟଣ ନାଥଙ୍କୁ କ୍ରାଇମବ୍ରାଞ୍ଚ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରୁ ଗିରଫ କରିଛି ।…
ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ମାଡ଼ – ଦୁଇ ଗୋଷ୍ଠୀ ହତାହାତୀ ଅନୁଗୋଳ – ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜଣେ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ମାଡ଼ ମାରିବା ଏବଂ ଉଭୟ ପକ୍ଷ ହାତାହାତୀ ହେବା ଘଟଣା ଚର୍ଚ୍ଚାର ବିଷୟ…
ଡିଭାଇଡ଼ରରେ ପିଟି ହୋଇ ଦୁଇ ମୃତ ଜଣେ ଗୁରୁତର ଅନୁଗୁଳ – ଅନଗୁଳ ଜିଲ୍ଲା ପାଳଲହଡା ଥାନା ୧୪୯ ନମ୍ବର ଜାତୀୟ ରାଜପଥ ବାଇପାସ ରୋଡ଼ ମାଙ୍କଡା ବ୍ରିଜ ନିକଟରେ ଏକ ମୋଟରସାଇକେଲ ଭାରସାମ୍ୟ ହରାଇ ଡିଭାଇଡରରେ…