ଅପରାଧ ଗୁଳି କରି ୬ ଲକ୍ଷ ଟଙ୍କା ଲୁଟ Angul OnlineAugust 29, 2022August 29, 2022 ଅନୁଗୁଳ – ଅନୁଗୁଳ ଟାଉନ ଥାନା କୁରୁଡୁଲୁ ନିକଟରେ ଗୁଳିମାଡ ଓ ଭୁଜାଲିରେ ଆକ୍ରମଣ କରି ମଦ ଦୋକାନ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଅନୁଗୁଳର ଜଣେ ମଦ ବ୍ୟବସାୟୀଙ୍କ ଶେଷନାଥ ଗୁପ୍ତା ଓ ରୂପେଶ କୁମାର ନାମକ ଦୁଇଜଣ କର୍ମଚାରୀ ତାଳଚେର ଶର୍ମା ଛକର ଏକ ମଦ ଦୋକାନରୁ ଟଙ୍କା ସଂଗ୍ରହ କରି ମୋଟରସାଇକେଲରେ ଅନୁଗୁଳ ଆସୁଥିଲେ । ତେବେ କୁରୁଡୁଲୁ ନିକଟରେ ଥିବା ଆସପଣ୍ଡ ତଳେ ହଠାତ ଏକ କାରରେ କିଛି ଦୁର୍ବୃତ୍ତ ଆସି ସେମାନଙ୍କୁ ଅଟକାଇବା ସହ ଆକ୍ରମଣ କରିଥିଲେ । ଫାଙ୍କା ଗୁଳିଚାଳନା କରିବା ସହ କଟୁରିରେ ଶେଷନାଥଙ୍କୁ ଆକ୍ରମଣ କରି ସେମାନଙ୍କ ନିକଟରେ ଥିବା ୬ ଲକ୍ଷ ଟଙ୍କା ଲୁଟି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ଶେଷନାଥଙ୍କ ହାତ ଓ ଛାତିରେ ଆଘାତ ଲାଗିଥିବା ବେଳେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ଖବର ପାଇ ଅନୁଗୁଳ ପୁଲିସ ଘଟଣାର ତଦନ୍ତ କରୁଛି । Advertisement
ବିପୁଳ ପରିମାଣର ନକଲି ବିଦେଶୀ ମଦ ଠିପି ଓ ଲେବଲ ଜବତ ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ ରାଣୀଗୁଡା ରେ ଅବକାରୀ ବିଭାଗ ଓ କଟକ ଫ୍ଲାଇଙ୍ଗ ସ୍କ୍ବାର୍ଡର ମିଳିତ ଚଢ଼ାଉ ବେଳେ ବିପୁଳ ପରିମାଣର ବିଦେଶୀ ମଦ…
ସାଙ୍ଗର ଛୁରା ମାଡରେ ସାଙ୍ଗ ଗୁରୁତର ପାଲଲହଡା – ସାଙ୍ଗର ଛୁରା ମାଡରେ ଆଉଜଣେ ସାଙ୍ଗ ଗୁରୁତର । ଏଭଳି ଘଟଣା ଅନଗୁଳ ଜିଲ୍ଲା ପାଳଲହଡା ଥାନା ୪୯ ନମ୍ବର ଜାତୀୟ ରାଜପଥ ମୁକ୍ତାପୁର…
ଶିକାରୀ ହେଲା ଶିକାର – ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ଫାଶରେ ପଡି ଶିକାରୀର ମୃତ୍ୟୁ ଅନୁଗୁଳ – ଅନୁଗୁଳ ବ୍ଲକ ପୁରୁଣାକୋଟ ଥାନା ଅଞ୍ଚଳରେ ଆଜି ଜଣେ ଶିକାରୀ ନିଜେ ଶିକାର ହୋଇଥିବା ଜଣା ପଡିଛି । ଶିକାରୀ ଜଣଙ୍କ ବିଦ୍ୟୁତ ତାର…