ମୁଖ୍ୟ ଖବର ସାପ କାମୁଡାରେ ଯୁବକ ମୃତ (ଭିଡିଓ) Angul OnlineSeptember 8, 2022September 8, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଇଣ୍ଡା ଅଞ୍ଚଳରେ ଆଜି ସାପ କାମୁଡାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମରୁତ ଯୁବ,କ ଜଣଙ୍କ ସେହି ଅଞ୍ଚଳର ୧୮ ବର୍ଷୀୟ ଲିପୁନ ସାହୁ ବୋଲି ଜଣା ପଡିଛି । ସୂଚନା ଅନୁସାରେ ବଇଣ୍ଡାର ଏକ ଗ୍ୟାରେଜ ରେ କାମ କରୁଥିବା ଲିପୁନ ଏବଂ ଅନ୍ୟ ୫ ଜଣ କାମ ସାରି ଖଟରେ ଶୋଇଥିଲେ । ତେବେ ରାତିରେ ଶୋଇଥିବା ବେଳେ ଏକ ଚିତି ସାପ ମଝିରେ ଶୋଇଥିବା ଲିପୁନଙ୍କୁ କାମୁଡି ଦେଇଥିଲା । ଶାପ କାମୁଡିବା ପରେ ଅନ୍ୟମାନେ ଲିପୁନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର ବେଳେ ଆଠଗଡ ନିକଟରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ସାପଟି ଲିପୁନକୁ କାମୁଡି ସାରିବା ପରେ ସେଇଠି ବୁଲୁଥିବାର ଏକ ଭିଡିଓ ଆମର ଅହସ୍ତଗୟତ ହୋଇଛି । ଦେଖନ୍ତୁ କିଭଳି ବୁଲୁଛି ସାପ । https://angulonline.com/odia/wp-content/uploads/2022/09/WhatsApp-Video-2022-09-08-at-18.41.01.mp4 Advertisement
ଜିଲ୍ଲା ପୁଲିସରେ ପୁଣି ଅଦଳବଦଳ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସରେ ପୁଣି ଏକ ଛୋଟ ଧରଣର ଅଦଳବଦଳ ହୋଇଛି । ୩ ଜଣ ଏସ୍ଆଇ ଓ ୭ ଜଣ ଏଏସ୍ଆଇଙ୍କୁ ବଦଳି…
ଲକ୍ଷାଧିକ ଟଙ୍କାର ବାୟୋ ଡିଜେଲ ଜବତ – ପଛରେ ବଡ ରାକେଟ କାମ କରୁଥିବା ସନ୍ଦେହ ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ଅଞ୍ଚଳରୁ ଟ୍ୟାଙ୍କରରେ ଲକ୍ଷାଧିକ ଟଙ୍କାର ଡିଜେଲ ଜବତ କରା ଯାଇଛି । ଟ୍ୟାଙ୍କରକୁ ଜବତ୍ କରାଯିବା ପରେ ପ୍ରାଥମିକ ତଦନ୍ତରୁ…
ଏଚଡ଼ିଏଫସି ବ୍ୟାଙ୍କର ପୂର୍ବତନ ମ୍ୟାନେଜରଙ୍କୁ ଅଟକ ଘଟଣା – ତତ୍କାଳୀନ ଆଇଆଇସି ଓ ଆଇଓଙ୍କୁ ଦାୟୀକଲା ଓଏଚଆରସି ତଦନ୍ତ ଟିମ୍ ଅନୁଗୁଳ – ଅନୁଗୁଳ ଥାନାରେ ଜଣେ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ୨୪ ଘଣ୍ଟାରୁ ଅଧିକ ସମୟ ଥାନାରେ ଅଟକ ରଖିବା ପରେ ତାଙ୍କୁ ଜେଲ୍ କୁ ପଠାଇବା ଏବେ…