ମୁଖ୍ୟ ଖବର ଆବର୍ଜନା ଗଦା କରିବାରୁ ଦୁଇ ଦୋକାନ ସିଲ କଲା ପ୍ରଶାସନ Angul OnlineSeptember 13, 2022September 13, 2022 ଅନୁଗୁଳ – ଦୋକାନ ଆଗରେ ଆବର୍ଜନା କରୁଥିବା ଯୋଗୁଁ ଆଜି ଦୁଇଟି ଦୋକାନକୁ ଅନୁଗୁଳ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ସୂଚନା ଅନୁସାରେ ବସଷ୍ଟାଣ୍ଡରୁ କାଞ୍ଚନ ଟକିଜ ଛକ ଆଡକୁ ଯାଇଥିବା ରାସ୍ତାରେ ତାରା ଅଟୋ ପଏଣ୍ଟ ଏବଂ ଓମ ଆର୍ଟସ ନାମକ ଏକ ଷ୍ଟିକର ଦୋକାନ ଦୋକାନ ଆଗରେ ଯାଇଥିବା ରାସ୍ତା କଡରେ ଆବର୍ଜନା ପକାଉଥିଲେ । ପୂର୍ବରୁ ତାଗିଦ କରିବା ସତ୍ୱେ ଦୋକାନ ଆଗରେ ଆବର୍ଜନା ପକାଉଥିବା ଯୋଗୁଁ ଆଜି ଜିଲ୍ଲା ମଲଟି ଡିସିପ୍ଲିନାରୀ ଟିମ ପକ୍ଷରୁ ଉଭୟ ଦୋକାନକୁ ସିଲ କରି ଦିଆଯାଇଛି । ଆଗାମୀ ନିର୍ଦେଶ ପର୍ଯ୍ୟନ୍ତ ଏହି ଦୁଇ ଦୋକାନ ସିଲ ରହିବ ବୋଲି ପୌର ପ୍ରଶାସନ ପକ୍ଷରୁ କୁହାଯାଇଛି । Advertisement
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କନିଷ୍ଠ କିରାଣୀ ସୁବ୍ରତ କୋଟି କୋଟି ଟଙ୍କା କରିଛନ୍ତି ହେରଫେର !! ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କିରାଣୀଙ୍କ ଗୁମର ଖୋଲୁଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କିଟାଣି ସୁବ୍ରତ ବେହେରା ଦରମା ଆଳରେ କୋଟି କୋଟି…
ଆଠମଲ୍ଲିକରେ ଖୋଲିବ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟାଳୟ ଭୁବନେଶ୍ଵର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ପଶ୍ଚିମ ଓଡିଶା ବିକାଶ ପରିଷଦର କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ପରିଷଦର ବାର୍ଷିକ ଅନୁଦାନକୁ…
ଗାଡି ସାଇଡମରା ପାଇଁ ହୋଇଥିଲା ଗୋଡାଇ ଗୋଡାଇ ଛୁରାମାଡ – ୧୦ ଜଣଙ୍କୁ ଗିରଫ କଲା ପୁଲିସ ଅନୁଗୁଳ – ଗତ ଦୁଇ ଦିନ ତଳେ ଅନୁଗୁଳ ସହରରେ ଯୁବକଙ୍କୁ ଗୋଡାଇ ଗୋଡାଇ ଛୁରା ମାଡ ଘଟଣାର ପର୍ଦାଫାସ କରିଛି ପୁଲିସ । ଗାଡି ସାଇଡମରା…