ଆଞ୍ଚଳିକ ବାରହା ଆକ୍ରମଣରେ ଜଣେ ମୃତ Angul OnlineSeptember 13, 2022September 13, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ମାଣିକଯୋଡି ପଞ୍ଚାୟତ କୂଳସର ଗାଁ ନିକଟ ଜଙ୍ଗଲରେ ବାରହା ଆକ୍ରମଣରେ ନୋଦ ନାଏକ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ବିନୋଦ ଅନ୍ୟ ଜଣଙ୍କ ସହ ଘର ପାଖ ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିବା ବେଳେ ହଠାତ ଏକ ଦନ୍ତା ବାରହା ଆକ୍ରମଣ କରିଥିଲା । ବାରହା ଆକ୍ରମଣ କରି ବିନୋଦଙ୍କ ସାରା ଦେହକୁ ଦାନ୍ତରେ କାଟି କ୍ଷତ ବିକ୍ଷତ କରିଦେଇଥିଲା । ସଙ୍ଗରେ ଯାଇଥିବା ଅନ୍ୟ ବ୍ୟକ୍ତି ଜଣଙ୍କ ଦଉଡି ଗାଁରେ ଖବର ଦେଇଥିଲେ । ଖବରପାଇ ଗାଁ ଲୋକେ ଘଟଣା ସ୍ଥଳରେ ପହଞ୍ଚି ବିନୋଦଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । Advertisement
ଲାବୋରେଟାରୀ ଟେକ୍ନିସିଆନଙ୍କ କଳାବ୍ୟାଜ ପରିଧାନ ଅନୁଗୁଳ – ଅନୁଗୁଳ ମେଡିକାଲ ଲାବୋରେଟାରୀ ଟେକ୍ନିସିଆନ ସଂଘ ପକ୍ଷରୁ ବିଭିନ୍ନ ଦାବୀ ନେଇ ରବିବାରଠାରୁ କଳା ବ୍ୟାଜ୍ ପିନ୍ଧିଛନ୍ତି । କ୍ୟାଡର ରୁଲ୍ ରେ ପରିବର୍ତ୍ତନ,…
ଭାକସିନ ସୁରକ୍ଷା ନିମନ୍ତେ କୋଶଳା ସିଏଚସିକୁ ଇନଭର୍ଟର ପ୍ରଦାନ ଅନୁଗୁଳ – ଅନୁଗୁଳ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନର ଏକ ଦାୟିତ୍ଵ ସଂପନ୍ନ ସହଯୋଗୀ ଭାବରେ ଜେଏସପି ଫାଉଣ୍ଡେସନ ପକ୍ଷରୁ କୋଶଳା ଗୋଷ୍ଠୀଗତ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିମ୍ନ ଭୋଲ୍ଟ…
ଜାତୀୟ ପ୍ରେସ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ – ବିଭିନ୍ନ କ୍ଷେତ୍ରର ବ୍ୟକ୍ତିତ୍ୱ ହେବେ ସମ୍ବର୍ଦ୍ଧିତ ତାଳଚେର – ଚଳିତ ବର୍ଷ ଜାତୀୟ ପ୍ରେସ ଦିବସ ପାଳନ ପାଇଁ ତାଳଚେର ୱାର୍କିଙ୍ଗ ଜର୍ଣାଲିଷ୍ଟସ୍ ଆସୋସିଏସନ୍ ତରଫରୁ ଶୁକ୍ରବାର ଦେଉଳବେଡାସ୍ଥିତ ମଙ୍ଗଳମ ଅଫିସର୍ସ କ୍ଳବରେ ଏକ…