ଆଞ୍ଚଳିକ ବାରହା ଆକ୍ରମଣରେ ଜଣେ ମୃତ Angul OnlineSeptember 13, 2022September 13, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ମାଣିକଯୋଡି ପଞ୍ଚାୟତ କୂଳସର ଗାଁ ନିକଟ ଜଙ୍ଗଲରେ ବାରହା ଆକ୍ରମଣରେ ନୋଦ ନାଏକ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ବିନୋଦ ଅନ୍ୟ ଜଣଙ୍କ ସହ ଘର ପାଖ ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିବା ବେଳେ ହଠାତ ଏକ ଦନ୍ତା ବାରହା ଆକ୍ରମଣ କରିଥିଲା । ବାରହା ଆକ୍ରମଣ କରି ବିନୋଦଙ୍କ ସାରା ଦେହକୁ ଦାନ୍ତରେ କାଟି କ୍ଷତ ବିକ୍ଷତ କରିଦେଇଥିଲା । ସଙ୍ଗରେ ଯାଇଥିବା ଅନ୍ୟ ବ୍ୟକ୍ତି ଜଣଙ୍କ ଦଉଡି ଗାଁରେ ଖବର ଦେଇଥିଲେ । ଖବରପାଇ ଗାଁ ଲୋକେ ଘଟଣା ସ୍ଥଳରେ ପହଞ୍ଚି ବିନୋଦଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । Advertisement
ବରିଷ୍ଠ ସମ୍ବାଦିକଙ୍କ ପରଲୋକ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ପ୍ରେସ କ୍ଲବର ପ୍ରତିଷ୍ଠାତା ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ସଚ୍ଚିଦାନନ୍ଦ ପ୍ରଧାନଙ୍କ ବୁଧବାର ପରଲୋକ ହୋଇ ଯାଇଛି । ମୃତ୍ୟୁ…
ଜରପଡାକୁ ବ୍ଲକ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡାକୁ ନୂତନ ବ୍ଲକ କରିବା ପାଇଁ ବହୁ ଦିନରୁ ଦାବି ହୋଇ ଆସୁଛି । ଏନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ ମଧ୍ଯ…
ଜାତୀୟ ରାଜପଥ ୫୫ କାଦୁଅ ପଚପଚ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ବର୍ତ୍ତମାନ ମରଣ ଯନ୍ତା ସାଜିଛି । ମୁଖ୍ୟତଃ ବଅଁରପାଳ ଠାରେ ରାସ୍ତାର ଅବସ୍ଥା ଦେଖିଲେ…