ଅପରାଧ ୩ ଲକ୍ଷ ୯୯ ହଜାର ଲୁଟିନେଲା ଅଜଣା ସାଇବର ଠକ Angul OnlineSeptember 29, 2022September 29, 2022 ତାଳଚେର – ସାଇବର ଲୁଟେରାଙ୍କୁ ଦୌରାତ୍ମ କମୁ ନାହିଁ । ଯାହା ଫଳରେ ପ୍ରାୟ ପ୍ରତ୍ୟେକ ଦିନ ଏହି ଲୁଟେରାଙ୍କ ଶିକାର ହେଉଛନ୍ତି ସାଧାରଣ ଲୋକ । ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳର ସୁଜିତ ନାମକ ଜଣେ ବ୍ୟକ୍ତି ଏହି ଠକଙ୍କ ହାବୁଡ଼ରେ ପଡି ପ୍ରାୟ ୪ ଲକ୍ଷ ଟଙ୍କା ହରାଇଛନ୍ତି । ସୂଚନା ଅନୁସାରେ ସୁଜିତଙ୍କର , ଆଇସିଆଇସିଆଇ ବ୍ୟାଙ୍କ୍ର ଏକ କ୍ରେଡିଟ୍ କାର୍ଡ ଥିଲା । ଯାହାକୁ ସେ ବ୍ୟବହାର କରୁ ନଥିଲେ । ତେବେ ଏକ ଅଜଣା ନମ୍ବରରୁ ସୁଜିତଙ୍କୁ ଏକ ଫୋନ ଆସିବା ସହ କ୍ରେଡିଟ୍ କାର୍ଡ କାହିଁକି ବ୍ୟବହାର କରୁ ନାହାନ୍ତି ବୋଲି ଅଜଣା ବ୍ୟକ୍ତି ପ୍ରଶ୍ନ କରିଥିଲା। ତାକୁ ବ୍ୟବହାର ନ କଲେ କିମ୍ବା ବନ୍ଦ ନ କରି ଦେଲେ ଆକାଉଣ୍ଟ୍ରୁ ଟଙ୍କା କଟିଯିବ ବୋଲି ସେହି ଅଜଣା ବ୍ୟକ୍ତି କହିଥିଲା । ନିଜକୁ ବ୍ୟାଙ୍କର କର୍ମଚାରୀ ପରିଚୟ ଦେଇ ଥିବାରୁ ସୁଜିତ ତା କଥାକୁ ବିଶ୍ବାସ କରିବା ସହ କ୍ରେଡିଟ୍ କାର୍ଡକୁ ବନ୍ଦ କରିବାକୁ ଚାହିଁଥିଲେ । ଏହାପରେ ଅଜଣା ବ୍ୟକ୍ତି ସୁଜିତଙ୍କୁ ଏକ ଲିଙ୍କ ପଠାଇଥିଲା ଏବଂ ନିର୍ଦେଶ ଅନୁଯାୟୀ ଲିଙ୍କ ପୂରଣ କରିବାକୁ କହିଥିଲା । ଏହାର କିଛି ସମୟ ପରେ ତାଙ୍କ କାର୍ଡରୁ ତିନି ଥରରେ ୩ ଲକ୍ଷ ୯୯ ହଜାର ଟଙ୍କା କଟି ଯାଇଥିଲା । ପ୍ରଥମ ଥର ଦେଢ଼ ଲକ୍ଷ ଏବଂ ଦ୍ବିତୀୟ ଥର ୯୯ ହଜାର ଏବଂ ତୃତୀୟ ଥର ଦେଢ଼ ଲକ୍ଷ ଟଙ୍କା କଟିବା ପରେ ସୁଜିତ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଏହାପରେ ଏ ସମ୍ପର୍କରେ ସୁଜିତ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାରେ ଏକ ମାମାଲା ରୁଜୁ କରି ତଦନ୍ତ କରୁଛି । Advertisement
ଡିଜେଲ ଚୋରକୁ ବାନ୍ଧି ନିର୍ଧୂମ ଛେଚିଲେ ଲୋକ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଖଣି ଅଞ୍ଚଳରେ ଛିଡା ହେଉଥିବା ଟ୍ରକ ଗୁଡିକରୁ ବାରମ୍ବାର ଡିଜେଲ , ବ୍ୟାଟେରୀ , କିମ୍ବା ଅନ୍ୟ ଯନ୍ତ୍ରାଂଶ ଅନେକ…
୬ ଲକ୍ଷ ଟଙ୍କା ମୂଲ୍ଯର ବ୍ରାଉନସୁଗାର ଜବତ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜ଼ିଲ୍ଲା ଅବକାରୀ ବିଭାଗକୁ ମିଳିଛି ସଫଳତା । ୬୦ଗ୍ରାମ ବ୍ରାଉନ ସୁଗାର ଜବତ ସହ ଜଣକୁ ଗିରଫ କରିଛି ବିଭାଗ । ସୂଚନା…
ଡ୍ରେନ ସଫେଇକୁ ନେଇ ଉତ୍ତେଜନା – ଗାଁ ମଝିରେ ବୁଲିଲା ଟାଙ୍ଗିଆ(ଭିଡିଓ) ଛେଣ୍ଡିପଦା – ରାସ୍ତା ମଝିରେ ବୁଲେଇଲା ଟାଙ୍ଗିଆ । ଭୟଭୀତ ହୋଇ ବିଳମ୍ବିତ ରାତିରେ ଥାନାର ଦ୍ଵାରସ୍ଥ ହେଲେ ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି…