ଆଞ୍ଚଳିକ ଆୟୁର୍ବେଦ ଦିବସ ପାଳିତ Angul OnlineOctober 25, 2022October 25, 2022 ତାଳଚେର – ତାଳଚେର ଥର୍ମାଲ ଆଶାଲୋକ ଚିକିତ୍ସାଳୟ ଓ ଏନ ଟି ପି ସି/ ଟି ଟି ପି ଏସ ଦ୍ୱାରା ଡି ଏ ଭି ସ୍କୁଲ ଟି ଟି ହାଇ ସ୍କୁଲ ପରିସରରେ ପିଲାମାନଙ୍କୁ ନେଇ ଜାତୀୟ ଆୟୁର୍ବେଦ ଦିବସ ପାଳନ କରାଯାଇଛି । ଏଥିରେ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଆଶାଲୋକ ଚିକତ୍ସାଳୟର ମୁଖ୍ୟ ଚିକିତ୍ସା ଅଧିକାରୀଣୀ ଡା ଭାରତୀ ସିଂହ ଓ ମୁଖ୍ୟ ବକ୍ତା ଭାବେ ଡା ଶାନ୍ତନୁ କୁମାର ସାହୁ, ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗିରିଜା ଶଙ୍କର ମିଶ୍ର ଓ ଗୋପୀନାଥ ସାରଙ୍କ ସହିତ ସ୍କୁଲର ସମସ୍ତ କର୍ମଚାରୀ ତଥା ଡାକ୍ତରଖାନାର କର୍ମଚାରୀ ମାନେ ଯୋଗ ଦେଇଥିଲେ । ଏଥିରେ ଜାତୀୟ ଆୟୁର୍ବେଦ ଦିବସ ସମ୍ପର୍କରେ ଆଲୋଚନା କରାଯାଇଥିଲା । ହର ଦିନ ହର ଘର ଆୟୁର୍ବେଦ ବିଷୟବସ୍ତୁକୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ମୁଖ୍ୟତଃ ଆୟୁର୍ବେଦ ଆହାର ଓ ଦିନଚର୍ଯ୍ୟା ବିଷୟରେ ଡା ସାହୁ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ । କେତେକ ଔଷଧୀୟ ବୃକ୍ଷ ତଥା ଘୃତ କୁମାରୀ, ଡାଲଚିନି, ଅଁଳା, ପୋଦିନା , ପିପଳି ଓ ରକ୍ତ ଚନ୍ଦନର ଔଷଧୀୟ ଗୁଣ ଓ ବ୍ୟବହାର ବିଷୟରେ ଆଲୋଚନା କରାଯାଇଛି । Advertisement
କେନାଲରୁ ଜଣଙ୍କର ଓ ଡ୍ରେନରୁ ଜଣଙ୍କର ମୃତଦେହ ଉଦ୍ଧାର ଅନୁଗୋଳ – ଅନୁଗୋଳ ଜିଲ୍ଲା ତାଳଚେରର ଏକ କେନାଲରୁ ଜଣଙ୍କର ମୃତଦେହ ଉଦ୍ଧାର କରା ଯାଇଥିବା ବେଳେ ଜରପଡା ଥାନା ତୁକୁଡାର ଏକ ଡ୍ରେନରୁ ଆଉ ଜଣଙ୍କର…
ବର୍ତ୍ତମାନ ସରକାରରେ ଜନସେବାକୁ ଅଗ୍ରାଧିକାର ମିଳିଛି – ଧର୍ମେନ୍ଦ୍ର ଛେଣ୍ଡିପଦା – ବର୍ତ୍ତମାନ ସରକାରରେ ଜନସେବାକୁ ଅଗ୍ରାଧିକାର ମିଳିଛି । ଲୋକଙ୍କ ଅଧିକାରକୁ ସୁରକ୍ଷା ଦେବା ସହ ସେମାନଙ୍କ ମୌଳିକ ସମସ୍ୟାର ସମାଧାନ ତ୍ବରିତ ପଦକ୍ଷେପ ନିଆଯାଉଛି…
ହାତୀ ପାଇଁ ସମୀକ୍ଷା କଲେ ଜଙ୍ଗଲ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଅନୁଗୁଳ – ଅନୁଗୁଳ ଜିଲ୍ଲାର ହାତୀ ଉପଦ୍ରବ୍ୟ ଓ ବୃକ୍ଷ ରୋପଣ ନେଇ ରାଜ୍ୟ ପଞ୍ଚାୟତିରାଜ , ଜଙ୍ଗଲ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରଦୀପ…