ଅପରାଧ ଚାନ୍ଦା ଆଦାୟ ଅଭିଯୋଗରେ ୫ ଗିରଫ Angul OnlineNovember 1, 2022November 1, 2022 ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ଜରାସିଂହା ଗାଁରେ ଜୋର ଜବରଦସ୍ତ ଚାନ୍ଦା ଆଦାୟ ଅଭିଯୋଗରେ ୫ ଜଣ ଯୁବକଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ , ସୋମବାର ବିଳମ୍ବିତ ରାତିରେ ଅନୁଗୁଳ-ଛେଣ୍ଡିପଦା ରାଜ୍ୟ ରାଜପଥ ୬୩ର ଜରାସିଂହା ତାରିଣୀ ମନ୍ଦିର ସାମ୍ନାରେ ୫ ଜଣ ଯୁବକ ମାରଣାସ୍ତ୍ର ଧରି ଜେଏସପିଏଲକୁ ଯାଉଥିବା ଟ୍ରକ୍ ଓ ଅନ୍ୟାନ୍ୟ ଗାଡି ଗୁଡିକୁ ଅଟକାଇ ଜୋର ଜବରଦସ୍ତ ଭାବରେ କାର୍ତ୍ତିକେଶ୍ବର ପୂଜା ନାଁରେ ଚାନ୍ଦା ଆଦାୟ କରୁଥିଲେ । ଏହି ଖବର ପୁଲିସ ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ଏବଂ ସେଠାରେ ଚାନ୍ଦା ଆଦାୟ କରୁଥିବା ଜରାସିଂହା ଗାଁର ବିଗ୍ନେଶ ବେହେରା , ତରୁଣ ନାଏକ , ରାକେଶ ନାଏକ , ଦୀପକ ବେହେରା ଓ ଅନିଲ ନାଏକଙ୍କୁ କାବୁ କରି ନେଇଥିଲା । ଜାଞ୍ଚ ବେଳେ ସେମାନଙ୍କଠାରୁ ଗୋଟିଏ ଖଣ୍ଡା , ଗୋଟିଏ ଭୂଜାଲୀ , ୧୬ ଶହ ଟଙ୍କା , ପୂଜା ଚାନ୍ଦା ରସିଦ ବହି ଜବତ କରା ଯାଇଥିଲା । ପୁଲିସ ସେମାନଙ୍କୁ ଥାନାକୁ ନେବା ସହ ଏ ନେଇ ଏକ ମାମଲା ରୁଜୁକରି ଚାନ୍ଦା ଆଦାୟ ଅଭିଯୋଗରେ ଏହି ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଲକ୍ଷେ ଦେଲେ ଅଧିକ ୨୫ ହଜାର ମଳିବାର ଲୋଭ ଦେଖାଇ ଦୁଇ ଲକ୍ଷ ଟଙ୍କା ଠକେଇ ଅନୁଗୋଳ – ପାଞ୍ଚ ଶହ ଟଙ୍କିଆ ନୋଟ ଏକ ଲକ୍ଷ ଦେଲେ ପ୍ରତିବଦଳରେ ଏକ ଲକ୍ଷ ୨୫ ହଜାର ଟଙ୍କା ଦେବାର ପ୍ରଲୋଭନ ଦେଖାଇ ନୋଟ ବଦଳରେ…
ସାଙ୍ଗର ଛୁରା ମାଡରେ ସାଙ୍ଗ ଗୁରୁତର ପାଲଲହଡା – ସାଙ୍ଗର ଛୁରା ମାଡରେ ଆଉଜଣେ ସାଙ୍ଗ ଗୁରୁତର । ଏଭଳି ଘଟଣା ଅନଗୁଳ ଜିଲ୍ଲା ପାଳଲହଡା ଥାନା ୪୯ ନମ୍ବର ଜାତୀୟ ରାଜପଥ ମୁକ୍ତାପୁର…
ବ୍ୟବସାୟୀଙ୍କଠାରୁ ୭ ଲକ୍ଷ ଲୁଟିନେଲେ ସାଇବର ଲୁଟେରା ଅନୁଗୁଳ – ଅନୁଗୁଳ ଜିଲ୍ଲା ଏଫ ସି ଆଇ ନିଉ ମାର୍କେଟର ଜଣେ ବ୍ୟବସାୟୀଙ୍କ ଠାରୁ ଥର ଥର କରି ୭ ଲକ୍ଷ ୧୨ ହଜାର ଟଙ୍କା…