ମୁଖ୍ୟ ଖବର ଟାମଡ଼ା ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଅବନୀ Angul OnlineNovember 3, 2022November 3, 2022 ଅନୁଗୁଳ – ଅକ୍ଟୋବର ମାସ ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଳଚେର-ଅନୁଗୁଳ-ମେରାମଣ୍ଡଳୀ (ଟାମଡା) ଅଧ୍ୟକ୍ଷ ଭାବେ ଅବନୀକାନ୍ତ ସାହୁଙ୍କ ନାଁ ଘୋଷଣା କରିଥିଲେ । ତେବେ ସେ ବିଧିବଦ୍ଧ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ଅନୁଗୁଳ ବିଜୁ ମୈଦାନ ଠାରୁ ସେ ଶତାଧିକ ସମର୍ଥକଙ୍କ ଗହଣରେ ଆସି ଟାମଡ଼ା କାର୍ଯ୍ୟାଳୟରେ ପହଞ୍ଚି ଏହି ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ଦାୟିତ୍ୱ ଗ୍ରହଣ ସମୟରେ ବିଜୁ ଯୁବ ଜନତା ଦଳ , ବିଜୁ ଜନତା ଦଳ ତରଫରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରା ଯାଇଥିଲା ।ଅନୁଗୁଳରେ ସେ ପହଞ୍ଚିବା ପରେ ବିଜେଡି କର୍ମୀ ଓ ସମର୍ଥକଙ୍କ ଗହଣରେ ବିଜୁ ମୈଦାନ ଯାଇ ସେଠାରେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ଥିଲେ । ପରେ ବାଜା ବାଣ ବଜାଇ ସମର୍ଥକ ମାନେ ଶୋଭାଯାତ୍ରାରେ ଟାମଡା କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ । ଆଜି ଦାୟିତ୍ୱ ଗ୍ରହଣ ଅବସରରେ ଉପ ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ, ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ,ବିଜେଡି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମହେନ୍ଦ୍ର ବସ୍ତିଆ, ସୁଜିତ ପ୍ରସାଦ ଦ୍ବିବେଦୀ , ଅଜିତ ପ୍ରସାଦ ଦ୍ବିବେଦୀ , ଯୁବ ବିଜେଡି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନ, କଣିହାଁ ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ରାମକୃଷ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । https://angulonline.com/odia/wp-content/uploads/2022/11/VID-20221103-WA0004.mp4 Advertisement
ସରକାରୀ ଅର୍ଥ ଆତ୍ମସାତ ମାମଲାରେ ପୂର୍ବତନ ଭିଜିଲାନ୍ସ ଡିଏସ୍ପିଙ୍କୁ ୫ ବର୍ଷ ଜେଲ୍ ଅନୁଗୋଳ: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଅନୁଗୋଳର ପୂର୍ବତନ ଭିଜିଲାନ୍ସ ଡିଏସ୍ପି ଗୌତମ କୁମାର ମଲ୍ଲିକଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା…
ଅଧ୍ୟକ୍ଷ-କାଉନସିଲରଙ୍କ ମଧ୍ୟରେ ହାତାହାତି, ଥାନାରେ କୋଳାକୋଳିରେ ସରିଲା ବିବାଦ ତାଳଚେର – ତାଳଚେର ପୌରପାଳିକାରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୱାର୍ଡରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବାକୁ ନେଇ ପୌରାଧ୍ୟକ୍ଷ ଓ ଜଣେ କାଉନସିଲରଙ୍କ ମଧ୍ୟରେ…
ଟ୍ରକ ଧକ୍କାରେ ଜଣେ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପବିତ୍ର ମୋହନ ଛକ ନିକଟରେ ଏକ ଟ୍ରକ ଧକ୍କାରେ ଜଣେ ମୋଟରସାଇକେଲ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ…