ମୁଖ୍ୟ ଖବର ଅଙ୍ଗନୱାଡି ଚାଉଳ ହେରଫେର – ଏଜେଣ୍ଟଙ୍କ ବିରୁଦ୍ଧରେ ଅଭିଯୋଗ Angul OnlineNovember 4, 2022November 4, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଅଙ୍ଗନୱାଡି ଚାଉଳ ହେରଫେର ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଅଙ୍ଗନୱାଡି କେନ୍ଦ୍ର ପାଇଁ ଆସୁଥିବା ଚାଉଳ ଯୋଗାଣରେ ଦୁଇ ଜଣ ଟ୍ରାନ୍ସପୋର୍ଟ ଏଜେଣ୍ଟଙ୍କ ହେରଫେର କରିଥିବା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅନୁଗୁଳ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ୨୦୧୬ – ୧୭ ଓ ୨୦୧୮ – ୧୯ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ସପ୍ଲିମେଣ୍ଟାରୀ ନ୍ୟୁଟିସନାଲ ପ୍ରୋଗ୍ରାମରେ ଅଙ୍ଗନୱାଡି କେନ୍ଦ୍ର ଗୁଡିକୁ ଚାଉଳ ଯୋଗାଣ ହୋଇଥିଲା । ଦୁଇଜଣ ଟ୍ରାନ୍ସପୋର୍ଟ ଏଜେଣ୍ଟ ଦେବାଶିଷ ଥମ୍ବ ଓ ଘନଶ୍ୟାମ ସାହୁ ଗୋଦାମରୁ ଚାଉଳ ଉଠାଇଥିଲେ । ତେବେ ଅଡିଟ ବେଳେ ଚାଉଳ ପାଇଁ ଦିଆ ଯାଇଥିବା ସ୍ଲିପ ଗୁଡିକ ମଧ୍ୟରେ ତାଳମେଳ ନ ଥିବାରୁ ଚାଉଳ ହେରାଫେରି କଥା ପଦାକୁ ଆସିଥିଲା । ଦୁଇ ଏଜେଣ୍ଡ ମିଶି ପ୍ରାୟ ୧୯୪୭.୧୧ କିଣ୍ଡାଲ ଚାଉଳ ହେରାଫେରି ହୋଇଥିବା ଜଣାପଡିଛି । ହେରଫେର ହୋଇଥିବା ଚାଉଳର ବଜାର ମୂଲ୍ୟ ପ୍ରାୟ ୧୪ ରୁ ୧୫ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡ଼ିଛି । ଏତେ ପରିମାଣର ଚାଉଳ ହେରଫେର ହୋଇଥିବା ଜଣା ପଡିବା ପରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଥାନାରେ ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗ କରିଛନ୍ତି । Advertisement
ସ୍କୁଲ ଡ୍ରାଇଭରଙ୍କୁ ମାଡ଼ – ସ୍କୁଲ ଅଧ୍ୟକ୍ଷଙ୍କ ନାମରେ ସାଂଘାତିକ ଅଭିଯୋଗ ଅନୁଗୋଳ – ସ୍କୁଲ ଗାଡ଼ି ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ । ଅଭିଯୋଗ ଖୋଦ୍ ସ୍କୁଲ ଅଧ୍ୟକ୍ଷ ଓ ସୁରକ୍ଷାକର୍ମୀଙ୍କ ନାମରେ ଆସିଛି । ହାତ ଗୋଡ଼…
ଟ୍ରକ ଧକ୍କାରେ ଜଣେ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପବିତ୍ର ମୋହନ ଛକ ନିକଟରେ ଏକ ଟ୍ରକ ଧକ୍କାରେ ଜଣେ ମୋଟରସାଇକେଲ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ…
ଦିନରେ ଗଲା ଜୀବନ , ରାତିରେ ଲୁଟିନେଲେ ଧନ ଅନୁଗୁଳ – କୁହାଯାଏ ଦୁଃଖ ଯେତେବେଳେ ଆସେ ପଛକୁ ପଛ ଆସେ । ଏମିତି ଏକ ଘଟଣା ଘଟିଛି ଲକ୍ଷ୍ମୀପ୍ରିୟାପୁର ଗାଁର ବିଜୟ ସାହୁଙ୍କ ପରିବାର ଉପରେ…