ମୁଖ୍ୟ ଖବର ନ୍ୟାୟ ପାଇଁ ସ୍ୱାମୀ ଘର ଆଗରେ ସ୍ତ୍ରୀର ଧାରଣା Angul OnlineNovember 20, 2022November 20, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୁକୁରପଟା ଗାଁ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ନ୍ୟାୟ ଅପେକ୍ଷାରେ ୩ ଦିନ ହେବ ସ୍ୱାମୀ ଘରର ମୁଖ୍ୟ ଫାଟକ ସମୁଖରେ ଜଗିରହିଛି ସ୍ତ୍ରୀ । ଘଟଣାରୁ ପ୍ରକାଶ ବରପଦା ଗାଁର ଝିଅ ରୋଜିଲି ଦେହୁରୀ ୭ବର୍ଷ ତଳେ କୁକୁରପେଟା ଗ୍ରାମର ଅନିଲ୍ କୁମାର ସାହୁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହର କିଛି ବର୍ଷପରେ ଶଶୁର ଘର ଲୋକେ ରୋଜାଲିକୁ ଯୈାତୁକ ନିର୍ଯ୍ୟାତନା ଦବା ସହ ଟଙ୍କା ପାଇଁ ସ୍ତ୍ରୀକୁ ଘରୁ ବାହାର କରି ଦେଇଥିଲେ । ଏ ନେଇ ମହିଳା ଜଣଙ୍କ ଗ୍ରାମ ଓ କୃଷକ ସମାଜରେ ଏହାର ସମାଧାନ କରାଯାଇଥିଲେ ମଧ୍ୟ କୈାଣସି ନ୍ୟାୟ ନ ମିଳିବାରୁ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ପୁଲିସ ଏକ ମାମଲା ରୁଜୁ କରି ଚୁପ ରହିଥିବା ବେଳେ ଏବେ ଅଦାଲତରେ ମାମାଲା ବିଚରାଧିନ ରହିଛି । ଏହାପରେ ମହିଳା ଜଣକ ନିରାଶ ହେବାପରେ ଗ୍ରାମର ସାମାଜିକ ବୈଠକରେ ଅଭିଯୋଗ କରିଥିଲେ । ଫଳରେ ଆପୋଷ ସମାଧାନ ମଧ୍ୟରେ ଚୁକ୍ତିନାମା ହୋଇଥିବା ମହିଳା ଜଣଙ୍କ ଆଣିଥିବା ବାପଘର ସମ୍ପତ୍ତି ଶଶୁର ଘର ଲୋକ ଫେରସ୍ତ କରିବେ ଅଥବା ନିଜଘରେ ରହିବାକୁ ମହିଳାଙ୍କୁ ଗୋଟିଏ ଘର ଦେବେ ବୋଲି ନିଷ୍ପତି କରାଯାଇଥିଲା । କିନ୍ତୁ ଏହାକୁ ସ୍ବାମୀ ଅନିଲ୍ ମାନିନଥିଲେ ଏବଂ ସେ କିଛି ମାସ ତଳେ ଦ୍ୱିତୀୟ ପତ୍ନୀ ଗ୍ରହଣ କରିଥିବା ଖବର ପାଇ ପ୍ରଥମ ପତ୍ନୀ କୁକୁରପେଟା ଗ୍ରାମକୁ ଆସି ଅନିଲଙ୍କ ଘର ସମୁଖରେ ନ୍ୟାୟ ଦାବିରେ ୩ହେବ ନ୍ୟାୟ ଦାବିରେ ଧାରଣାରେ ବସିଛିନ୍ତି । ଏହା ଦେଖି ଶଶୁର ଘର ଲୋକେ ଘରେ ତାଲା ପକାଇ ଫେରାର ହୋଇଯାଇଥିବା ବେଳେ ସ୍ତ୍ରୀ ନ୍ୟାୟ ଅପେକ୍ଷାରେ ଘର ସମ୍ମୁଖରେ ବସି ରହିଛି । Advertisement
ଗ୍ୟାସ ଏଜେନ୍ସିରେ ଅଗ୍ନିକାଣ୍ଡ – ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ଅନୁଗୋଳ – ଅନୁଗୋଳ କୁମଣ୍ଡ ଭଣ୍ଡୁବର ନିକଟରେ ଗ୍ୟାସ ଏଜେନ୍ସିରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡ ଫଳରେ ଏକ ମୋଟରସାଇକେଲ ସମେତ ଜଳିଗଲା ଜରୁରୀ…
ଚାକିରୀରୁ ବେଆଇନ ବହିଷ୍କାର ବିରୁଦ୍ଧରେ ଆମରଣ ଅନଶନ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ ଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୩ ଜଣ ଯୁବକ ଆମରଣ ଅନଶନରେ ବସିଛନ୍ତି । ସେମାନଙ୍କୁ ଚାକିରୀରୁ ବେଆଇନ ଭାବେ…
ସାତକୋଶିଆ କୋର ଏରିଆରେ ରାତ୍ରି ଭ୍ରମଣ କରି ବନ୍ୟଜନ୍ତୁଙ୍କ ଭିଡିଓ ଉତ୍ତୋଳନ – ଅନୁମତି ଦେଉଛି କିଏ ? ଅନୁଗୁଳ – ବନ୍ଯଜୀବ ସଂରକ୍ଷଣ ଆଇନ ଓ NTCA ଗାଇଡଲାଇନ୍ ଅନୁଯାୟୀ ବ୍ଯାଘ୍ର ସଂରକ୍ଷଣ ଅଂଚଳ (Tiger Reserve) ରେ ରାତ୍ରୀ ଭ୍ରମଣ ବା night safari…