ମୁଖ୍ୟ ଖବର ନ୍ୟାୟ ପାଇଁ ସ୍ୱାମୀ ଘର ଆଗରେ ସ୍ତ୍ରୀର ଧାରଣା Angul OnlineNovember 20, 2022November 20, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୁକୁରପଟା ଗାଁ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ନ୍ୟାୟ ଅପେକ୍ଷାରେ ୩ ଦିନ ହେବ ସ୍ୱାମୀ ଘରର ମୁଖ୍ୟ ଫାଟକ ସମୁଖରେ ଜଗିରହିଛି ସ୍ତ୍ରୀ । ଘଟଣାରୁ ପ୍ରକାଶ ବରପଦା ଗାଁର ଝିଅ ରୋଜିଲି ଦେହୁରୀ ୭ବର୍ଷ ତଳେ କୁକୁରପେଟା ଗ୍ରାମର ଅନିଲ୍ କୁମାର ସାହୁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହର କିଛି ବର୍ଷପରେ ଶଶୁର ଘର ଲୋକେ ରୋଜାଲିକୁ ଯୈାତୁକ ନିର୍ଯ୍ୟାତନା ଦବା ସହ ଟଙ୍କା ପାଇଁ ସ୍ତ୍ରୀକୁ ଘରୁ ବାହାର କରି ଦେଇଥିଲେ । ଏ ନେଇ ମହିଳା ଜଣଙ୍କ ଗ୍ରାମ ଓ କୃଷକ ସମାଜରେ ଏହାର ସମାଧାନ କରାଯାଇଥିଲେ ମଧ୍ୟ କୈାଣସି ନ୍ୟାୟ ନ ମିଳିବାରୁ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ପୁଲିସ ଏକ ମାମଲା ରୁଜୁ କରି ଚୁପ ରହିଥିବା ବେଳେ ଏବେ ଅଦାଲତରେ ମାମାଲା ବିଚରାଧିନ ରହିଛି । ଏହାପରେ ମହିଳା ଜଣକ ନିରାଶ ହେବାପରେ ଗ୍ରାମର ସାମାଜିକ ବୈଠକରେ ଅଭିଯୋଗ କରିଥିଲେ । ଫଳରେ ଆପୋଷ ସମାଧାନ ମଧ୍ୟରେ ଚୁକ୍ତିନାମା ହୋଇଥିବା ମହିଳା ଜଣଙ୍କ ଆଣିଥିବା ବାପଘର ସମ୍ପତ୍ତି ଶଶୁର ଘର ଲୋକ ଫେରସ୍ତ କରିବେ ଅଥବା ନିଜଘରେ ରହିବାକୁ ମହିଳାଙ୍କୁ ଗୋଟିଏ ଘର ଦେବେ ବୋଲି ନିଷ୍ପତି କରାଯାଇଥିଲା । କିନ୍ତୁ ଏହାକୁ ସ୍ବାମୀ ଅନିଲ୍ ମାନିନଥିଲେ ଏବଂ ସେ କିଛି ମାସ ତଳେ ଦ୍ୱିତୀୟ ପତ୍ନୀ ଗ୍ରହଣ କରିଥିବା ଖବର ପାଇ ପ୍ରଥମ ପତ୍ନୀ କୁକୁରପେଟା ଗ୍ରାମକୁ ଆସି ଅନିଲଙ୍କ ଘର ସମୁଖରେ ନ୍ୟାୟ ଦାବିରେ ୩ହେବ ନ୍ୟାୟ ଦାବିରେ ଧାରଣାରେ ବସିଛିନ୍ତି । ଏହା ଦେଖି ଶଶୁର ଘର ଲୋକେ ଘରେ ତାଲା ପକାଇ ଫେରାର ହୋଇଯାଇଥିବା ବେଳେ ସ୍ତ୍ରୀ ନ୍ୟାୟ ଅପେକ୍ଷାରେ ଘର ସମ୍ମୁଖରେ ବସି ରହିଛି । Advertisement
ହାତୀ ଆକ୍ରମଣରେ ମହିଳା ମୃତ ତାଳଚେର – ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ହେଲେ ହିଲୋଇ ଗାଁର ବଚନ ବେହେରା…
ଉଦଘାଟନ ହେବ ଅତ୍ୟାଧୁନିକ ବସ ଟର୍ମିନାଲ !! ଅନୁଗୁଳ – ବର୍ଷ ପରେ ବର୍ଷ ଗଡ଼ି ଚାଲିଛି । ହେଲେ ସରିବାର ନାଁ ନେଉନି ଅନୁଗୁଳରେ ବହୁ ପ୍ରତୀକ୍ଷିତ ଅତ୍ୟାଧୁନିକ ବସ୍ ଟର୍ମିନାଲ୍ କାର୍ଯ୍ୟ ।…
ଗ୍ୟାସ ଷ୍ଟୋଭ ମରାମତି ଦୋକାନରେ ଅଗ୍ନିକାଣ୍ଡ – ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ନଷ୍ଟ ଅନୁଗୁଳ – ଅନୁଗୁଳ ସହର ଶିକ୍ଷକପଡ଼ା ଇକୋ ପାର୍କ ସମ୍ମୁଖରେ ଥିବା ଏକ ଗ୍ୟାସ ଷ୍ଟୋଭ ମରାମତି ଦୋକାନରେ ଆଜି (ବୁଧବାର) ସନ୍ଧ୍ୟା ବେଳେ ଅଗ୍ନିକାଣ୍ଡ ଘଟି …