ମୁଖ୍ୟ ଖବର ଆମ୍ବୁଲାନ୍ସ ଭିତରୁ ନାଗସାପ ଉଦ୍ଧାର Angul OnlineNovember 28, 2022November 28, 2022 ଛେଣ୍ଡିପଦା – ଆମ୍ବୁଲାନ୍ସ ଗାଡି ଭିତରେ ନାଗ । ଉଦ୍ଧାର କରିବାକୁ ସର୍ପ ଉଦ୍ଧାରକାରୀଙ୍କୁ ନାକେଦମ ହେବାକୁ ପଡିଲା । ସୂଚନା ଅନୁସାରେ ଗାଁ ଗାଁ ବୁଲି ମାଗଣା ଚିକିତ୍ସା ଯୋଗାଇ ଦେଉଥିବା ଭ୍ରାମ୍ୟମାଣ ଚିକିତ୍ସା ସେବା ଗାଡି କୋଶଳା , ନାଣ୍ଡିଛୋଡ ଅଞ୍ଚଳରୁ ଫେରୁଥିଲା । ଜଙ୍ଗଲ ରାସ୍ତାରେ ଯାଉଥିବା ବେଳେ ଏକ ସାପ ରାସ୍ତା ପାର ହେଉଥିବା ଦେଖି ଗାଡିର ଚାଳକ ଗାଡିକୁ ଅଟକାଇ ଦେଇଥିଲେ । ତେବେ ସାପଟି ରାସ୍ତା ଅତିକ୍ରମ ନ କରି ଗାଡି ଭିତରେ ପଶି ଯାଇଥିଲା । ଏହା ଦେଖି ଗାଡ଼ିରେ ଥିବା କର୍ମଚାରୀ ମାନେ ଭୟଭୀତ ହୋଇ ଗାଡି ଛାଡି ସର୍ପ ଉଦ୍ଧାରକାରୀ ପୃଥ୍ୱୀରାଜ ଗଡନାୟକଙ୍କୁ ଖବର ଦେଇଥିଲେ । ପୃଥ୍ୱୀରାଜ ଘଟଣା ସ୍ଥଳରେ ପହଞ୍ଚି ଗାଡି ତଳେ ପଶି ପ୍ରାୟ ଅଢେଇ ଘଣ୍ଟା ପରିଶ୍ରମ କରିବା ପରେ ପ୍ରାୟ ୬ ଫୁଟ ଲମ୍ବର ନାଗ ସାପ ଗାଡିରୁ ଉଦ୍ଧାର କରିଥିଲେ । ପରେ ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ଜଙ୍ଗଲରେ ସାପଟିକୁ ଛାଡି ଦିଆ ଯାଇଥିଲା । Advertisement
ଅନୁଗୁଳ ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳାଫଳ ପ୍ରକାଶିତ ଅନୁଗୁଳ – ଅନୁଗୁଳ ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳାଫଳ ଶନିବାର ଦିନ ପ୍ରକାଶିତ ହୋଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଡ. ଗଙ୍ଗାଧର…
ଅନୁଗୁଳରୁ ଗଡିଲା ଅକ୍ସିଜେନ ଏକ୍ସପ୍ରେସ ଅନୁଗୁଳ – ଅନୁଗୁଳରୁ ଗଡିଲା ଅକ୍ସିଜେନ ଏକ୍ସପ୍ରେସ । ଆଜି ସକାଳୁ ଅନୁଗୁଳ ନିଶାସ୍ଥିତ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ରୁ ଅକ୍ସିଜେନ ଏକ୍ସପ୍ରେସ ବାହାରି ହରିୟାନା…
ଅବସରପ୍ରାପ୍ତ ଡିଭିଜନାଲ ମ୍ୟାନେଜରଙ୍କୁ କାରାଦଣ୍ଡାଦେଶ ଭୁବନେଶ୍ୱର – ଅନୁଗୋଳ ଜିଲ୍ଲା ଓଏଫଡ଼ିସିର ଅବସରପ୍ରାପ୍ତ ଡିଭିଜନାଲ ମ୍ୟାନେଜର ରସାନନ୍ଦ ପ୍ରଧାନ କଟକର ଏକ ସ୍ପେସିଆଲ କୋର୍ଟରେ ଦୋଷୀ ସାବସ୍ତ୍ୟ ହୋଇଛନ୍ତି । ଆୟ ବହିର୍ଭୁତ…