ମୁଖ୍ୟ ଖବର ଆମ୍ବୁଲାନ୍ସ ଭିତରୁ ନାଗସାପ ଉଦ୍ଧାର Angul OnlineNovember 28, 2022November 28, 2022 ଛେଣ୍ଡିପଦା – ଆମ୍ବୁଲାନ୍ସ ଗାଡି ଭିତରେ ନାଗ । ଉଦ୍ଧାର କରିବାକୁ ସର୍ପ ଉଦ୍ଧାରକାରୀଙ୍କୁ ନାକେଦମ ହେବାକୁ ପଡିଲା । ସୂଚନା ଅନୁସାରେ ଗାଁ ଗାଁ ବୁଲି ମାଗଣା ଚିକିତ୍ସା ଯୋଗାଇ ଦେଉଥିବା ଭ୍ରାମ୍ୟମାଣ ଚିକିତ୍ସା ସେବା ଗାଡି କୋଶଳା , ନାଣ୍ଡିଛୋଡ ଅଞ୍ଚଳରୁ ଫେରୁଥିଲା । ଜଙ୍ଗଲ ରାସ୍ତାରେ ଯାଉଥିବା ବେଳେ ଏକ ସାପ ରାସ୍ତା ପାର ହେଉଥିବା ଦେଖି ଗାଡିର ଚାଳକ ଗାଡିକୁ ଅଟକାଇ ଦେଇଥିଲେ । ତେବେ ସାପଟି ରାସ୍ତା ଅତିକ୍ରମ ନ କରି ଗାଡି ଭିତରେ ପଶି ଯାଇଥିଲା । ଏହା ଦେଖି ଗାଡ଼ିରେ ଥିବା କର୍ମଚାରୀ ମାନେ ଭୟଭୀତ ହୋଇ ଗାଡି ଛାଡି ସର୍ପ ଉଦ୍ଧାରକାରୀ ପୃଥ୍ୱୀରାଜ ଗଡନାୟକଙ୍କୁ ଖବର ଦେଇଥିଲେ । ପୃଥ୍ୱୀରାଜ ଘଟଣା ସ୍ଥଳରେ ପହଞ୍ଚି ଗାଡି ତଳେ ପଶି ପ୍ରାୟ ଅଢେଇ ଘଣ୍ଟା ପରିଶ୍ରମ କରିବା ପରେ ପ୍ରାୟ ୬ ଫୁଟ ଲମ୍ବର ନାଗ ସାପ ଗାଡିରୁ ଉଦ୍ଧାର କରିଥିଲେ । ପରେ ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ଜଙ୍ଗଲରେ ସାପଟିକୁ ଛାଡି ଦିଆ ଯାଇଥିଲା । Advertisement
ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାପୁଜୀ ମହାବିଦ୍ୟାଳୟ ପୋଲ ନିକଟରୁ ତିନି ଦିନ ପୂର୍ବରୁ ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି…
କରୋନା ତଥ୍ୟକୁ ନେଇ ସନ୍ଦେହ – ରହୁନି ତାଳମେଳ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନାର ସ୍ଥିତି କଣ ? ଆକ୍ରାନ୍ତ ଏବଂ ସୁସ୍ଥଙ୍କ ସଂଖ୍ୟା କେତେ ? ଏହାକୁ ନେଇ ବର୍ତ୍ତମାନ ଜିଲ୍ଲାବାସୀଙ୍କ ମଧ୍ୟରେ ସନ୍ଦେହ…
ଜଙ୍ଗଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ସାରୁଆଳି ଜଙ୍ଗଲରୁ ଜଣେ ୫୦ ବର୍ଷୀୟ ବୃଦ୍ଧଙ୍କ ମୃତଦେହ ଆଜି ଗାଁ ନିକଟସ୍ଥ ଜଙ୍ଗଲରୁ ଉଦ୍ଧାର ହୋଇଛି । ମୃତ ବୃଦ୍ଧ…