ମୁଖ୍ୟ ଖବର ଦୁର୍ଘଟଣାରେ ଆହତଙ୍କୁ ଡାକ୍ତରଖାନା ପହଞ୍ଚାଇଲେ ଉପଜିଲ୍ଲାପାଳ Angul OnlineDecember 27, 2022December 27, 2022 ଅନୁଗୁଳ – ଅନୁଗୁଳ ଉପ ଜିଲ୍ଲାପାଳଙ୍କ ମାନବିକତା । ବାଟରେ ଆସୁଥିବା ବେଳେ ଦୁର୍ଘଟଣା ହୋଇଥିବା ଦେଖି ନିଜ ଗାଡି ଅଟକାଇବା ସହ ଦୁର୍ଘଟଣାରେ ଆହତ ହୋଇଥିବା ୪ ଜଣଙ୍କୁ ନିଜ ଗାଡ଼ିରେ ବସାଇ ଡାକ୍ତରଖାନା ଆଣିଥିଲେ । ଆଉ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କରାଇଥିଲେ । ସୂଚନା ଅନୁସାରେ ଅନୁଗୁଳ ଉପ ଜିଲ୍ଲାପାଳ ବୈତୁରା ଦୀପ ଆଜି ତାଙ୍କ ସରକାରୀ ଗାଡ଼ିରେ ବଡ଼କେରା ଠାରେ ଥିବା ଧାନ ମଣ୍ଡି ତଦାରଖ କରିବାକୁ ଯାଇଥିଲେ । ତେବେ ସେଠାରୁ ଫେରୁଥିବା ବେଳେ ରନ୍ତଳେଇ ପାଖରେ ଏକ ଗାଈକୁ ଧକ୍କା ଦେଇ ଯାତ୍ରୀବାହୀ ଅଟୋଟିଏ ଓଲଟି ପଡିଥିଲା । ସେଥିରେ ଥିବା ବଡକେରା ଅଞ୍ଚଳର ସେବତୀ ସାହୁ(୪୦ବର୍ଷ) ଓ ଲକ୍ଷ୍ମୀପ୍ରିୟା ବେହେରା(୪୦ ବର୍ଷ ) , ମୁଷାପାପୁଲି ଅଞ୍ଚଳର ଗ୍ରାମର ଜିତାରାଣି ସାହୁ(୩୨ ବର୍ଷ) ତାଙ୍କ ଝିଅ ସାଲିନି ସାହୁ(୮ ବର୍ଷ) ଆହତ ହୋଇ ରାସ୍ତାରେ ପଡ଼ିଥିଲେ । ଉପ ଜିଲ୍ଲାପାଳ ବୈତୁରା ଦୀପ ଏହା ଦେଖି ତାଙ୍କ ଗାଡି ଅଟକାଇବା ସହ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ଚାରି ଜଣ ଆହତ ହୋଇଥିବା ଦେଖି ସେମାନଙ୍କୁ ନିଜ ଗାଡ଼ିରେ ବସାଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ । ଆଉ ଚିକିତ୍ସାଳୟରେ ଥିବା ଡାକ୍ତରଙ୍କ ସହ ଆଲୋଚନା କରି ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କରାଇଥିଲେ । ଉପ ଜିଲ୍ଲାପାଳଙ୍କ ଏଭଳି କାମ ଦେଖି ସାଧାରଣ ଲୋକ ବେଶ ପ୍ରଶଂସା କରିଛନ୍ତି । ନିଜକୁ ଭିଆଇପି ନ ଭାବି ନିଜର ମାନବିକତା ଦେଖାଇ ଏଭଳି ସାଧାରଣ ଲୋକଙ୍କୁ ସାହାଯ୍ୟ କରି ଡାକ୍ତରଖାନା ନେଇ ଆସିବା ସାଧାରଣରେ ବେଶ ଆଲୋଚନାର ବିଷୟ ପାଲଟିଛି । Advertisement
ନିଖୋଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଠାରେ ଥିବା ନକୁଳଚନ୍ଦ୍ର ମୁକ ବଧିର ବିଦ୍ୟାଳୟର ଜଣେ ନିଖୋଜ ଛାତ୍ରୀଙ୍କ ଆଜି ମୃତଦେହ ଉଧାର…
ଆମ୍ବୁଲାନ୍ସ ପାଖକୁ ରୋଗୀ ଆସୁ ଆସୁ ବାଟରେ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲାରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଗାଁକୁ ଆମ୍ବୁଲାନ୍ସ ଯାଇ ପାରି ନଥିବା ବେଳେ ଗାଁ ମୁଣ୍ଡରେ ଅଟକି…
କୂଅରେ ପଡିଥିବା ଶିଶୁକୁ ଉଦ୍ଧାର କରିବାକୁ ଯାଇ ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଶିମିଳିପାଳ ଗାଁରେ ଅଘଟଣ । କୂଅରେ ପଡିଥିବା ଶିଶୁକୁ ଉଦ୍ଧାର କରିବାକୁ ଯାଇ ଜଣଙ୍କର ମୃତ୍ୟୁ ହୋଇଛି ।…