ମୁଖ୍ୟ ଖବର ଉପ ବାଚସ୍ପତିଙ୍କ ଗାଡ଼ିରେ ଜାତୀୟ ପତାକାକୁ ଅସମ୍ମାନ Angul OnlineDecember 29, 2022December 29, 2022 ଅନୁଗୁଳ – ଅନୁଗୁଳ ବିଧାୟକ ତଥା ବିଧାନସଭା ଉପ ବାଚସ୍ପତି ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସାରି ବନ୍ତଳା ଅଭିମୁଖେ ଯାଉଥିବା ବେଳେ ପଞ୍ଚମହଲା ନିକଟରେ ତାଙ୍କ ଗାଡି ଦୁର୍ଘଟଣା ହୋଇଥିଲା । ଏକ ଟ୍ରକ ଉପ ବାଚସ୍ପତିଙ୍କ ଗାଡିକୁ ଧକ୍କା ଦେଇଥିବା ବେଳେ ଅଳ୍ପକେ ଉପ ବାଚସ୍ପତି ରଜନୀକାନ୍ତ ସିଂହଙ୍କ ସମେତ ଗାଡି ଡ୍ରାଇଭର ଓ ଅଙ୍ଗ ରକ୍ଷକ ରକ୍ଷା ପାଇଯାଇଥିଲେ । ତେବେ ଏହି ଘଟଣା ପରେ ଉପ ବାଚସ୍ପତି ଯାଉଥିବା ଗାଡ଼ିରେ ଲାଗିଥିବା ଜାତୀୟ ପତାକା ଓଲଟା ଲାଗିଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସାଧାରଣରେ ତୀବ୍ର ନିନ୍ଦା କରା ଯାଇଛି । ସାମ୍ବିଧାନିକ ପଦବୀରେ ରହିଥିବା ରଜନୀକାନ୍ତ ସିଂହଙ୍କ ଗାଡ଼ିରେ ଏଭଳି ଜାତୀୟ ପତାକାକୁ ଅସମ୍ମାନ କରିବା ଘଟଣାକୁ ସହଜରେ କେହି ଗ୍ରହଣ କରି ପାରୁ ନାହାନ୍ତି । Advertisement
ଏକ ତରଫା ପ୍ରେମରେ ବିଫଳ ହୋଇ ନାବାଳିକାର ତଣ୍ଟି କାଟି ହତ୍ଯା ଅନୁଗୋଳ – ଏକ ପାଖିଆ ପ୍ରେମ ପାଇଁ ହତ୍ୟାକାଣ୍ଡ । ଘରେ ପଶି ନାବାଳିକାର ତଣ୍ଟି କାଟି ହତ୍ୟା କଲା ଯୁବକ । ଏଭଳି ଘଟଣା ଅନୁଗୋଳ…
ଟ୍ରେନ ଧକ୍କାରେ ଖୁଡି-ପୁତୁରା ମୃତ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଜାମ୍ବୁନାଳୀ ଗାଁ ନିକଟରେ ଏକ ଅଘଟଣ ଘଟି ଯାଇଛି । ରେଳ ଧାରଣା ପାର ହେଉଥିବା ବେଳେ ଟ୍ରେନ…
୨ ଜଣଙ୍କୁ କଚାଡି ମାରିଲା ହାତୀ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆଜି ହାତୀ ଆକ୍ରମଣରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଅନୁଗୁଳ ପୁରୁଣାଗଡ ରେଞ୍ଜ ତଳଗଡ଼ ଗାଁରେ ଆଜି ଭୋରରେ ହାତୀ ଆକ୍ରମଣରେ…