ଅପରାଧ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟରୁ ଚୋରି କରି ଦୁଇ ଗିରଫ Angul OnlineJanuary 28, 2023January 28, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡସନ୍ତ୍ରୀ ଗ୍ରାମ ପଞ୍ଚାୟତରେ ନିର୍ମାଣ ହେଉଥିବା ଜାତୀୟ ରାଜପଥର ଲୁହା ରଡ଼ ଚୋରି ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ବଅଁରପାଳ ପୁଲିସ ଗିରଫ କରିଛି । ସୂଚନା ଅନୁସାରେ କିଛି ଦିନ ପୂର୍ବରୁ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟରୁ ଚୋରି ହେଉଥିବା ଜଣା ପଡିଥିଲା । ଏଥିପାଇଁ ପୁଲିସ ରାତିରେ ପେଟ୍ରୋଲିଂ କଡାକଡି କରିଥିବା ବେଳେ ଗଡସନ୍ତ୍ରୀ ଗ୍ରାମରେ କେତେ ଜଣ ଅଭିଯୁକ୍ତ ଚୋରି କାର୍ଯ୍ୟ କରୁଥିବା ଜାଣି ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ପୁଲିସ ଏନେଇ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିବା ବେଳେ ଆଜି ଗଡସନ୍ତ୍ରୀ ଗ୍ରାମରୁ ଦୁଇ ଅଭିଯୁକ୍ତକୁ କାବୁ କରି ପଚରା ଉଚରା କରିବା ବେଳେ ତାଙ୍କଠାରୁ ଏକ ହେକସ ଉଦ୍ଧାର କରିଥିଲେ । ଅଧିକ ପଚରାଉଚରା ବେଳେ ଚୋରି ବିଷୟରେ ସ୍ୱୀକାର କରିଥିଲେ । ଦୁଇ ଅଭିଯୁକ୍ତ ହେଲେ ଗଡସନ୍ତ୍ରୀ ପଞ୍ଚାୟତର ଭରତ ମାଝୀ, ବଟକୃଷ୍ଣ ସେଠୀ । ଉଭୟଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ମାନଙ୍କଠାରୁ ଚୋରି ସମାଗ୍ରୀ ଜବତ ମଧ୍ୟ କରାଯାଇଛି । Advertisement
ଥାନା ଅଧିକାରୀଙ୍କୁ ଗାଡି ଚପାଇ ହତ୍ୟା ଉଦ୍ୟମ – ପୁଲିସର ତଦନ୍ତ ଅନୁଗୁଳ – ଥାନା ଅଧିକାରୀଙ୍କୁ ରାତି ଅଧରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କରାଯାଇଛି । ଏମିତି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ସହରରେ । ପୁଲିସ…
ଗୋରୁ ବୋଝେଇ ଟ୍ରକ ଜବତ – ଦୁଇ ଗିରଫ ପାଲଲହଡା – ଟ୍ରକରେ ଗୋରୁ ଚୋରା ଚାଲାଣ ବେଳେ ଖବର ପାଇ ପାଲଲହଡା ପୁଲିସ ଚଢ଼ାଉ କରିଥିବା ବେଳେ ଟ୍ରକ ସହ ୨0 ଗୋରୁ ଜବତ କରିଛି…
୧୦ ଗ୍ରାମ ବ୍ରାଉନସୁଗାର ଜବତ ଜଣେ ଗିରଫ ଅନୁଗୋଳ – ଅନୁଗୋଳ ଅବକାରୀ ବିଭାଗକୁ ପୁଣି ଏକ ସଫଳତା ମିଳିଛି । ଅନେକଦିନ ହେଲା ଅବକାରୀ ବିଭାଗ ନଜରରେ ଥିବା ଜଣେ ବ୍ରାଉନସୁଗାର ବେପାରିକୁ ଶେଷରେ…