ମୁଖ୍ୟ ଖବର ତେଜୁଛି କୋଲ ୱାସେରୀ ବିବାଦ Angul OnlineFebruary 27, 2023February 27, 2023 ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଗ୍ଲୋବାଲ କୋଲ ୱାସେରିକୁ ନେଇ ବିବାଦ ତେଜିବାରେ ଲାଗିଛି । ଗତ ଦୁଇଦିନ ହେଲା ଏହାକୁ ପ୍ରଦୂଷଣର ଆଳ ଦେଖାଇ ବନ୍ଦ କରିବାକୁ ଗୋଟିଏ ଗୋଷ୍ଠୀ ଆନ୍ଦୋଳନ କରୁଥିବା ବେଳେ ଏହାକୁ ବନ୍ଦ ନ କରିବାକୁ ଦାବି କରି ଆଉ ଏକ ଗୋଷ୍ଠୀ ଆନ୍ଦୋଳନକୁ ଓଲ୍ହାଇ ଥିଲେ । ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଆଜି ତାଳଚେର ଘଣ୍ଟପଡା ବାସୀ ତଥା ସପକ୍ଷବାଦୀଙ୍କ ପକ୍ଷରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ରେଳରୋକ ଆନ୍ଦୋଳନ କରାଯାଇଛି । ଘଣ୍ଟପଡ଼ା ଠାରେ ସପକ୍ଷବାଦୀଙ୍କ ପକ୍ଷରୁ ଶତାଧିକ ମହିଳା ଓ ପୁରୁଷଙ୍କ ଦ୍ୱାରା କୋଇଲା ବୋଝେଇ ଟ୍ରେନ ବନ୍ଦ କରି ଆନ୍ଦୋଳନ କରିଛନ୍ତି । ଅନ୍ୟପଟେ ବିପକ୍ଷବାଦୀଙ୍କ ପକ୍ଷରୁ ପ୍ଲାଣ୍ଟ ସମ୍ମୁଖରେ ଧାରଣା ଦିଆଯାଇଛି । ଏହି ପ୍ଲାଣ୍ଟ ବନ୍ଦ ହେବା ଫଳରେ କମ୍ପାନୀ ରେ କାର୍ଯ୍ୟରତ ଶ୍ରମିକ ମାନେ ନିଜର ଜୀବନ ଜୀବିକା ହରାଇବାର ସମ୍ଭାବନା ରହିଛି । ଯାହାକୁ ନେଇ ଆଜି ଘଣ୍ଟପଡ଼ା ଠାରେ କୋଇଲା ବୋଝେଇ ଟ୍ରେନ ଚଳାଚଳକୁ ଶ୍ରମିକ ଓ ତାଙ୍କ ପରିବାର ପକ୍ଷରୁ ବନ୍ଦ କରାଯାଇଛି । ଘଟଣାସ୍ଥଳରେ ପ୍ରଶାସନ ପକ୍ଷରୁ ଆଲୋଚନା ଜାରି ରହିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଘଟଣା ସ୍ଥଳରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । Advertisement
ପୁଣି ଜିଲ୍ଲାରେ ନକଲି କାରଖାନା ଠାବ – ଏଥର ପାଟି ସୁଆଦ ଚିପସ ଆଉ କୁରକୁରେ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଗତ କିଛିଦିନ ତଳେ ନକଲି ଖାଇବା ତେଲ ଓ ପରେ ପରେ ନକଲି ଅଟା ଓ ହଳଦୀ କାରାଖାନା ଠାବ ହୋଇଥିଲା…
ବେଆଇନ ଭାବେ ନିର୍ମାଣ ସପିଙ୍ଗ ମଲକୁ ସିଲ କଲା ପ୍ରଶାସନ ଅନୁଗୁଳ – ଅନୁଗୁଳ ଶଙ୍କର ସିନେମା ରୋଡରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଏକ ସପିଙ୍ଗ ମଲକୁ ଆଜି ପ୍ରଶାସନ ପକ୍ଷରୁ ସିଲ କରା ଯାଇଛି ।…
ଅନ୍ଧବିଶ୍ଵାସର ଅନ୍ତ – ଶହ ଶହ ବର୍ଷ ପରେ ଗାଁରେ ପଡିଲା ପ୍ରଥମ ଛାତ ଆଠମଲ୍ଲିକ – ଛାତ ଘର ତିଆରି କଲେ ଗାଁ କୁ ବିପଦ ମାଡି ଆସିବ । ଗାଁ ଠାକୁରାଣୀ କୋପ କରିବେ ଏବଂ ଲୋକଙ୍କର ଅନିଷ୍ଟ ହେବ…