ମୁଖ୍ୟ ଖବର ତେଜୁଛି କୋଲ ୱାସେରୀ ବିବାଦ Angul OnlineFebruary 27, 2023February 27, 2023 ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଗ୍ଲୋବାଲ କୋଲ ୱାସେରିକୁ ନେଇ ବିବାଦ ତେଜିବାରେ ଲାଗିଛି । ଗତ ଦୁଇଦିନ ହେଲା ଏହାକୁ ପ୍ରଦୂଷଣର ଆଳ ଦେଖାଇ ବନ୍ଦ କରିବାକୁ ଗୋଟିଏ ଗୋଷ୍ଠୀ ଆନ୍ଦୋଳନ କରୁଥିବା ବେଳେ ଏହାକୁ ବନ୍ଦ ନ କରିବାକୁ ଦାବି କରି ଆଉ ଏକ ଗୋଷ୍ଠୀ ଆନ୍ଦୋଳନକୁ ଓଲ୍ହାଇ ଥିଲେ । ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଆଜି ତାଳଚେର ଘଣ୍ଟପଡା ବାସୀ ତଥା ସପକ୍ଷବାଦୀଙ୍କ ପକ୍ଷରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ରେଳରୋକ ଆନ୍ଦୋଳନ କରାଯାଇଛି । ଘଣ୍ଟପଡ଼ା ଠାରେ ସପକ୍ଷବାଦୀଙ୍କ ପକ୍ଷରୁ ଶତାଧିକ ମହିଳା ଓ ପୁରୁଷଙ୍କ ଦ୍ୱାରା କୋଇଲା ବୋଝେଇ ଟ୍ରେନ ବନ୍ଦ କରି ଆନ୍ଦୋଳନ କରିଛନ୍ତି । ଅନ୍ୟପଟେ ବିପକ୍ଷବାଦୀଙ୍କ ପକ୍ଷରୁ ପ୍ଲାଣ୍ଟ ସମ୍ମୁଖରେ ଧାରଣା ଦିଆଯାଇଛି । ଏହି ପ୍ଲାଣ୍ଟ ବନ୍ଦ ହେବା ଫଳରେ କମ୍ପାନୀ ରେ କାର୍ଯ୍ୟରତ ଶ୍ରମିକ ମାନେ ନିଜର ଜୀବନ ଜୀବିକା ହରାଇବାର ସମ୍ଭାବନା ରହିଛି । ଯାହାକୁ ନେଇ ଆଜି ଘଣ୍ଟପଡ଼ା ଠାରେ କୋଇଲା ବୋଝେଇ ଟ୍ରେନ ଚଳାଚଳକୁ ଶ୍ରମିକ ଓ ତାଙ୍କ ପରିବାର ପକ୍ଷରୁ ବନ୍ଦ କରାଯାଇଛି । ଘଟଣାସ୍ଥଳରେ ପ୍ରଶାସନ ପକ୍ଷରୁ ଆଲୋଚନା ଜାରି ରହିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଘଟଣା ସ୍ଥଳରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । Advertisement
କୋଇଲା ଚୋରି ବେଳେ ଜଳିଯାଇ ଜଣେ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ଗୋଳାବନ୍ଧ ରେଳ ଫାଟକ ନିକଟରେ ଟ୍ରେନରୁ କୋଇଲା ଚୋରି କରି ନେଉଥିବା ବେଳେ ଜଣେ ବ୍ୟକ୍ତି ବିଦ୍ୟୁତ…
ପରୀକ୍ଷା ବଡ଼ ନା ADCCIର ସାଂସ୍କୃତିକ କାର୍ଯ୍ୟକ୍ରମ ? ଅନୁଗୁଳ ପ୍ରଶାସନର ପ୍ରାଥମିକତା ଉପରେ NCPCR ଙ୍କ ପ୍ରଶ୍ନ ଅନୁଗୁଳ – ଯେତେବେଳେ ଶହ ଶହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ୍ ନିର୍ଣ୍ଣୟ ହେଉଥିବା ଦ୍ୱାଦଶ ବୋର୍ଡ ପରୀକ୍ଷା ଚାଲିଛି, ସେତେବେଳେ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ,…
ଜାତୀୟ ରାଜପଥରେ ଲାଗୁ ହେଲା ନୋ ଏଣ୍ଟ୍ରି ଅନୁଗୁଳ – ଅନୁଗୁଳ ଜିଲ୍ଲା ରନ୍ତଲେଇ ଠାରୁ ବଅଁରପାଳ ପର୍ଯ୍ୟନ୍ତ ଜାତୀୟ ରାଜପଥ ୫୫ର ୧୭ କିଲୋମିଟର ରାସ୍ତା ମରାମତି କାମ ଚାଲିଛି । ଏହି ମରାମତି…