ମୁଖ୍ୟ ଖବରସ୍ୱାସ୍ଥ୍ୟ ୧୦ ମାସ ପରେ ଜିଲ୍ଲାରେ ଜିରୋ କୋଭିଡ ଚିହ୍ନଟ Angul OnlineFebruary 4, 2021February 4, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ବିଗତ ୧୦ ମାସ ପରେ ଆଜି (ଗୁରୁବାର) କେହି କରୋନା ପଜିଟିଭ ଚିହ୍ନଟ ହୋଇନଥିବାର ଜଣାପଡିଛି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୁଳରେ ଆଜି ( ସ୍ଵାବ ନମୁନା ଦେଇଥିବା ବ୍ୟକ୍ତି ) କେହି ଆକ୍ରାନ୍ତ ଚିହ୍ନଟ ହୋଇ ନଥିବାରୁ ଅନ୍ୟ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୨୩୪ ରେ ରହିଛି । ଆଜି ଅନୁଗୁଳ ଜିଲ୍ଲାରୁ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣା ପଡିଛି । ଏହି ୪ ଜଣ ହୋମ ଆଇସୋଲେସନ ରେ ଥିବା ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ସମୁଦାୟ ୧୨୫୦୨ ଜଣ କାରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୨୧୬୩ ଜଣ ସୁସ୍ଥ ହୋଇ ସାରିଛନ୍ତି । ଏବେ ଆଉ ମାତ୍ର ୪୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ତେବେ ଜିଲ୍ଲାରୁ ୩୭ ଜଣ କାରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣା ପଡିଛି । Advertisement
ବ୍ରାଉନସୁଗାର ଚଢ଼ାଉ ବେଳେ ମେସିନ ସହାୟତାରେ ପୁଲିସକୁ ଟଙ୍କା ଗଣିବାକୁ ପଡିଲା ଅନୁଗୁଳ – ଅନୁଗୁଳ ହାତିଶାଳପଡାର ଏକ ଭଡା ଘରୁ ବ୍ରାଉନସୁଗାର ରାକେଟ ଠାବ କରିଛି ଅନୁଗୁଳ ପୁଲିସର ସ୍ପେସିଆଲ ସ୍କ୍ବାର୍ଡ । ଆଜି ସନ୍ଧ୍ୟାରେ ଚଢ଼ାଉ କରି…
ବିଦ୍ୟୁତ ଆଘାତରେ ଶ୍ରମିକ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ପଶ୍ଚିମବଙ୍ଗରୁ ଆସି କାର୍ଯ୍ୟ କରୁଥିବା ଜଣେ ଶ୍ରମିକଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ପଶ୍ଚିମବଙ୍ଗ…
ଛିଡା ହୋଇଥିବା ଟ୍ରକକୁ ପିଟିଲା ଆମ୍ବୁଲାନ୍ସ – ଜଣେ ମୃତ ପାଲଲହଡା – କୁହୁଡି ହେଲା କାଳ । ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ…