ମୁଖ୍ୟ ଖବର ଟ୍ରକ ଧକ୍କାରେ ମହିଳା ମୃତ Angul OnlineMay 1, 2023May 1, 2023 ଅନୁଗୋଳ – ଅନୁଗୋଳ ସହର ଦେଇ ଯାଇଥୁବା ୫୫ ନମ୍ବର ଜାତୀୟ ରାଜପଥର ବୁଢ଼ୀ ଠାକୁରାଣୀ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଗଣେଶ ରାଉତଙ୍କ ପତ୍ନୀ ଉର୍ମିଳା ରାଉତ । ତାଙ୍କ ପ୍ରକୃତ ଘର ଢେଙ୍କାନାଳ ଜିଲ୍ଲାରେ ହୋଇଥିବା ବେଳେ ଅନୁଗୋଳ ସହର କଲେଜପଡ଼ାରେ ଘରଭଡା ନେଇ ରହୁଥିଲେ । ବୁଢ଼ୀ ଠାକୁରାଣୀ ମନ୍ଦିର ପରିସରରେ ଗଣେଶଙ୍କ ଏକ ଭୋଗ ଦୋକାନ ରହିଛି । ସେ ସକାଳେ ଦୋକନକୁ ଆସୁଥିବା ବେଳେ ଏକ ଟ୍ରକ ତାଂକୁ ଧକ୍କା ଦେଇଥିଲା ।ମହିଳାଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଫଳରେ ବହୁ ସମୟ ଧରି ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା । ସୂଚନା ଅନୁସାରେ , ଆଜି ସକାଳେ ଉଭୟ ପତି – ପତ୍ନୀ ମୋଟରସାଇକେଲ ଯୋଗେ ଦୋକାନ ଖୋଲିବାକୁ ଯାଉଥିଲେ । ବୁଢ଼ୀ ଠାକୁରାଣୀ ଛକ ନିକଟରେ ଭାରସାମ୍ୟ ହରାଇ ଉର୍ମିଳା ବାଇକରୁ ଖସି ପଡ଼ିଥିଲେ । ଏହି ସମୟରେ ପଛରୁ ଆସୁଥିବା ଏକ ଟ୍ରକ ତାଙ୍କୁ ଚାପି ଦେଇଥିଲା । ଘଟଣା ସ୍ଥଳରେ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା । Advertisement
ଲକ୍ଷ୍ମୀ ବସ ଧକ୍କାରେ ଡେଲିଭରି ବୟଙ୍କ ମୃତ୍ୟୁ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଏକ ଦୁଃଖଦ ଘଟଣା ଘଟି ଯାଇଛି । ଲକ୍ଷ୍ମୀ ବସ୍ ସହ ଏକ…
ନବବିବାହିତା କିଶୋରୀକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ ଛେଣ୍ତିପଦା – ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବ୍ଲକ ଦୁର୍ଗାପୁର ଗ୍ରାମରୁ ଏକ ନବବାହିତା କିଶୋରୀଙ୍କୁ ଚାଇଲ୍ଡ ଲାଇନ ଅନୁଗୁଳ ଦ୍ଵାରା ଉଦ୍ଧାର କରାଇଯାଇଛି । କିଶୋରନଗର ବ୍ଲକର…
ଦୁର୍ବୃତ୍ତଙ୍କ ଆତଙ୍କରାଜ – ସଂଖ୍ୟାଧିକ ଗାଡିର କାଚ ସହ ଅଫିସ ଭଙ୍ଗାରୁଜା ତାଳଚେର – ହାତରେ ମାରଣାସ୍ତ୍ର ଧରି ଧସେଇ ପଶିଲେ । ଗାଡି ସମେତ ଅଫିସ ଭିତରେ ପଶି ଆସବାଵ ପତ୍ର ଭାଙ୍ଗିଲେ । ଆଉ ଯାହାକୁ ଦେଖିଲେ…