ସମସ୍ୟା ଆମ ହସପିଟାଲ ଦାବିରେ ତହସିଲ ଅଫିସ ଘେରାଉ Angul OnlineMay 2, 2023May 2, 2023 ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଡାକ୍ତରଖାନାକୁ ଆମ ହସପିଟାଲ ଯୋଜନାରେ ସାମିଲ କରିବା ଦାବିରେ ଛେଣ୍ଡିପଦା ଠାରେ ଏହି ହସପିଟାଲ ଉପରେ ନିର୍ଭର କରୁଥିବା ପ୍ରାୟ ୪୦ ଗାଁର ଲୋକ ଅଂଦୋଳନ ଆନ୍ଦୋଳନ ଚଳାଇଛନ୍ତି । ରାଜ୍ୟର ସବୁ ନିର୍ବାଚନ ମଣ୍ଡଳୀର ସଦର ମହକୁମା ଡାକ୍ତରଖାନାକୁ ଆମ ହସପିଟାଲ ଯୋଜନାରେ ସାମିଲ କରାଯାଇଛି । ଛେଣ୍ଡିପଦା ହସପିଟାଲଟି ଏହି ନିର୍ବାଚନ ମଣ୍ଡଳୀର ସର୍ବ ପୁରାତନ CHC ଏବଂ ସଦର ମହକୁମାରେ ଅବସ୍ଥିତି ସତ୍ୱେ ଏଠାରେ ବ୍ୟତିକ୍ରମ ଦେଖାଦେଇ ଅନ୍ୟତ୍ର ଯୋଜନା ସ୍ଥାନାନ୍ତର କରାଯାଇଛି । ଛେଣ୍ଡିପଦା ଡାକ୍ତରଖାନା ଉପରେ ସର୍ବାଧିକ ଲୋକ ମଧ୍ୟ ନିର୍ଭରଶୀଳ ରୁହନ୍ତି । ଏଣୁ ପୂର୍ବ ନିର୍ଦ୍ଧାରିତ ଛେଣ୍ଡିପଦା ଡାକ୍ତରଖାନାକୁ ଆମ ଡାକ୍ତରଖାନା ଯୋଜନାରେ ସାମିଲ କରିବାକୁ ଦାବି କରା ଯାଇଛି । ତେବେ ଏହି ଦାବି ନେଇ ସୋମବାର ଶତାଧିକ ମହିଳା ଶୋଭାଯାତ୍ରାରେ ଆସି ତହସିଲ ଅଫିସ ଘେରାଉ କରିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ପୁଲିସ କର୍ମଚାରୀ ମନଂକ ସହ ଧସ୍ତାଧସ୍ତି ପରିସ୍ଥିତି ମଧ୍ଯ ଉପୁଜିଥିଲା । Advertisement
ଟିଟିପିଏସ ବନ୍ଦର ପ୍ରତିବାଦ, ତାଳଚେରରେ ଅର୍ଥନୈତିକ ଅବରୋଧ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥର୍ମାଲ ପ୍ଲାଣ୍ଟ ବନ୍ଦ ପ୍ରତିବାଦରେ ଆଜି ତାଳଚେରରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ନେତୃତ୍ୱରେ ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ…
ଚାକିରି ଦେବାକୁ ନାଲକୋ ଅମଙ୍ଗ – ଆରପିଡ଼ିଏସି ସ୍ଥଗିତ ଅନୁଗୁଳ – ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳେଇଙ୍କ ଅଧ୍ୟକ୍ଷତାରେ ଛେଣ୍ଡିପଦାରେ ହେବାକୁ ଥିବା ଉତ୍କଳ ଡି ଓ…
କୋଇଲା ଖଣି ବିସ୍ଥାପିତ କରିବେ ଅର୍ଥନୈତିକ ଅବରୋଧ ଅନୁଗୁଳ – ଜିଲ୍ଲାରେ କୋଇଲା ଖଣି ଚାଲିଲେ ଅନୁଗୁଳ ଜିଲ୍ଲାର ଆର୍ଥିକ ପରିବର୍ତ୍ତନରେ ମୂଳଦୁଆ ପଡିବ ଏବଂ ଅନୁଗୁଳ ଉନ୍ନତିର ସୋପାନ ଦେଖିବା ବୋଲି ଆଶା କରା…