ଅପରାଧ ଯୌତୁକ ଦାବିରେ ନବବଧୁକୁ ହତ୍ଯା ଅଭିଯୋଗ Angul OnlineMay 2, 2023May 2, 2023 ତାଳଚେର – ଯୌତୁକ ଜୁଇରେ ନବବଧୁ । ସାମାନ୍ୟ ଗୋଟିଏ ଏସି ଓ କିଛି ଟଙ୍କା ପାଇଁ ନବ ବିବାହିତା ଝିଅକୁ ମାରିଦେଲେ ଶାଶୁ ଘର ଲୋକ । ଏଭଳି ଅଭିଯୋଗ ଆସିଛି ତାଳଚେର ସାନଜୋରଡ଼ା ଗାଁରୁ । ହତ୍ୟା ଅଭିଯୋଗ ଆଣିଛନ୍ତି ନବ ବଧୁଙ୍କ ବାପ ଘର ଲୋକ । ସୂଚନା ଅନୁସାରେ ଦୁଇ ମାସ ତଳେ ଜଗନ୍ନାଥପୂର ଗ୍ରାମର ବିଭୁତି ଭୂଷଣ ବେହେରାଙ୍କ ଝିଅ ଲିଜା ବେହେରା ସାନଜୋରଡା ଗ୍ରାମର ଦୁର୍ଲଭ ସାହୁଙ୍କୁ ବୈଦିକ ରିତିରେ ବିବାହ କରିଥିଲେ । ତେବେ ଏହି ଦୁଇ ମାସ ଭିତରେ ନବ ବଧୂକୁ ଯୌତୁକ ବାବଦରେ ଏକ ଏସି ଓ କିଛି ଟଙ୍କା ପାଇଁ ନିର୍ଯ୍ୟାତନା ଦିଆଯାଉଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ପରେ ଗତକାଲି ଝିଅର ମୃତ୍ୟୁ ଖବର ପାଇବା ପରେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣି ବିକ୍ରମପୁର ଥାନାରେ ପୁଅ ଘର ନାଁରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିବା ସହ ପରିବାରର କିଛି ଲୋକଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । Advertisement
ପଥର ଖୋଲରୁ ଯୁବକଙ୍କ ମୃତଦେହ ଉଦ୍ଧାର – ତିନି ଶିକାରୀ ଗିରଫ କଣିହାଁ – ବାରହା ଶିକାର ପାଇଁ ଶିକାରୀ ବିଛାଇଥିବା ବିଦ୍ୟୁତ ଫାଶରେ ପଡ଼ି ଯୁବକ ମୃତ୍ଯୁ ଘଟଣାରେ ପୁଲିସ ତିନି ଜଣଙ୍କୁ ଗିରଫ କରିଛି । ଗତ…
ଜ୍ଵାଇଁ ଘର ନିକଟରୁ ଶଶୁରଙ୍କ ଝୁଲନ୍ତା ଶବ ଉଦ୍ଧାର ନାଲକୋନଗର – ଅନୁଗୁଳ ଜିଲ୍ଲା ନାଲକୋନଗର ଶିତଲା ହଟିଙ୍ଗ ଅଞ୍ଚଳର ଏକ ଗଛରେ ଜଣେ ବୃଦ୍ଧଙ୍କର ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଥିଲା । ମୃତକ ଜଣଙ୍କ…
ସ୍କୁଟିରେ ଗଞ୍ଜେଇ ନେଇ ଯାଉଥିଲା – ଗିରଫ କଲା ଅବକାରୀ ବିଭାଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଦୁର୍ଗାପୁର ଅଞ୍ଚଳ ଦେଇ ଗଞ୍ଜେଇ ନେଇ ଯାଉଥିବା ଜଣେ ଗଞ୍ଜେଇ ବେପାରିଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ସୂଚନା…